ହେଡଲାଇନସ୍:

 ଅସମୟରେ ବରଦାନ ସାଜିଲା ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ନିଷ୍ପତ୍ତି

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

କରୋନାର ତିରୋଟ କାଳରେ  ଅନେକ ପରିବାରକୁ ଦେଲେ ଲକ୍ଷାଧିକ ଅର୍ଥବ୍ୟୟ ଯନ୍ତ୍ରଣାରୁ ମୁକ୍ତି 

ଭୁବନେଶ୍ୱର ( ଶାସକ ପ୍ରଶାସକ) :  କରୋନା ଏବେ ସମସ୍ତଙ୍କ ମୁଣ୍ଡ ବିନ୍ଧା ବଢାଇ ଦେଇଛି  । କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଯଦିଓ ଅଧିକ ହେଲେ ଏହାର ଚିକିତ୍ସାରେ ଅବହେଳା କରିବା ମଣିଷ ପାଇଁ ଘାତକ ହୋଇପାରେ । ଆକ୍ରାନ୍ତ ବ୍ୟକ୍ତି ଚିକିତ୍ସା କରିବାକୁ ବାଧ୍ୟ । ହେଲେ ଏହାର ଚିକିତ୍ସା ବି ବ୍ୟୟବହୁଳ  । ସାଧାରଣ ଲୋକଟିଏ ଚିକିତ୍ସା ଖର୍ଚ୍ଚ ବହନ କରିପାରିବ ନାହିଁ  । କାରଣ ପ୍ରଥମ ସଟ ଡାଉନ ଡ ଲକ୍ ଡାଉନ ଲୋକଙ୍କ ଆର୍ଥିକ ମାନଦଣ୍ଡକୁ ଦୋହଲେଇ ଦେଇଛି । ଲୋକ ଅକଥନୀୟ ନିର୍ଯାତନା ପାଇ ଜୀବନ ଯାପନ କରୁଥିବା ମଣିଷ ଗୋଟାଏ ଦିନକୁ ୧୦ରୁ ୨୦ ହଜାର ଖର୍ଚ୍ଚ କରିବ କୋଉଠୁ ଆଣି ରୋଗର ଚିକିତ୍ସା କରିବ !! 

ରୋଗ ପାଇଁ ଚିକିତ୍ସା ଖର୍ଚ୍ଚ ଦେଖିଲେ ମୁଣ୍ଠରେ ହାତ ଦେଇ ଦେବେ ଲୋକ  । ହେଲେ କଣ ହେବ, ରୋଗ ହେଲେ ବନ୍ଧା ହେଉ ବା ଛନ୍ଦା ହେଉ ପଇସା ଆଣି ରୋଗର ଚିକିତ୍ସା କରିବାକୁ ବାଧ୍ୟ, ପିଲାଏ ପଛକେ ପେଟରେ ଓଦାକନା ପକାଇ ଘରେ ରୁହନ୍ତୁ  । ହେଲେ ଗୁରୁତର ଭାବେ କରୋନାରେ କ୍ଷତିଗ୍ରସ୍ତ ହୋଇଥିବା ଓଡିଶାରେ କିନ୍ତୁ ଲୋକଙ୍କୁ ସେ ଯନ୍ତ୍ରଣା ଭୋଗିବାକୁ ପଡିନି  । ସବୁ ମୁଣ୍ଠାଇଛନ୍ତି ରାଜ୍ୟ ସରକାର  । ପଜିଟିଭ୍ ଚିହ୍ନଟ ହେବା ପର ଠାରୁ ଘରୁ ନେଇ କୋଭିଡ ଡାକ୍ତରଖାନାରେ ରଖି ସୁସ୍ଥ ହେଲା ପରେ ଘରେ ପହଞ୍ଚାଇବା ଯାଏ ସବୁ ଖର୍ଚ୍ଚ ବହନ କରୁଛନ୍ତି ରାଜ୍ୟ ସରକାର  । ପଇସାଟିଏ ବି ହାତରୁ ଦେବାକୁ ପଡୁନି ଓଡିଶାରେ କରୋନା ଆକ୍ରାନ୍ତଙ୍କୁ  । ଯଦି ଦେବାକୁ ପଡୁଥାନ୍ତା ଲୋକଙ୍କୁ ଚିକିତ୍ସା ଖର୍ଚ୍ଚ ତେବେ କେତେ ଯେ ପରିବାର ଏ କରୋନା ଯନ୍ତ୍ରଣା ଭିତରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନୟାନ୍ତ ହୋଇଥାନ୍ତେ ତାହାର ଇୟତ୍ତା ନାହିଁ  । 

