ହେଡଲାଇନସ୍:

ଆଧାର ସାଜିଛି କଣ୍ଟା : ୮୫ ବର୍ଷର ବୃଦ୍ଧା ପାଇଲେନି ଭତ୍ତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ତହସିଲ ନନ୍ଦିଘୋର ଗ୍ରାମର ସ୍ୱର୍ଗତ ମାଟିଆ ସାହୁଙ୍କ ପତ୍ନୀ ଅମୃତୀ ସାହୁ(୮୫)ଙ୍କ ଶେଷ ସାହାରା ଥିଲା ସରକାରଙ୍କ ଦ୍ୱାରା ଦିଆ ଯାଉଥିବା ବାର୍ଦ୍ଧକ୍ୟ ଭତା । ଶେଷରେ ସେତକ ବନ୍ଦ ହୋଇ ଯିବାରୁ ଅବଶିଷ୍ଟ ଜୀବନ ଜିଇଁବା ଦୁର୍ବିସହ ହୋଇ ପଡିଛି ତାଙ୍କ ପାଇଁ । ଆଧାର କାର୍ଡ ଖଣ୍ଡିଏ ନଥିବାରୁ ନିୟମ ଅନୁସାରେ ଭତା ନଦେଇ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଫେରାଇ ଦେଇଛନ୍ତି ବୃଦ୍ଧା ଅମୃତିଙ୍କୁ । ତାଙ୍କ ଜୀବନର ଶେଷ ସମ୍ବଳ ଟିକକ ବନ୍ଦ ହୋଇଯିବା ଯୋଗୁଁ ତାଙ୍କର ଜୀବନ ଦୀପ କେବେ ବନ୍ଦ ହେବ ତାକୁ ଅପେକ୍ଷା କରି ରହିଛନ୍ତି । ୨ ପୁଅ ଏବଂ ୨ ଝିଅର ଜନନୀ ଅମୃତି  ଏଣେ ସନ୍ତାନ ମାନଙ୍କ ପାଇଁ ଆଜି ଅଲୋଡା ହୋଇପଡିଛନ୍ତି । ଆଧାରକାର୍ଡ ନଥିଲେ ଭତା ଦିଆଯାଇ ପାରିବ ନାହିଁ ବୋଲି କମିସନରଙ୍କ ନିର୍ଦ୍ଦେଶ  ଅନୁସାରେ ସେମାନଙ୍କର ଭତା ମଧ୍ୟ ମଞ୍ଜୁର ହୋଇନାହିଁ । ହଠାତ୍ ଏହି ନିୟମ ଲାଗୁ କାରଣରୁ କେବଳ ଅମୃତୀ ନୁହଁନ୍ତି, ଏହିପରି ଅନେକ ଭତାଧାରୀ ଭତା ପାଇବାରୁ ବଂଚିତ ହୋଇଛନ୍ତି । ଏପରିକି ହାତ ନଥିବା ଦିବ୍ୟାଙ୍ଗ ଆଙ୍ଗୁଠିଛାପ ଦେଇ ଆଧାର କାର୍ଡ କରି ପାରୁ ନଥିବାରୁ ସେମାନେ ମଧ୍ୟ ଭତା ପାଇନାହାଁନ୍ତି । ଏହି ସମସ୍ୟାର ବିଚାର କରି ସମାଧାନ କରାଗଲେ ଭତା ଉପରେ ନିର୍ଭରକରି ଚଳୁଥିବା ହିତାଧିକାରୀ ଅବଶିଷ୍ଟ ଜୀବନ ବଂଚିବା ସହଜ ହୋଇ ପାରନ୍ତା । ଆଧାର କାର୍ଡ ନାହିଁ ବୋଲି ଭତ୍ତା ନଦେଇ ଫେରାଇ ଦେଇଥିବା ଅଧିକାରୀ ବା କର୍ମଚାରୀଙ୍କ କଣ କିଛି ଦାୟିତ୍ୱ ନାହିଁ, ଏଭଳି ଅସହାୟ ବରିଷ୍ଠ ନାଗରିକମାନଙ୍କ ଆଧାର କାର୍ଡ କରାଇଦେବାର ବ୍ୟବସ୍ଥା କରାଇଦେବା ପାଇଁ ? ଆଉ ତେବେ ଏ ଅସହାୟ ବରିଷ୍ଠ ନାଗରିକଙ୍କୁ କି ପ୍ରକାର ସମ୍ମାନ ଦେଉଛି ପ୍ରଶାସନ ! କଣ ନିୟମର ଗଣ୍ଡି ଭିତରେ ପ୍ରଶାସନରେ ଥିବା ଲୋକମାନଙ୍କ ମଣିଷ ପଣିଆ ଶୁନ୍ୟ ହୋଇଯାଉଛି | ତେବେ ପ୍ରଶାସନ ସରକାର ସ୍ପଷ୍ଟ କରନ୍ତୁ ଅମୃତିଙ୍କ ଭଳି ଅସହାୟ ବରିଷ୍ଠ ନାଗରିକ ମାନେ ସେମାନଙ୍କ ହକ ପାଇବେ କେମିତି !!!

 

0
0
0
s2sdefault