ହେଡଲାଇନସ୍:

ଅସାବଧାନତା କାରଣରୁ ଚାଲିଗଲା ଦୁଇ ଜୀବନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କପିଳଧାର ତଳେ ଦୁଇ ମୃତଦେହ ଠାବ, ଉଦ୍ଧାର ହେଲା ଜଣକର ମୃତଦେହ

ବରଗଡ :- ଆଜି ଘନଶ୍ୟାମ ମହାକୁଡ଼ ନାମକ ଜଣେ ଯୁବକ ପାଇକମାଲ ଥାନାକୁ ଆସି ଖବର ଦେଇଥିଲା ଯେ ତାର ଦୁଇ ଜଣ ସାଙ୍ଗ ଗନ୍ଧମାର୍ଦ୍ଦନ ପର୍ବତ ରେ ଅବସ୍ଥିତ କପିଳଧାରରୁ ତଳକୁ ପଡି ଯାଇଛନ୍ତି । ଖବର ପାଇବା ପରେ ପାଇକମାଲ DSP ଶ୍ରୀ ଦିନେଶ ନାୟକ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , ପୋଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କର ସହିତ ଅଗ୍ନିଶମ ବିଭାଗର କର୍ମଚାରୀ ଙ୍କର ସହିତ ଘଟଣା ସ୍ଥଳକୁ ପହଂଛି ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ମୃତ ଯୁବକ ଦ୍ବୟ କପିଳଧାର ରୁ ପ୍ରାୟ ଅଢେଇ ଶହରୁ ୩ଶହ ଫୁଟ ତଳକୁ ଖସି ପଡ଼ିଥିଲେ । ଉକ୍ତ ସ୍ଥାନ କୁ ପହଂଛିବା ମଧ୍ୟ ଅନେକ କଷ୍ଟ କର । ପ୍ରଚୁର ବର୍ଷା ଭିତରେ ଅଗ୍ନିଶମ ବିଭାଗର କର୍ମଚାରୀ , ପୋଲିସ ଓ ସ୍ବେଚ୍ଛାସେବୀ ଆକାଶ ପାଣିଗ୍ରାହୀ ଓ ପ୍ରଶାନ୍ତ ମିଶ୍ର ପ୍ରାୟ ତିନି ଘଣ୍ଟା ର ଅକ୍ଲାନ୍ତ ପରିଶ୍ରମ ପରେ ଗୋଟେ ମୃତଦେହ ଉଦ୍ଧାର କରି ପାରିଥିଲେ । ପ୍ରବଳ ବର୍ଷା ଓ ଅନ୍ଧାର ହୋଇ ଯିବା କାରଣରୁ ଅନ୍ୟ ମୃତ ଦେହଟି ଉଦ୍ଧାର କରିବା ସମ୍ପୂର୍ଣ୍ଣ ଭାବରେ ଅସମ୍ଭବ ହୋଇ ପଡ଼ିଥିଲା । 

      ମୃତ ଯୁବକ ଦ୍ବୟ ହେଲା ପାଇକମାଲ ବ୍ଲକ ଝିଟିକି ଗ୍ରାମର ବିଜୟ କୁମାର ମହାକୁଡ଼ (17)ଓ କ୍ଷୀରୋଦ ସୋନି(21) ବୋଲି ଜଣା ପଡ଼ିଛି । ମୃତ ଯୁବକ ଦ୍ବୟ ଘନଶ୍ୟାମ ସହିତ ପ୍ରବଳ ବର୍ଷା ସତ୍ୱେ କପିଳଧାର କୁ ଯାଇଥିଲେ । ଅସାବଧାନତା ବସତ ଜଣକର ପାଦ ଖସିଯିବାରୁ ସେ ଅନ୍ୟ ଜଣକର ପାଦ ଧରି ପକାଇବାରୁ ଉଭୟ ତଳକୁ ଖସି ପଡ଼ିଥିଲେ ଓ ପଥରରେ ବାଡେଇ ହୋଇଥିବା କାରଣ ରୁ ଉଭୟ ଙ୍କର ମୃତ୍ୟୁ ହୋଇ ଯାଇଥିବା ଅନୁମାନ କରାଯାଉଛି । ଆଜି ଉଦ୍ଧାର ହୋଇଥିବା ମୃତଦେହ କ୍ଷୀରୋଦ ସୋନିଙ୍କର  ବୋଲି ଚିହ୍ନିତ  ହୋଇଥିବା ବେଳ ଆସନ୍ତା କାଲି ଅଧିକ ଲୋକଙ୍କୁ ନେଇ ବିଜୟ କୁମାର ମହାକୁଡ଼ଙ୍କ  ମୃତଦେହ ଉଦ୍ଧାର କରାଯିବା ବୋଲି ଜଣା ପଡ଼ିଛି ।

0
0
0
s2sdefault