କୋଭିଡ କେୟାର ଓ ଖର୍ଚ୍ଚବାର୍ଚ୍ଚକୁ ନେଇ କିଛି ବାଦ ବିବାଦ, କିଛି ଅଭିଯୋଗ ଆସୁଛି  ।  କରୋନାକୁ ନେଇ ରାଜନୀତି ବି କିଛି କମ ନୁହଁ | କିଏ କହୁଛି ମିଛରେ ନେଇ ଯାଉଛନ୍ତି , କିଏ କହୁଛି ମିଳିମିଶି ଖାଇଗଲେ, ଆଉ କିଏ ପ୍ରଶ୍ନ ଉଠାଉଛି ଅବ୍ୟବସ୍ଥାକୁ ନେଇ | ସରକାରଙ୍କୁ ବିରୋଧୀଙ୍କ ଆକ୍ଷେପ ଚାଲିଛି ୧୮୦୦ କୋଟି ଖର୍ଚ ହେଲାଣି କୋଉଠି ହେଲା ? ସ୍ୱାଭାବିକ କଥା, ଲୋକଙ୍କ ରାଜସ୍ବ, ଲୋକ ପଚାରିବେ | ଏ ସମସ୍ତ ଅଭିଯୋଗରେ ସତ୍ୟତା ଥାଇପାରେ ନଥାଇ ବି ପାରେ । ତାହା ତ ସମୟ ଆଗରେ ଜଳଜଳ ହୋଇଯିବ ।  ତଥାପି ସବୁ କୋଭିଡ ରୋଗୀଙ୍କ ମାଗଣା ଚିକତ୍ସା କରିବା ପାଇଁ ଓଡିଶା ସରକାରଙ୍କ ଗୋଟିଏ ଦୃଢ ନିଷ୍ପତ୍ତି   ସରକାର ରାଜ୍ୟର ହଜାର ହଜାର ପରିବାରଙ୍କୁ ନିଶ୍ଚିତ ଆର୍ଥିକ ଦୁର୍ଗତିରୁ ରକ୍ଷା କରିଛନ୍ତି ଏହା ନିଃସନ୍ଦେହ । କାରଣ କରୋନା ଆଜି ପର୍ଯ୍ୟନ୍ତ   ଓଡ଼ିଶାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ସାଙ୍କଜ୍ଞ ପାଖାପାଖି ୬୦୦୦୦ ଛୁଇଁବାକୁ ବସିଥିବା ବେଳେ ସେମାନଙ୍କ ମଧ୍ୟରୁ ହାତଗଣତି କେତେ ଜଣଙ୍କୁ ଛାଡିଦେଲେ ସମସ୍ତେ ମଧ୍ୟବିତ , ନିମ୍ନ ମଧ୍ୟବିତ ବା ଅସ୍ୱଚ୍ଛଳ ବର୍ଗର | ଆଉ କରୋନାର ମାଗଣା ଚିକିତ୍ସା କରିବା ପାଇଁ ସରକାରଙ୍କ ଘୋଷଣା ଓ କରୋନା ମୁକାବିଲା ପାଇଁ  କାର୍ଯାନୁଷ୍ଠାନ ଏହି ଭଳି ପରିବାରକୁ ଚିକିତ୍ସା ଜନିତ ଆର୍ଥିକ ଯନ୍ତ୍ରଣାରୁ ମୁକ୍ତି ଦେଇଛି | 

 ଏ ବିଷୟ ପ୍ରମାଣ ଦେବା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ଲକ୍ଷ୍ନୌର  ଚିଫ ମେଡିକାଲ ଅଫିସର କୋବିଡ ଖର୍ଚ୍ଚ ବାବଦରେ ଆକ୍ରାନ୍ତଙ୍କ ପକ୍ଷରେ ସେବା ପାଇଁ ଥିବା ଦୈନିକ ଫିସ ଧାର୍ଯ୍ୟ କରିଛନ୍ତି  । ତାକୁ ଏଠି ଅବତାରଣା କରୁଛୁ  ।  କରୋନା ବିରୋଧରେ ଜୋରଦାର ଲଢେଇ କରୁଥିବା ଉତ୍ତରପ୍ରଦେଶ ସରକାରଙ୍କ ଏକ ନିର୍ଦ୍ଦେଶନାମା | ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଲକ୍ଷ୍ନୋ ଚିଫ ମେଡିକାଲ ଅଫିସର ଗୋଟେ ଦର ଧାର୍ଯ୍ୟ କରିଛନ୍ତି ଯେ କରୋନା ଆକ୍ରାନ୍ତ ଜଣେ ସରକାରଙ୍କ ଅନୁମତିପ୍ରାପ୍ତ ଘରୋଇ 

