-
ନିରୀକ୍ଷଣ, ଯାଞ୍ଚ ଓ ଜରୁରୀ ମରାମତି ପାଇଁ ରେଳ ଟ୍ରାକରେ ଶୀଘ୍ର ଯାତ୍ରା କରିବାର ଏକ ଅଭିନଵ ପ୍ରକ୍ରିୟା l
-
ଖୋର୍ଦ୍ଧା ରୋଡ ମଣ୍ଡଳ ଦ୍ୱାରା ନିଜସ୍ୱ ପ୍ରଚେଷ୍ଟାରେ ପ୍ରସ୍ତୁତି
-
ରେଳ ସାଇକଲ ର ହାରାହାରି ବେଗ ଘଣ୍ଟା ପ୍ରତି 10କିମି ଏବଂ ସର୍ବାଧିକ ବେଗ ଘଣ୍ଟା ପ୍ରତି 15କିମି
-
ରେଳ ସାଇକଲକୁ ପାଟ୍ରୋଲିଙ୍ଗ, ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା କାର୍ଯ୍ୟରେ ବ୍ୟବହୃତ କରାଯାଇ ପାରିବ
ଭୁବନେଶ୍ୱର (ଶାସକ ପ୍ରଶାସକ) : ରେଲୱେ ଟ୍ରାକ କୁ ନିରୀକ୍ଷଣ, ଯାଞ୍ଚ ଓ ମରାମତି କରିବା ପାଇଁ ଭାରତୀୟ ରେଳପଥ ଦ୍ଵାରା ଅଭିନଵ ରେଳ ସାଇକଲ ର ପରିକଳ୍ପନା କରାଯାଇଛି, ଯାହା ଡିଉଟି ରେ ଥିବା ରେଳ କର୍ମଚାରୀ ମାନଂକୁ ରେଳ ଟ୍ରାକ ଦୈନିକ ଯାଞ୍ଚ କାର୍ଯ୍ୟ ରେ ସହାୟକ ହେବ l
ଏହି ରେଳ ସାଇକଲ ଗୁଡିକ ସାଇକଲt ବାଲାନ୍ସିଂ ନିମନ୍ତେ ଥିବା ଡୋଲୀ ହୁଇଲ ବ୍ୟବହାର କରାଯାଇ ଖୋର୍ଦ୍ଧା ରୋଡ ମଣ୍ଡଳ ର ପରମାନେଣ୍ଟ ୱେ ୟୁନିଟ ଦ୍ଵାରା ଇନହାଉସ ପ୍ରସ୍ତୁତି ଦ୍ଵାରା ସମ୍ପନ୍ନ ହୋଇଛି, ଯାହାର ବ୍ୟବହାର ଭ୍ରାମ୍ୟମାଣ ପାଟ୍ରୋଲିଙ୍ଗ ରେ କରାଯିବ l
ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ଅନ୍ତର୍ଗତ 18 ଟି ପି ୱେ ୟୁନିଟ ମଧ୍ୟରୁ 8 ଟି ୟୁନିଟ ଯଥା ବ୍ରହ୍ମପୁର, ସୋମପେଟା, ଖୋର୍ଦ୍ଧା ରୋଡ଼, ଗୋରଖନାଥ, କଟକ, ଭଦ୍ରକ, ଯାଜପୁର କେଉଁଝର ରୋଡ଼ ଓ ଢେଙ୍କାନାଳ ୟୁନିଟ ଏହି ସାଇକଲ ଗୁଡିକୁ ପ୍ରସ୍ତୁତ କରିଛନ୍ତି l
ଏହି ସାଇକଲ ଗୁଡିକ ରେଳ କର୍ମଚାରୀ ମାନଙ୍କୁ ସବୁ ଋତୁରେ ସହାୟକ ହେବ l ବର୍ଷା ଋତୁରେ ଅନିଚ୍ଛାକୃତ ଭାବେ ଟ୍ରେନ ସେବା ରେ ବିଳମ୍ବ ଘଟି ବେଳେ ବେଳେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଯାଇଥାଏ l ଭୀଷଣ ବର୍ଷାପାତ ପରେ ପୋଲ ଆପ୍ରୋଚ ସ୍ଥାନ ଏବଂ ଅନ୍ୟାନ୍ୟ ଦୁର୍ବଳ ସ୍ଥାନ ମାନଙ୍କରେ ଏହି ସାଇକଲ ଦ୍ଵାରା ଅତି କମ ସମୟ ମଧ୍ୟରେ ସହଜ ରେ କର୍ମଚାରୀ ମାନେ ନିରୀକ୍ଷଣ ପାଇଁ ପହଂଚି ପାରିବେ l ଅପାତକାଳୀନ ସ୍ଥିତି ରେ, ଏହି ସାଇକଲ ଗ୍ରୀଷ୍ମ ଋତୁ ସମୟରେ ମଧ୍ୟ ପାଟ୍ରୋଲିଙ୍ଗରେ ସହାୟକ ହୋଇପାରିବ l
ଏହି ରେଳ ସାଇକଲ ଗୁଡିକ ର ହାରାହାରି ବେଗ ଘଣ୍ଟା ପ୍ରତି 10କିମି ଏବଂ ଘଣ୍ଟା ପ୍ରତି ସର୍ବାଧିକ 15 କିମି ବେଗରେ ଗତି କରିପାରେ l ଏହାର ଓଜନ 30କେଜି ଓ ଏହା ଅତି ସହଜ ରେ ଜଣେ ବ୍ୟକ୍ତିଙ୍କ ଦ୍ଵାରା ଉଠାଇ ହେବ , ଯୋଡ଼ା ଯାଇ ପାରିବ ଓ ଖଣ୍ଡ ଖଣ୍ଡ କରି ଅଲଗା କରାଯାଇ ପାରିବ l
କୋଭିଡ 19 ବିଶ୍ୱ ମହାମାରୀ ପ୍ରକୋପ ଜାରି ରହି ଥିବା କାରଣ ରୁ , ମଣ୍ଡଳ ର କେତେକ ସେକ୍ସନରେ ଯାତାୟତ ବନ୍ଦ ରହିଛି l ଏହି ସେକ୍ସନ ଗୁଡିକ ରେ ରେଳ ସାଇକଲ ଗୁଡିକୁ ପାଟ୍ରୋଲିଙ୍ଗ, ସୁରକ୍ଷା ଓ ନିରାପତ୍ତା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ l