ହେଡଲାଇନସ୍:

କରୋନା ମହାମାରୀରେ ଲୋକଙ୍କ ପାଖରେ ସବୁ ବେଳେ କରୋନା ଯୋଦ୍ଧା ସୁମିତ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :-କରୋନା ମହାମାରୀ ଯେତେବେଳେ ତାହାର କାୟା ବିସ୍ତାର କରିବା ଆରମ୍ଭ କରିଥିଲା, ସେତିକି ବେଳେ ଓଡ଼ିଶାରେ ପୋଲିସ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଥିଲେ | ସତର୍କତା ଓ ସଚେତନତା ପାଇଁ ପଦକ୍ଷେପ ନେବା ଆରମ୍ଭ ହୋଇଥିଲା |  ପାଇକମାଲ ଅଂଚଳରେ କରୋନା ମୁକାବିଲା ପାଇଁ ବି  ଥାନାରେ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଏକ ବୈଠକ  ଡାକିଥିଲେ ପାଇକମାଲ ନାଗରିକ କମିଟି,ବଣିକ ସଂଘ , ସାମ୍ବାଦିକ ତଥା ବୁଦ୍ଧିଜୀବୀ ମାନଙ୍କର । କୋଭିଡି ମୁକାବିଲା ପାଇଁ ଲୋଡ଼ିଥିଲେ ସମସ୍ତଙ୍କ ସହଯୋଗ | ଆଲୋଚନାର ବିଷୟ ଥିଲା କୋରୋନା ମହାମାରୀ ବାବଦରେ ସଚେତନତା । ଦିନଟି ଥିଲା ମାର୍ଚ୍ଚ ମାସର ଛବିଶ ତାରିଖ । ସେ ଦିନ ପର୍ଯ୍ୟନ୍ତ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କର ତରଫରୁ ମାକ୍ସ ବ୍ୟବହାର ବାବଦରେ କୋଣସି ସ୍ପଷ୍ଟ ଗାଇଡ଼ ଲାଇନ ଜାରି କରାଯାଇନଥିଲା । ହେଲେ ପାଇକମାଲ ର ଯୁବ ବ୍ୟବସାୟୀ ସୁମିତ କୁମାର ଅଗ୍ରୱାଲ ମାକ୍ସ ବାବଦରେ ପୁରାପୁରି ସଚେତନ ଥିଲେ ଓ ସେହି ସଭାରେ ମାକ୍ସ ବଣ୍ଟନ ଉପରେ ଗୁରୁତ୍ୱ ଦେଇଥିଲେ । ଏହା ପରଠାରୁ ନିଜସ୍ୱ ଉଦ୍ୟମ ଓ ଖର୍ଚ୍ଚରେ ପାଇକମାଲ, ପଦ୍ମପୁର, ଝାରବନ୍ଧ ଓ ବଲାଙ୍ଗୀର ଜିଲ୍ଲାର ଅନେକ ସ୍ଥାନରେ ମାଗଣାରେ ଲୋକଙ୍କୁ ମାସ୍କ  ବଣ୍ଟନ କରିଥିଲେ । ସ୍ଥାନୀୟ ଟେଲରଙ୍କୁ ଲଗାଇ ପ୍ରାୟ ପନ୍ଦର ହଜାରରୁ ଅଧିକ ବ୍ୟବହାର ଉପଯୋଗୀ ମାକ୍ସ ସୁମିତଙ୍କର ଦ୍ୱାରା ବଣ୍ଟା ଯାଇଥିଲା । କେବଳ ଏତିକି ନୁହେଁ , ଲକଡାଉନ ସମୟରେ ଗରିବ ଶ୍ରେଣୀର ଲୋକଙ୍କ ସମ୍ମୁଖରେ ଉଭା ହୋଇଥିଲା ଖାଦ୍ୟର ସମସ୍ୟା । ଯେଉଁ ମାନେ ମଜୁରୀ କରି ନିଜର ପରିବାର ପୋଷଣ କରନ୍ତି କିମ୍ବା ବାହାର ରାଜ୍ୟରୁ ଆସି ଏହି ଅଂଚଳରେ ଯାଯାବର ଜୀବନ ଅତିବାହିତ କରି ନିଜର ପେଟ ପୋଷିଥାନ୍ତି ସେମାନଙ୍କୁ ଖୋଜି ସେମାନଙ୍କର ନିକଟକୁ ଶୁଖିଲା ଖାଦ୍ୟ ସାମଗ୍ରୀ ପହଞ୍ଚାଇ ଥିଲେ ସୁମିତ । ଏହାପରେ ଆରମ୍ଭ ହେଲା ପ୍ରବାସୀ ଶ୍ରମିକ ମାନଙ୍କର ଘର ବାହୁଡା । ଏହି ସମୟରେ ଏହି ଅଂଚଳକୁ ପ୍ରତ୍ୟେକ ଦିନ ଫରୁଥିଲେ  ଶହ ଶହ ଶ୍ରମିକ । ଯେକୋଣସି ସ୍ଥାନରେ ଶ୍ରମିକ ମାନେ ଓଲ୍ହାଇ ଥିବାର ଖବର ପାଇବା ମାତ୍ରେ ଶ୍ରମିକ ମାନଙ୍କର ପାଇଁ ପାନୀୟ ଜଳ , ଫଳ, ବିସ୍କୁଟ ମିକ୍ସଚର ଇତ୍ୟାଦି ଧରି ପହଂଛି ଯାଉଥିଲେ ସୁମିତ । ଏହା ସହିତ  ହଜାରେ ରୁ ଉର୍ଦ୍ଧ୍ବ ସାନିଟାଇଜର ବୋତଲ ଆବଶ୍ୟକତା ମୁତାବକ ଲୋକଙ୍କୁ ବାଣ୍ଟିଥିଲେ । ମହାମାରୀ ଓ କୋରୋନା କଟକଣା ସମୟରେ ଅଧିକାଂଶ ସମୟ ପ୍ରତକ୍ଷ ଭାବରେ ସୁମିତ ଲୋକଙ୍କ ପାଇଁ କାମ କରି ଆସୁଛନ୍ତି । ସୁମିତଙ୍କର ଏହି ନିଃସ୍ୱାର୍ଥପର ସେବା ଅନେକ ଲୋକଙ୍କୁ ସମାଜ ସେବା ପାଇଁ ପ୍ରେରଣା ଦେଇଛି ଏଥିରେ ସନ୍ଦେହ ନାହିଁ । 

0
0
0
s2sdefault