ଡାକ୍ତରଖାନାରେ ଭର୍ତ୍ତି ହେଲେ ତାଙ୍କ ପକେଟରୁ କେତେ ତଣ୍ଡି ହେବେ |  ମୁଖ୍ୟ ଚିକିତ୍ସା ଅଧିକାରୀ ଲକ୍ଷ୍ନୌ ଆରପି ସିଂ COVID19 ରେ ଆକ୍ରାନ୍ତ ହୋଇ  ଆଡମିଶନ କରୁଥିବା ରୋଗୀଙ୍କ ପାଇଁ ତିନୋଟି ସ୍ଲାବ ରଖିଛନ୍ତି | ମଡ଼ରେଟ ସିକନେସ, ସିଭିୟର ସିକନେସ ଏବଂ ଭେରି ସିଭିୟର ସିକନେସ | ମଡ଼ରେଟ ସିକନେସ ପାଇଁ ଅମ୍ଳଜାନ ଯୁକ୍ତ ସହାୟକ ବ୍ୟବସ୍ଥା  ଏବଂ ଅମ୍ଳଜାନ ସହିତ ପୃଥକ  ଶଯ୍ୟା(isolation beds including supportive care & oxygen) ପାଇଁ ଦୈନିକ ୧୦,୦୦୦ ଟଙ୍କା, ଦ୍ଵିତୀୟ ପ୍ରକାର ବା ସିଭିୟର ସିକନେସ ଥିବା ରୋଗୀଙ୍କ ପାଇଁ  ଭେଣ୍ଟିଲେଟର ଯତ୍ନର ଆବଶ୍ୟକତା ବିନା ଆଇସିୟୁ(ICU without need for ventilaor care) ପାଇଁ ଦୈନିକ ୧୫,୦୦୦ ଏବଂ ତୃତୀୟ ପ୍ରକାର ଭେରି ସିଭିୟର ସିକନେସ ପାଇଁ  ଭେଣ୍ଟିଲେଟର ଯତ୍ନ ସହିତ ଆଇସିୟୁ (ICU with ventilator care) ପାଇଁ ଦୈନିକ ୧୮,୦୦୦ ଟଙ୍କା ଲେଖାଏ ଆକ୍ରାନ୍ତ ମାନେ ଜମା କରିବେ |

ଆସନ୍ତୁ ହିସାବ କରିବା କେତେ ଖର୍ଚ ହେବ କେଉଁ ବର୍ଗରେ ଅତିକମରେ ୭ ଦିନ ହସ୍ପିଟାଲରେ ରହିଲେ | 

  • ପ୍ରଥମ ବର୍ଗରେ ଥିବା ରୋଗୀ ଦିନକୁ ଦେବେ ୧୦୦୦୦ ଟଂକା ଓ ତା ସହ ପିପିଇ କିଟ ପାଇଁ ୧୨୦୦ ଟଂକା ଲେଖାଏ | ଅର୍ଥାତ ଦୈନିକ ଆକ୍ରାନ୍ତ ଜଣକ ଦେବେ ୧୧୨୦୦ ଟଂକା | ସାତ ଦିନରେ ଦେବେ ୭୮, ୪୦୦ ଟଂକା | ଯଦି ୧୦ ଦିନ ରହିଲେ ତେବେ  ଦେବେ ୧,୧୨,୦୦୦ ଟଙ୍କା |

  • ଦ୍ଵିତୀୟ ପ୍ରକାର ବା ସିଭିୟର ସିକନେସ ଥିବା ରୋଗୀଙ୍କ ପାଇଁ  ଭେଣ୍ଟିଲେଟର ଯତ୍ନର ଆବଶ୍ୟକତା ବିନା ଆଇସିୟୁ(ICU without need for ventilaor care) ପାଇଁ ଦୈନିକ ୧୫,୦୦୦ ଟଂକା ଲେଖାଏ ଓ ପିପିଇ କିଟ ପାଇଁ ୨୦୦୦ ଟଂକା ଲେଖାଏ ଦେବାକୁ ପଡିବ | ମାନେ ଦୈନିକ ଦେବାକୁ ପଡିବ ୧୭୦୦୦ ଟଙ୍କା | ସପ୍ତାହେ ରହିଲେ ରୋଗୀ ଡାକ୍ତରଖାନାକୁ ଦେବେ ୧,୧୯,୦୦୦ ଟଂକା | ୧୦ ଦିନ ରହିଲେ ୧,୭୦,୦୦୦ ଟଙ୍କା | 

