ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବୀ : ପ୍ରରିବାଦ ଦର୍ଶାଇ ରୋଇଲେ ଧାନ ।
ମାଲକାନଗିରି ( ଶ୍ରୀନିବାସ ପାତ୍ର) : ଭଲ ରାସ୍ତା ଟିକିଏ ପାଇଁ ବାରମ୍ବାର ଦୌଡିବାକୁ ପଡୁଛି ପ୍ରଶାସନ ପାଖକୁ | ହେଲେ ମିଳୁଛି କେବଳ ପ୍ରତିଶୃତି ଆଉ ନିରାଶା | ହୋଇ ପାରୁନି ରାସ୍ତା.| "ସମସ୍ତଙ୍କୁ ଜଣାଇ ସାରିଲୁଣି, ହେଲେ ଆଉ କାହାକୁ ଜଣେଇବୁ ଗାଁ ର ସମସ୍ୟା" ବୋଲି ପ୍ରଶ୍ନ କରିଛନ୍ତି ମାଲକାନଗିରି କୋରକୁଣ୍ତା ବ୍ଲକ ଅନ୍ତର୍ଗତ ସିଦ୍ଦେଶ୍ୱରପୁର ଗ୍ରାମର ଗ୍ରାମବାସୀ |
ମାଲାକାନଗିରି ଜିଲ୍ଲା କୋରକୁଣ୍ତା ବ୍ଲକ ତାର୍ଲାକୋଟା ପଚାଂୟତର ଗ୍ରାମ ସିଦ୍ଦେଶ୍ୱରପୁର | ଏହି ଗ୍ରାମ ରେ ବାସ କରନ୍ତି ପ୍ରାୟ ୩୦ ପରିବାର | ବାଲିମେଳା ମାଲକାନଗିରି ରାଜ୍ୟ ରାଜପଥରୁ ମାତ୍ର ୫୦୦ମିଟର ଦୁରରେ ଅବସ୍ଥିତ ସିଦ୍ଦେଶ୍ୱରପୁର ଗାଁରେ ପିଲାଙ୍କ ପାଠପଢା ପାଇଁ ବିଦ୍ୟାଳୟଟିଏ ଅଛି | ଏହି ବିଦ୍ୟାଳୟ ରେ ଆଖପାଖ ୩ ଖଣ୍ତ ଗ୍ରାମର ପିଲାମାନେ ପାଠପଢିବାକୁ ଆସନ୍ତି | ହେଲେ ବିଦ୍ୟାଳୟକୁ ଯିବାକୁ ଭଲ ରାସ୍ତା ଖଣ୍ତିଏ ନାହିଁ .!
ଗ୍ରାମବାସୀଙ୍କ କହିବା ଅନୁଯାୟୀ ଦୀର୍ଘ ବର୍ଷ ଧରି ରାସ୍ତା ନିର୍ମାଣ ପାଇଁ ପଚାଂୟତ ଓ ବ୍ଲକରେ ଲିଖିତ ଆକାରରେ ଗୁହାରି କରି ଆସୁଛନ୍ତି | ଏମିତି କି ମହିଳା ମାନେ ମଧ୍ୟ ବ୍ଲକକୁ ଯାଇ ରାସ୍ତା ନିର୍ମାଣ ପାଇଁ ନେହୁରା ହୋଇଛନ୍ତି | କିନ୍ତୁ ସେଥିପ୍ରତି କାହାର ଦୃଷ୍ଟି ପଡୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ଶେଷରେ ଗ୍ରାମବାସୀ ନେ ଆଜି ରାସ୍ତାରେ ଧାନ ରୋଇ ସରକାରଙ୍କୁ ଅଭିନବ ପ୍ରତିବାଦ ଜଣାଇଛନ୍ତି | ପୁଣିଥରେ ସରକାରଙ୍କୁ ରାସ୍ତା ନିର୍ମାଣ ପାଇ ଅନୁରୋଧ କରିଛନ୍ତି | ବର୍ତମାନ ଦେଖିବାକୁ ବାକି ରହିଲା, ପ୍ରଶାସନ କେତେ ଶିଘ୍ର ଗ୍ରାମବାସୀଙ୍କ ସମସ୍ୟାର ସମାଧାନ କରୁଛନ୍ତି |