ବରଗଡ :- ବରଗଡ଼ ଜିଲ୍ଲାରେ କୋରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି । ଏଠାରେ ସୂଚନାଯୋଗ୍ୟ ଯେ ଆଜି ପର୍ଯନ୍ତ ଏହି ମହାମାରୀ ର କୋଣସି ଟୀକା କିମ୍ବା ଔଷଧ ବଜାରକୁ ଆସିନାହିଁ । ତେଣୁ ସରକାର , ସ୍ବେଚ୍ଛାସେବୀ ଅନୁଷ୍ଠାନ , ବିଶିଷ୍ଟ ବ୍ୟକ୍ତି ବିଶେଷ , ଲୋକଙ୍କର ଙ୍କର ସୁରକ୍ଷା ପାଇଁ ତଥା ଏହି ମହାମାରୀ କୁ ବ୍ୟାପିବାରେ ରୋକିବା ପାଇଁ ବାରମ୍ବାର ମାକ୍ସ ବ୍ୟବହାର ସହିତ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଇଛନ୍ତି । ହେଲେ ଦୁଃଖର ବିଷୟ କିଛି ଲୋକ ଏହିସବୁ ନିୟମକୁ ନମାନି ନିଜ ଓ ଅନ୍ୟ ମାନଙ୍କର ପ୍ରତି ମାରାତ୍ମକ ବିପଦ ସୃଷ୍ଟି କରୁଛନ୍ତି । ସରକାରୀ ଅଧିକାରୀ ମାନେ ବାରମ୍ବାର ଅମାନିଆ ମାନଙ୍କୁ ବୁଝେଇବା ସତ୍ୱେ କିଛି ଲୋକ ବୁଝିବାକୁ ନାରାଜ । ଏହିପରି ସ୍ଥିତି ରେ ଅମାନିଆ ଙ୍କୁ ଶିକ୍ଷା ଦେବାପାଇଁ ସରକାର ମାକ୍ସ ବାବଦକୁ ଫାଇନ ମଧ୍ୟ ଦୁଇ ଶହରୁ ବଢ଼େଇ ପାଞ୍ଚ ଶହ କରିଛନ୍ତି ।
ଗତ ଦୁଇଦିନ ହେବ ପାଇକମାଲ ଅଂଚଳର ବିଭିନ୍ନ ସ୍ଥାନରେ ପାଇକମାଲ ପୋଲିସ ଦ୍ୱାରା ନିୟମ ଉଲ୍ଲଂଘନ କାରୀଙ୍କୁ ଧରି ମାକ୍ସ ନପିନ୍ଧିଥିବା କାରଣରୁ ଫାଇନ ଆଦାୟ କରାଯାଇଥିଲା । ପାଇକମାଲ DSP ଶ୍ରୀ ଦିନେଶ ନାୟକ ପୁନର୍ବାର ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ଦୟାକରି ଅତ୍ୟାବଶ୍ୟକୀୟ କାର୍ଯ୍ୟ ନଥିଲେ ଘରୁ ବହାରନ୍ତୁ ନାହିଁ । ଯଦି ଘରୁ କୋଣସି ଆବଶ୍ୟକୀୟ କାର୍ଯରେ ବାହାରୁଛନ୍ତି ତେବେ ଜରୁରୀ ଭାବରେ ମାକ୍ସ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟ ରଖନ୍ତୁ । ଭଲଭାବରେ ଓ ସତର୍କତା ର ସହିତ ସରକାରଙ୍କର ଦ୍ୱାରା ଜାରି କରାଯାଥିବା କୋବିଡ଼ 19 ସମ୍ମନ୍ଧୀୟ ସମସ୍ତ ନିୟମ ପାଳନ କରନ୍ତୁ । ମାକ୍ସ ବ୍ୟବହାର କରୁନଥିବା ଲୋକଙ୍କର ଉପରେ ଆଗାମୀ ଦିନରେ ମଧ୍ୟ ନିୟମ ଅନୁସାରେ କାର୍ଯନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ନାୟକ ଜଣାଇଛନ୍ତି ।