ହେଡଲାଇନସ୍:

ପାଇକମାଲରେ ବିଧାୟକ ବାଣ୍ଟିଲେ  ଆବାସ କାର୍ଯ୍ୟାଦେଶ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 ପାଇକମାଲ :- ଗରିବ ଲୋକଙ୍କ ପାଇଁ ପେଟପୁରା ଖାଦ୍ୟ ଖାଇବା ଆଜିର ସମୟରେ କଷ୍ଟକର । ସେହିଭଳି ପରିସ୍ଥିତି ରେ ନିଜ ପରିବାର ପାଇଁ ଘର କରିବା କଥା ଜଣେ ଗରିବ ଶ୍ରେଣୀର ଲୋକ ଭାବି ମଧ୍ୟ ପାରିବ ନାହିଁ । ଗରିବ ଲୋକଙ୍କ ନିଜ ଘର ସ୍ୱପ୍ନ ପୂର୍ଣ କରିବା ନିମନ୍ତେ ରାଜ୍ୟ ସରକାର ଙ୍କର ବିଜୁ ପକ୍କା ଘର ଓ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରହିଛି । ଏହି ଯୋଜନା ଫଳରେ ଆଜିକାଲି ଗ୍ରାମାଞ୍ଚଳରେ ଅନେକ ଗରିବ ଲୋକଙ୍କର ନିଜ ଘରର ସ୍ୱପ୍ନ ପୁରା ହୋଇ ପାଇଛି । ସରକାର ଙ୍କର ଲକ୍ଷ ରହିଛି ଯେ ଆଗାମୀ ଦିନ ମାନଙ୍କରେ ଗ୍ରାମାଞ୍ଚଳର ସମସ୍ତ ଗରିବ ପରିବାର କୁ ଏହି ଯୋଜନାରେ ସାମିଲ କରାଇ ଘର ପ୍ରଦାନ କରାଯିବ । ଆଜି ଏହି କ୍ରମରେ ପାଇକମାଲ ବ୍ଲକ ଅଫିସ ଠାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା , ଏଗାର ଗୋଟି ପଂଚାୟତ ର ହିତାଧିକାରୀ ମାନଙ୍କୁ ଗ୍ରାମୀଣ ଆବାସ ପାଇଁ ୱର୍କ ଅଡର ବଣ୍ଟନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । କୋବିଡ଼ କଟକଣା ଲାଗୁ ରହିଥିବା କାରଣରୁ ସାମାଜିକ ଦୂରତ୍ୱ ବଜାୟ ରଖି ପ୍ରତ୍ୟେକ ପଂଚାୟତ ରୁ ମାତ୍ର ପାଞ୍ଚ ଜଣ ହିତାଧିକାରୀ ଙ୍କୁ ବ୍ଲକ ଅଫିସ କୁ ଡକା ଯାଇଥିଲା । ବପିସି ଶ୍ରୀ ମାନସ ରଞ୍ଜନ ରାଜହଂସ ଙ୍କର ସୂଚନା ମୁତାବକ ଆଗାମୀ କିଛି ଦିନ ମଧ୍ୟରେ ପାଇକମାଲ ବ୍ଲକ ରେ ସମୁଦାୟ ୩୫୬୫ ଜଣ ହିତାଧିକାରୀ ଙ୍କୁ ଘର ନିର୍ମାଣ ପାଇଁ କାର୍ଯାଦେଶ ବଣ୍ଟନ କରାଯିବ । 

       ଏହାସହିତ ବ୍ଲକ ର ୪୧୬ ଜଣ ହିତାଧିକାରୀ ଙ୍କୁ ଶ୍ରମିକ କାର୍ଡ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପାଇକମାଲ BDO ଶ୍ରୀ ସୁରେନ୍ଦ୍ର କୁମାର ମେହେର  ପାଇକମାଲ ବ୍ଲକ ଚେୟାରମ୍ୟାନ ଅଳତାଫ ମହମ୍ମଦ , ପାଇକମାଲ ମୁଖ୍ୟାଳୟ ସରପଞ୍ଚ ଶ୍ରୀ ଧବଳେଶ୍ବର ସାହୁ ,ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault