ହେଡଲାଇନସ୍:

କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)-କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ୍ (କିସ୍) ତରଫରୁ ଆଜି ଝାରସୁଗୁଡ଼ାର ବଢ଼େଇମୁଣ୍ଡା (ରଙ୍ଗିଆପଡ଼ା) ଠାରେ ତୃତୀୟ ପର୍ଯ୍ୟାୟର ଶୁଖିଲା ଖାଦ୍ୟ ଓ ସମାପ୍ତିସୂଚକ ମୂଲ୍ୟାୟନ ପ୍ରଶ୍ନପତ୍ର ବଣ୍ଟନ କରାଯାଇଥିଲା। ଲଗାଣ ବର୍ଷା ସତ୍ତ୍ବେ ଲଖନପୁର ଓ ଝାରସୁଗୁଡ଼ାରୁ ଆସିଥିବା ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ଏହିସବୁ ସାମଗ୍ରୀ ବଣ୍ଟନ କରାଯାଇଥିଲା। 

ଉକ୍ତ କାର୍ଯ୍ୟକ୍ରମରେ ରତ୍ନାକର ପ୍ରଧାନ,ପ୍ରଭାକର ଓରାମ,ବସନ୍ତ ଭୋଇ,ଭଗବାନ ଡଣ୍ଡସନା,ରଜନୀ ପ୍ରଧାନ,ମାଧୁରୀ ପ୍ରଧାନ ଓ ମନୋରଞ୍ଜନ ପ୍ରଧାନ ସହଯୋଗ କରିିଥିଲେ । ଏହି ଜନମଙ୍ଗଳ କାର୍ଯ୍ୟ ପାଇଁ  କିସର ସଂସ୍ଥାପକ ଡ଼ଃ ଅଚ୍ୟୁତ ସାମନ୍ତଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଥିଲେ।

0
0
0
s2sdefault