ହେଡଲାଇନସ୍:

ଚିକିତ୍ସା ପାଇଁ ହାତ ବଢ଼ାଇଲେ ମହିଳା ସଂଗଠନ 'ଏଇତ ଜୀବନ'।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଏଇତ ଜୀବନ ' ମହିଳା ସଂଗଠନ  ଝାରସୁଗୁଡ଼ା ସହରର ଏକ ଦିନ ମଜୁରିଆଙ୍କ ଝିଅର ଚିକିତ୍ସା ପାଇଁ ସହୃଦୟତାର ପରିଚୟ ଦେଇଛନ୍ତି। ଆଗାମୀ ଦିନରେ ଅନ୍ୟାନ୍ୟ ସଂସ୍ଥା ସହ ମିଶି ଏହିପରି କାର୍ଯ୍ୟ କରିବାକୁ ମଧ୍ୟ ଘୋଷଣା କରିଛନ୍ତି ସଂଗଠନର କର୍ମକର୍ତ୍ତାମାନେ। 

ସୂଚନାନୁଯାୟୀ, ଝାରସୁଗୁଡ଼ାର ମଙ୍ଗଳବଜାରର ଜଣେ ଦିନ ମଜୁରିଆଙ୍କ ଝିଅର ହୃଦୟରେ ଏକ ଛିଦ୍ର ଯୋଗୁଁ ଚିକିତ୍ସା ଆବଶ୍ୟକ ହୋଇ ପଡ଼ିଥିଲା। ରାୟପୁରସ୍ଥିତ ଏକ ଡାକ୍ତରଖାନାରେ ନିଃଶୁଳ୍କ ଚିକିତ୍ସା ପାଇଁ ବ୍ୟବସ୍ଥା ମଧ୍ୟ ହୋଇଯାଇଥିଲା।। କିନ୍ତୁ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଯଥା ଯିବା ଆସିବା,ରହଣି ଓ ଔଷଧ ବାବଦରେ ଖର୍ଚ୍ଚ ତୁଲାଇବା ପାଇଁ ତାଙ୍କର ପିତାମାତା ଅସମର୍ଥ ଥିଲେ। ତେଣୁ ଚିକିତ୍ସାରେ ବିଳମ୍ବ ଯୋଗୁଁ ବାଳିକାଟିର ଅବସ୍ଥା ଗୁରୁତର ହୋଇ ଯିବାର ସମ୍ଭାବନା ଥିଲା। ଏହି ସମୟରେ ମହିଳା ସଂଗଠନ 'ଏଇତ ଜୀବନ' ସମସ୍ତ ଆନୁଷଙ୍ଗିକ ଖର୍ଚ୍ଚର ଭାର ତୁଲାଇବାକୁ ଆଗେଇ ଆସିଲେ। ଏହା ବ୍ୟତୀତ ଚାଇଲ୍ଡଲାଇନର ଆନନ୍ଦିନି ପାଢ଼ୀ,ଅନ୍ୟ ଏକ ମହିଳା ସଂଗଠନ 'ଜାଗୃତି ଶାଖା'ର ସଭାପତି କବିତା ମିତ୍ତଲ ଏବଂ ସଂପାଦକ ବର୍ଷା ଟିବ୍ରିୱାଲ ଓ ଝାରସୁଗୁଡ଼ାର ଜଣାଶୁଣା ସମାଜସେବୀ ପ୍ରଶାନ୍ତ ନନ୍ଦଙ୍କ ସହାୟତାରେ ଝିଅଟିକୁ ରାୟପୁର ପଠାଯାଇ ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ଏହାପରେ ସଂପୃକ୍ତ ବାଳିକାଙ୍କ ଚିକିତ୍ସା ସମ୍ଭବ ହୋଇ ପାରିଥିଲା।

ଝିଅଟିର ଚିକିତ୍ସା ପରେ ଏଇତ ଜୀବନ ସଂଗଠନର ସଭାପତି ବବିତା ମୋଦି, ସଂପାଦକ ସୁଜାତା ମିଶ୍ର, ଅନ୍ୟାନ୍ୟ କର୍ମକର୍ତ୍ତା ରାଜଶ୍ରୀ ମେହେର, ଦିପ୍ତି ଧବଲିଆ, ବୀଣା ସିଂ ପ୍ରମୁଖ ତାଙ୍କ ବାସଗୃହକୁ ଯାଇ ଝିଅଟିର ଭଲମନ୍ଦ ବୁଝିଥିଲେ। ସଂଗଠନର କର୍ମକର୍ତ୍ତାମାନେ ଘୋଷଣା କରିଛନ୍ତି ଯେ ଆଗାମୀ ସମୟରେ ଏହିପରି ଲୋକଙ୍କ ସେବା କରିବାରେ ସଂଗଠନ ସବୁବେଳେ ପ୍ରସ୍ତୁତ ରହିବ।

0
0
0
s2sdefault