ହେଡଲାଇନସ୍:

ନରସିଂହଙ୍କ ହସ୍ତକ୍ଷେପ, ମୃତକ ପରିବାରଙ୍କ ପାଇଁ ଆସିଲା୨ଲକ୍ଷ ସହାୟତା ରାଶି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଇଖାନା ଛାତପଡି ଛାତ୍ର ମୃତ୍ୟୁ ଘଟଣା 

ବଲାଙ୍ଗିର(ନିରୋଜ ମିଶ୍ର )- ଗତ ବର୍ଷ ନଭେମ୍ବର ୯ ତାରିଖ ଦିନ ସ୍ଥାନୀୟ ଟିକ୍ରାପଡା ସ୍ଥିତ ୟୁଜିଏମ୍ଇ ସ୍କୁଲର ପାଇଖାନା ଛାତ ପଡି ସବିତା ଖର୍ସେଲଙ୍କ ପୁଅ ଅତିଶ ଖର୍ସେଲଙ୍କ ଅଭାବନୀୟ ମୃତ୍ୟୁ ଘଟିଥିଲା । ସେ ସମୟରେ ଏହି ଘଟଣା ସାରା ସହରରେ ଶିକ୍ଷା ବିଭାଗର ଅବହେଳା ତଥା ଦାୟିତ୍ୱହୀନତା ଯୋଗୁଁ ଏକ ଛୋଟ ଛୁଆର ଜୀବନ ଅକାରଣରେ ଚାଲିଗଲା ବୋଲି ଚର୍ଚ୍ଚା ହୋଇଥିଲା । ମୃତକ ତା ପରିବାରର ଏକମାତ୍ର ସନ୍ତାନ ତଥା ପୂର୍ବରୁ ତାର ବାପା ମଧ୍ୟ କୌଣସି  କାରଣରୁ ମୃତ୍ୟୁବରଣ କରିଥିଲେ ଯାହା ଫଳରେ ମୃତକର ମା ସବିତା ଖର୍ସେଲ ସବୁ ଦିଗରୁ ଅସହାୟ ହୋଇ ପଡିଥିଲେ । ଏହାକୁ ନେଇ ମାଲପଡାର ବିଭିନ୍ନ ମହଲରୁ ମୃତକ ପରିବାର ପାଇଁ ସରକାରୀ ଆର୍ଥିକ ସାହାଯ୍ୟର ବନ୍ଦୋବସ୍ତ  କରିବା ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଙ୍କ ପାଖକୁ ଅନୁରୋଧ ଆସିଥିଲା । ମୃତକଙ୍କ ମାର ଅସହାୟତା ତଥା ଆର୍ଥିକ ପରିସ୍ଥିତି ଦେଖି ବିଧାୟକ ଶ୍ରୀ ମିଶ୍ର ଗତ ବର୍ଷ ସେପ୍ଟେମ୍ବର ୧୭ ତାରିଖ ଦିନ ତାଙ୍କ ଚିଠି ମାଧ୍ୟମରେ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯାଉ ବୋଲି ସୁପାରିଶ କରିଥିଲେ । ବର୍ତ୍ତମାନ ସେ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସବିତା ଖର୍ସେଲଙ୍କ ନାଁରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଗଷ୍ଟ ୪ ତାରିଖ ଦିନ ଆସି ପହଂଚିଛି । ଏଠାରେ ସୂଚନାଯୋଗ୍ୟ ଯେ ଏହି ୨ଲକ୍ଷ ଟଙ୍କାର ସହାୟତା ରାଶି ମୃତକଙ୍କ ମାଁ ର ବ୍ୟାଙ୍କ ଏକାଉଣ୍ଟକୁ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସିଧାସଳଖ ଜମା ହୋଇଯିବ । ଜିଲ୍ଲାପାଳ କାର୍ଯ୍ୟାଳୟ ତରଫରୁ ମୃତକଙ୍କ ମା ସବିତା ଖର୍ସେଲକୁ ସେଥି ପାଇଁ ଦରକାର ହେଉଥିବା ବ୍ୟାଙ୍କ ଉକାଉଣ୍ଟ ସହ ଅନ୍ୟାନ୍ୟ ଆନୁସଙ୍ଗିକ କାଗଜପତ୍ର ପ୍ରଦାନ କରିବା ପାଇଁ ଖବର ପଠାଯାଇଛି ।

0
0
0
s2sdefault