ହେଡଲାଇନସ୍:

 ନିଜସ୍ୱ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ରାଜ୍ୟ ସରକାର ଦେଲେଣି ୨୬୬ କୋଟି ଟଙ୍କା : ମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ନିର୍ମାଣ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାର ଟଙ୍କାଏ ବି ଦେଇନାହାନ୍ତି "

ବରଗଡ :- କରୋନା ସମୟରେ ନିର୍ମାଣ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ନିଜସ୍ୱ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ଯୋଗାଇ ଦେଇଛନ୍ତି ସହାୟତା | ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ଶ୍ରମିକମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସହାୟତା ରାଶି ଯୋଗାଇ ଦିଆ ଯାଉଥିବା ବେଳେ କେତେକ ସ୍ଥାନରେ କରୋନା ଜନିତ କଟକଣା ଓ ଅନ୍ୟ ବୈଷୟିକ କାରଣ ପାଇଁ କେତେକ ସ୍ଥାନରେ ତାହା ଦେବାରେ ବିଳମ୍ବ ହୋଇଛି | ହେଲେ ସ୍ଥିତି ଏବେ ସ୍ୱାଭାବିକ ହେବାକୁ ବସିଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ଶ୍ରମିକ ମାନଙ୍କୁ ରାଜ୍ୟ ସାରାକରଂକ ପକ୍ଷରୁ ସହାୟତା ବାବଦ ଅର୍ଥ ଦେବା ପାଇଁ ଚାଲିଥିବା ବେଳେ ଏହାକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ କିଛି ଅପପ୍ରଚାର ଚାଲିଛି ବୋଲି ଶ୍ରମ , କର୍ମଚାରୀ ବୀମା ଠଟ୍ଠା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି |

ସୂଚନା ଅନୁଯାୟୀ,  ଗତ କିଛି ଦିନତଳେ ପାଇକମାଲ ବ୍ଲକ କେରମେଲାବାହାଲ ଗ୍ରାମର କିଛି ନିର୍ମାଣ ଶ୍ରମିକ ତାଙ୍କର ପ୍ରାପ୍ୟ ଟଙ୍କା ମିଳିନଥିବା ପ୍ରଶାସନକୁ ଜଣାଇବା ସହିତ ଆସନ୍ତା ୨୧ ତାରିଖ ରେ ଧାରଣା ରେ ବସିବେ ବୋଲି ଚେତାବନୀ ଦେଇଥିଲେ । ଏ ସମ୍ପର୍କରେ ଅଭିଯୋଗ ଆସିବା ପରେ ତା ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ବ୍ଲକ ପ୍ରଶାସନ କୁ ନିର୍ଦ୍ଦେଶ ଦିଆଯାଇଥିଲା | ଆଉ ନିର୍ଦ୍ଦେଶ ଅନୁଯାୟୀ  ଆଜି ପ୍ରଶାସନ ତରଫରୁ ସେହି 40ରୁ ଉର୍ଦ୍ଧ୍ଵ ଲୋକଙ୍କୁ ତାଙ୍କର ପ୍ରାପ୍ୟ ଟଙ୍କା ବ୍ଲକ ଅଫିସରେ SEO ଦାୟିତ୍ୱରେ ଥିବା ରମେଶ ଚନ୍ଦ୍ର ସେଠି ପ୍ରଦାନ କରିଥିଲେ । ହେଲେ ଏହା ରାଜ୍ୟ ନା କେନ୍ଦ୍ର ସରକାରଙ୍କ ଅର୍ଥ ତାହା କେମିତି ସ୍ପଷ୍ଟ କରିପାରିଲେଣି ଶ୍ରୀ ସେଠି !!!!

   ଆଜି ବଣ୍ଟନ କରାଯାଇଥିବା ସହାୟତା ସମ୍ପର୍କରେ ବିଭ୍ରାନ୍ତି ପରିପ୍ରେକ୍ଷୀରେ ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ " କୋରୋନା ମହାମାରୀ ସମୟରେ ନିର୍ମାଣ ଶ୍ରମିକ ମାନଙ୍କ ସହାୟତା ପାଇଁ କେନ୍ଦ୍ର ସରକାର ଏ ଯେଉଁ ପନ୍ଦର ଶହ ଟଙ୍କା ପ୍ରଦାନ କରାଯାଉଥିବା ପ୍ରଚାର କରାଯାଉଛି ତାହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ । ଏହି ଘଡିସନ୍ଧି ମୁହୂର୍ତ୍ତରେ ନିର୍ମାଣ ଶ୍ରମିକ ମନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର, ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ 266 କୋଟି ଟଙ୍କାରୁ ଉର୍ଦ୍ଧ୍ବ ତାଙ୍କ ରାଜ୍ୟ ତହବିଲରୁ ଯୋଗାଇ ଦେଇଛନ୍ତି । ଭାରତ ବର୍ଷରେ ଓଡିଶା ପ୍ରଥମ ରାଜ୍ୟ ଯିଏ ନିର୍ମାଣ ଶ୍ରମିକ ମାନଙ୍କର ପାଇଁ ଏହିଭଳି ଉଚ୍ଚକୋଟିର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ କେନ୍ଦ୍ର ସରକାରଙ୍କର ଗୋଟିଏ ଟଙ୍କାର ମଧ୍ୟ ଯୋଗଦାନ ନାହିଁ । କ୍ରମାଗତ ଭାବରେ ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ପ୍ରଦାନ ପାଇଁ ଜିଲ୍ଲା ଶ୍ରମ ଅଧିକାରୀମାନେ ସାରା ରାଜ୍ୟରେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ପ୍ରାୟ ନବେ ପ୍ରତିଶତ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କରା ଯାଇସାରିଛି । ସଟଡାଉନ ଓ କିଛି ବୈଷୟିକ କାରଣ ଯୋଗୁ କିଛି ଶ୍ରମିକମାନଙ୍କୁ ସହାୟତା ପ୍ରଦାନରେ ବିଳମ୍ବ ହେଇଛି । ଆଗାମୀ କିଛି ଦିନ ମଧ୍ୟରେ ସମସ୍ତ ଏହି ସହାୟତା ରାଶି ନିଶ୍ଚିତ ଭାବରେ ପାଇଯିବେ "। 

 କୋରୋନା ମହାମାରୀର ଏହି ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କୁ ସଠିକ ଖବର ପହଞ୍ଚାଇବା ଗଣମାଧ୍ୟମର ପ୍ରଥମ କର୍ତ୍ତବ୍ୟ । ସେ ଗଣମାଧ୍ୟମ ହେଉ କି ସାମାଜିକ ଗଣମାଧ୍ୟମ ହେଉ, କୌଣସି ତଥ୍ୟ ପରିବେଷଣ କରିବା ପୂର୍ବରୁ ଆବଶ୍ୟକ ଅନୁସନ୍ଧାନ କରି ସଠିକ ତଥ୍ୟ ସମ୍ବଳିତ ଖବର ପ୍ରକାଶ କରିବା ଉଚିତ |  ଅପପ୍ରଚାର କରିବା  ବା ବିଭ୍ରାନ୍ତିକର ତଥ୍ୟ ପରିବେଷଣ କରିବା ନିଶ୍ଚିତ ଭାବରେ ନିନ୍ଦନୀୟ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତ ବ୍ୟକ୍ତ କରିଛନ୍ତି ।

 

0
0
0
s2sdefault