ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଘୁମୁସର ଉନ୍ନୟନ ମଞ୍ଚ ଭୁବନେଶ୍ବର ଓ ଘୁମୁସର ବିକାଶ ପରିଷଦ, ଭଞ୍ଜନଗର ମିଳିତ ତରଫରୁ ଆୟୋଜନ କରାଯାଊ ଥିବା ଘୁମୁସର ମହୋତ୍ସବର ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଯୋଗ ଦେବା ନିମନ୍ତେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଉଭୟ ସଂସ୍ଥାର ସଭାପତି ବାଲ୍ମିକୀ ପଟ୍ଟନାୟକ ଓ ବରିଷ୍ଠ ଆଇନଜୀବି ସୋମନାଥ ନାୟକ ଓ ବରିଷ୍ଠ ବିଜେପି ନେତା ମହେଶ୍ଵର ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟIଳୟ ରେ ସାକ୍ଷାତ କରି ନିମନ୍ତ୍ରଣ କରିଛନ୍ତି I
ଉତ୍କଳର ଉତ୍କୃଷ୍ଟ, ଓଡିଶାର ବିରଳ ଘୁମୁସର ମାଟି କଳା,ସଂସ୍କୃତି,ସାହିତ୍ୟ,ସାଧନା ଓ ବୀର ଭୂମିର ଝଲକ ଆଗାମୀ ଫେବୁୟାରି ୧୦ ଓ ୧୧ ତାରିଖ ରେ ଆଡମ୍ବର ସହକାରେ ଭଞ୍ଜକଳା ମଣ୍ଡପ ଭୁବନେଶ୍ବର ଠାରେ ଘୁମୁସର ମହୋତ୍ସବ ପ୍ରଦର୍ଶନ କରାଯିବାର ବିଧିବଦ୍ଧ କାର୍ଯ୍ୟକ୍ରମ ରହିଛି I ଅଞ୍ଚଳର ଲୋକକଳା ଓ ଲୋକ ନୃତ୍ୟ କୁ ମହାଆଡମ୍ବରରେ ପାଳନ କରିବାକୁ ଯାଉଅଛି । ଯେଉଁଠି ଓଡିଆ ଭାଷା ସୁରକ୍ଷା ଅସ୍ମିତା ବୀର ଚକରା ଓ ଦୋହରା , କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ କୀର୍ତ୍ତି ଗାଥା ସହ ପୁରାତନ ସଖୀ ନାଚ, ଭାରତ ଲୀଳା,ଦୁଆରି, ନବରଙ୍ଗୀ, ଦIଶକାଠିଆ, ଘୁଡିକି, ଗାହଣ, ପ୍ରହଲ୍ଲାଦ ନାଟକ, ରାଧାପ୍ରେମ ଲୀଳା,କୃଷ୍ଣଲୀଳା , ଘୋଡା ନାଚ, ଯୋଡି ଶଙ୍ଖ, କାଠି ନାଚ,କେନ୍ଦରା,ପଷୁମୁଖା, ବାଘ ନାଚ, କଣ୍ଢେଇ ଅପେରା, ଡେରାଭେଷ, ଢୋଲା, ଢଣକୋଇଲା,ଓଡିଶୀ ଓ ଭଞ୍ଜ ସଙ୍ଗୀତ ପରିବେଷଣ ଓ ଘୁମୁସର ଅଞ୍ଚଳର ଗୋବର କଣ୍ଢେଇ, ପିତଳ ମାଛ, କାଷ୍ଟକାରିଗରୀ କାମ ପ୍ରଦର୍ଶିତ ହେବା ପାଇଁ ସ୍ଥିର କରାଯାଇଅଛି I
ରାଜ୍ୟ
ଘୁମୁସର ମହୋତ୍ସବ ରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ନିମନ୍ତ୍ରଣ
- Hits: 91











