ହେଡଲାଇନସ୍:

ବିଦ୍ୟୁତ୍ ବଣ୍ଟନ ଓ କୋଲ ଇଣ୍ଡିଆର ଘରୋଇକରଣ ବିରୋଧରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ।। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) ପଶ୍ଚିମ ଓଡ଼ିଶା ବିଦ୍ୟୁତ ଶ୍ରମିକ, କର୍ମଚାରୀ, ଇଞ୍ଜିନିୟର ଏକତା ମଞ୍ଚ ତରଫରୁ ଆଜି ଜିଲ୍ଲାପାଳଙ୍କ ମାଧ୍ୟମରେ ବିଦ୍ୟୁତ୍ ବଣ୍ଟନ ଓ କୋଲ ଇଣ୍ଡିଆର ଘରୋଇକରଣ ତଥା ଅନ୍ୟାନ୍ୟ ଦାବି ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। 

ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରିସିଟି ବିଲ-୨୦୨୦ ଅନୁସାରେ ବିଦ୍ୟୁତ ବିଲ ପୈଠ ଓ ସବସିଡିକୁ ଘରୋଇକରଣ କରିବା ପାଇଁ ବନ୍ଦୋବସ୍ତ କରାଯାଇଛି। ଏହା ପୂର୍ବରୁ ବିଦ୍ୟୁତ ବିଭାଗର ଘରୋଇକରଣର ଫଳାଫଳକୁ ଓଡ଼ିଶାବାସୀ ମର୍ମେ ମର୍ମେ ଉପଲବ୍ଧ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ବିନାଶକାରୀ ପଦକ୍ଷେପକୁ ଦେଶର ୧୨ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ବିରୋଧ କରିଛନ୍ତି। ଘରୋଇକରଣ ଯୋଗୁଁ ଗ୍ରାହକ, କର୍ମଚାରୀ ଓ ରାଜ୍ୟ ସରକାରଙ୍କ ଆୟ ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଉଛି। ନିକଟ ଅତୀତରେ ସେସୁକୁ ଟାଟା କମ୍ପାନୀ ହାତରେ ସମର୍ପି ଦିଆଯାଇଥିବାରୁ ଏହି ପ୍ରଭାବ ସ୍ପଷ୍ଟ ପରିଲକ୍ଷିତ ହୋଇଛି। ସେହିପରି ଶକ୍ତିର ମୂଖ୍ୟ ଉତ୍ସ କୋଇଲା ଖଣିଗୁଡ଼ିକୁ ନିୟନ୍ତ୍ରଣ କରୁଥିବା କୋଲ ଇଣ୍ଡିଆକୁ ମଧ୍ୟ କମ୍ପାନୀ ମାନଙ୍କୁ ବିକ୍ରି କରିଦେବା ଦ୍ବାରା ଦେଶର ସ୍ବାର୍ଥହାନୀ ହେବ ବୋଲି ଉଲ୍ଲେଖ କରାଯାଇଛି। 

ଏଣୁ ସରକାର ମାନଙ୍କ ଏହି ଅନ୍ୟାୟପୂର୍ବକ ନିୟମକୁ ଓଡ଼ିଶା ବିଦ୍ୟୁତ କର୍ମଚାରୀ, ଶ୍ରମିକ ଓ ଇଞ୍ଜିନିୟରମାନେ ଅନ୍ୟାନ୍ୟ ରାଜ୍ୟର ବିଦ୍ୟୁତ କର୍ମଚାରୀ ଓ ଇଞ୍ଜିନିୟର ସଂଘଗୁଡ଼ିକ ସହ ମିଳିତ ଭାବେ ବିରୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ମଞ୍ଚ ଜଣାଇଛି। ଏବଂ ରାଜ୍ୟପାଳଙ୍କ ନିକଟରେ ବିଦ୍ୟୁତ ବୋର୍ଡ଼ ଗୁଡ଼ିକୁ ଘରୋଇ କମ୍ପାନୀ ମାନଙ୍କୁ ବିକ୍ରିକୁ ବନ୍ଦ କରିବା, ଟାଟା ସହ ସେସୁକୁ ବିକ୍ରି ଅନୁବନ୍ଧକୁ ରଦ୍ଦ କରିବା ପାଇଁ, ଇଲେକ୍ଟ୍ରିସିଟି ବିଲ ୨୦୨୦କୁ ରଦ୍ଦ କରିବା ପାଇଁ, ସମସ୍ତ ନାଗରିକଙ୍କୁ ବିଦ୍ୟୁତ ଓ ଅନ୍ୟାନ୍ୟ ଶକ୍ତିର ସୁରକ୍ଷା ଓ ଅଧିକାର ପ୍ରଦାନ ପାଇଁ, ୱେସ୍କୋରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ, ୱେସ୍କୋରେ ଥିବା ସମସ୍ତ ଖାଲି ପଦବୀକୁ ପୂରଣ କରିବା ପାଇଁ ଓ ଗ୍ରାହକ ମାନଙ୍କୁ ୨୪ ଘଣ୍ଟା ବିଦ୍ୟୁତ ସରବରାହ ଯୋଗାଇ ଦେବା ପାଇଁ  ଦାଵି କରିଛନ୍ତି ମଞ୍ଚର କାର୍ଯ୍ୟକର୍ତ୍ତା।

0
0
0
s2sdefault