ଝାରସୁଗୁଡ଼ା :(ସୁଭାଷ ସହାରେ) - ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ସିଧା ବିମାନ ସେବା ଅକ୍ଟୋବର ସୁଦ୍ଧା ଆରମ୍ଭ ହେବାକୁ ଯାଉଛି। ସୂଚନାନୁସାରେ, ବେସରକାରୀ ବିମାନ ଚଳାଚଳ ସଂସ୍ଥା ସ୍ପାଇସ ଜେଟ ଆସନ୍ତା ୨୫ ଅକ୍ଟୋବରରୁ ଝାରସୁଗୁଡ଼ା -ମୁମ୍ବାଇ ଓ ଝାରସୁଗୁଡ଼ା -ବେଙ୍ଗାଲୁରୁ ବିମାନ ସେବା ଆରମ୍ଭ କରିବାକୁ ଯାଉଛି। ବିମାନବନ୍ଦରର ନିର୍ଦ୍ଦେଶକ ଶ୍ରୀ କିଶୋର କୁମାର ସେନାପତିଙ୍କ ଅନୁସାରେ ଏୟାରପୋର୍ଟ କର୍ତ୍ତୃପକ୍ଷ ଏହାକୁ ନେଇ ନିଜର ଅନୁମତି ପ୍ରଦାନ କରିଛନ୍ତି। ସ୍ପାଇସ ଜେଟ ଝାରସୁଗୁଡ଼ା -ମୁମ୍ବାଇ ବିମାନସେବା ପାଇଁ ବୋଇଂ ୭୩୭ - ୮୦୦ ବିମାନ ବ୍ୟବହାର କରିବ। ପ୍ରଥମ ଶ୍ରେଣୀରେ ୧୮୯ ଯାତ୍ରୀ ଓ ଦ୍ବିତୀୟ ଶ୍ରେଣୀରେ ୧୬୨ ଯାତ୍ରୀଙ୍କ ପାଇଁ ବ୍ୟବସ୍ଥା ରହିପାରିବ ବୋଲି ଜଣାଯାଇଛି।
ରାଜ୍ୟ
ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ସେବା ଶୀଘ୍ର
- Hits: 222