  • ତୃତୀୟ ପ୍ରକାର ଭେରି ସିଭିୟର ସିକନେସ ପାଇଁ  ଭେଣ୍ଟିଲେଟର ଯତ୍ନ ସହିତ ଆଇସିୟୁ (ICU with ventilator care) ପାଇଁ ଦୈନିକ ୧୮,୦୦୦ ଟଙ୍କା ଓ ପିପିଇ କିଟ ପାଇଁ ୨୦୦୦ ଟଂକା ଦୈନିକ ଦେବାକୁ ପଡିବ | ମାନେ, ଦିନକୁ ଏହି ବର୍ଗର ରୋଗୀ ଦେବେ ୨୦,୦୦୦ ଟଙ୍କା ଲେଖାଏ | ଅର୍ଥାତ ସପ୍ତାହେ ରହିଲେ ଦେବେ ୧,୪୦,୦୦୦ ଟଂକା | 

ଆଉ ଯଦି ଡାକ୍ତରଖାନା କର୍ତ୍ତୃପକ୍ଷ ଆଉ କେଉଥିପାଇଁ ରୋଗୀଙ୍କ ଠାରୁ କିଛି ଅଧିକ ଚାର୍ଜ କରିଥାନ୍ତି ତାକୁ ସନ୍ତୋଷଜନକ କାରଣ  ଦର୍ଶାଇବେ | ଯଦି ରୋଗୀଙ୍କ ଠାରୁ ଅଧିକ ପଇସା ଆଦାୟ କରନ୍ତି ତେବେ ଆଇନ ଅନୁସାରେ ଦଣ୍ଡବିଧାନ କରାଯିବ ବୋଲି ସିଡିଏମଓ ଲକ୍ଷ୍ନୌର ସମସ୍ତ ପ୍ରାଧୀକୃତ କୋଭିଡି ହସ୍ପିଟାଲକୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି |

ଯଦି ଏଭଳି ଦର ବା ଚିକିତ୍ସା ଖର୍ଚ ଓଡ଼ିଶାରେ ଲୋକଙ୍କ ମୁଣ୍ଡରେ ପଡିଥାନ୍ତା, ତେବେ କେତେ ଯେ ପରିବାର ଆର୍ଥିକ ଦୃଷ୍ଟିରୁ ଉଚ୍ଛନ୍ନ ହୋଇଯାଇଥାନ୍ତେ ତାହା ବର୍ଣ୍ଣନା କରିବା କଷ୍ଟକର | ଏ ବିପତ୍ତି ସମୟରେ ଓଡିଶାରେ ଆକ୍ରାନ୍ତମାନେ ଏଭଳି ଆର୍ଥିକ ଯନ୍ତ୍ରଣାରୁ ମୁକ୍ତି ପାଇଛନ୍ତି ଓଡିଶା ସରକାରଙ୍କ ଖାସ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  କୋଭିଡି ଆକ୍ରାନ୍ତଙ୍କ ମାଗଣା ଚିକିତ୍ସା ନିଷ୍ପତ୍ତି ପାଇଁ ଓ ଅର୍ଥାଭାବରୁ ଜଣେ ରୋଗୀ ଚିକିତ୍ସାରୁ ବଂଚିତ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା କାରଣରୁ | ଆଉ ତା ସାଙ୍ଗକୁ ଜିବନଦାୟୀ ପ୍ଲାଜ୍ମା ଥେରାପି ବି ରାଜ୍ୟ ସରକାରଙ୍କ ନିଜ ଖର୍ଚରେ ଚାଲିଛି , ଯାହାଫଳରେ କି ଜଣେ କରୋନା ଆକ୍ରାନ୍ତଙ୍କୁ ପଇସାଟିଏ ବି ଖର୍ଚ କରିବାକୁ ପଡୁନି ଓଡ଼ିଶାରେ | 

     

 

0
0
0
s2sdefault