ହେଡଲାଇନସ୍:

ଝାରସୁଗୁଡ଼ା ବିମାନ ବନ୍ଦରରେ ଏଣ୍ଟି-ହାଇଜ୍ୟାକିଙ୍ଗ ମକ ଡ୍ରିଲ ଅନୁଷ୍ଠିତ!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡା : (ସୁଭାଷ ସହାରେ) -ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଗୁରୁବାର ଏଣ୍ଟି-ହାଇଜ୍ୟାକିଙ୍ଗ ମକ୍ ଡ୍ରିଲ ଏକ୍ସସାଇଜ ଅନୁଷ୍ଠିତ ହୋଇଛି । ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି , ମୂଖ୍ୟ ସୁରକ୍ଷା ଅଧିକାରୀ ସୁବାଷ ଭୋଇ, ଅଗ୍ନିଶମ ବିଭାଗ ଅଧିକାରୀ ଓ କର୍ମଚାରୀ ଏହି ମକ୍ ଡ୍ରିଲ୍ ସମୟରେ ଉପସ୍ଥିତ ଥିଲେ। 

ଯେ କୌଣସି ଆତଙ୍କବାଦୀ କିମ୍ବା ଶତ୍ରୁ ବିମାନ ବନ୍ଦର ଭିତରକୁ ପଶି ଆସି ବିମାନ ଅପହରଣ କରିବାକୁ ପ୍ରୟାସ କଲେ କିମ୍ବା କୌଣସି ଆତଙ୍କୀ କାର୍ଯ୍ୟ କଳାପ କଲେ ତାକୁ କିପରି ରୋକା ଯାଇ ପାରିବ ସେନେଇ ଏହି ମକ ଡ୍ରିଲରେ ଅଭ୍ୟାସ କରାଯାଇଛି ।   ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତିଙ୍କ କହିବା ଅନୁସାରେ ବିମାନ ବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା ସମସ୍ତ ସୁରକ୍ଷାକର୍ମୀ କିପରି ଏହିଭଳି ପରିସ୍ଥିତିରେ ଶତ୍ରୁ ସହ ମୁକାବିଲା କରି ଯାତ୍ରୀଙ୍କୁ ସୁରକ୍ଷିତ ରଖି ପାରିବେ ଏବଂ ବିମାନ ବନ୍ଦର କର୍ତ୍ତୃପକ୍ଷ କି କି ପଦକ୍ଷେପ ଗ୍ରହଣ କରିବେ ସେ ବିଷୟରେ ବେସାମରିକ ବିମାନ ଚଳାଚଳ ନିୟମାବଳୀ ଅନୁସାରେ ପ୍ରତିବର୍ଷ  ବିମାନବନ୍ଦରଗୁଡିକରେ ଏହିପରି କର୍ମଶାଳା  ଅନୁଷ୍ଠିତ କରାଯାଏ । ଏହି ମକ୍ ଡ୍ରିଲ ଯୋଗୁଁ ସୁରକ୍ଷା କର୍ମଚାରୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଏପରି ପରିସ୍ଥିତିର ସାମନା କରିବାକୁ ଶିକ୍ଷା ଲାଭ କରିଥିଲେ।

0
0
0
s2sdefault