ହେଡଲାଇନସ୍:

ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ମହାପ୍ରୟାଣ ଦିବସ ପାଳିତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ମୋହନ ପ୍ରଜ୍ଞା ସମ୍ମାନରେ ବ୍ଲକ ଟପ୍ପର ସୋହନ ସମ୍ମାନୀତ

ପଦ୍ମପୁର,(ଶାସକ ପ୍ରଶାସକ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଲପଦର ସରସ୍ବତୀ ଶିଶୁ ମନ୍ଦିରରେ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ମହାପ୍ରୟାଣ ଦିବସ ସୋମବାର ସନ୍ଧ୍ଯାରେ ପାଳିତ ହୋଇ ଯାଇଛି। ବିଜେପୁର ଖଗେଶ୍ୱର ସାହିତ୍ୟ ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମାଜିକକର୍ମୀ ଜନାର୍ଦ୍ଦନ ପାଣିଗ୍ରାହୀ ମୁଖ୍ୟ  ଅତିଥି ଭାବେ ଯୋଗ ଦେଇ ବହ୍ନିକନ୍ୟାଙ୍କ ପ୍ରତିକ୍ରୁତିରେ ମାଲ୍ୟାର୍ପଣ  କରି ଏହାକୁ ଉଦଘାଟନ କରିଥିଲେ। ସଭାପତି ନାଟ୍ୟକାର ମୋହନସିଂ କହ୍ନେଇଙ୍କ ଅଧ୍ୟକ୍ଷତାରେ ଶିକ୍ଷାବିତ୍ ସୋମନାଥ ପଧାନ, ଅଧ୍ୟାପକ  ସୁଶାନ୍ତ କୁମାର ମିଶ୍ର ଆଲୋଚକ ଭାବେ ଯୋଗଦେଇ ଥିଲେ। ପାର୍ବତୀ ଥିଲେ ସ୍ବାଭିମାନୀ, ନିରଭିମାନୀ ବ୍ୟକ୍ତିତ୍ୱର ଅଧିକାରୀ। ତାଙ୍କର ତ୍ୟାଗ , ନିଷ୍ଠା, ସେବାର ପଟାନ୍ତର ନାହିଁ। ତେଣୁ ସେ ପଶ୍ଚିମ ଓଡିଶାର ମଦର ଟେରସା ଭାବେ ପରିଚିତି ଲାଭ କରି ଥିଲେ ବୋଲି ମତପ୍ରକାଶ ପାଇଥିଲା। ଏହି ଅବସରରେ ବିଜେପୁରର ଆଦର୍ଶ ଶିକ୍ଷକ ମୋହନ ବେହେରାଙ୍କ ସ୍ମୃତିରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବ୍ଲକ ଟପ୍ପର ହୋଇଥିବା ଜାଲପାଲି ୟୁଜିଏଚଏସର ସୋହନ ପଧାନଙ୍କୁ ମୋହନ ପ୍ରଜ୍ଞା ସମ୍ମାନ ୨୦୨୦ରେ ସମ୍ମାନୀତ କରାଯାଇଥିଲା। ଯୁବକବି ଦେବାଶିଷ ମେହେର ମାନପତ୍ର ପାଠ କରିଥିଲେ। ସେହିପରି ପଣ୍ଡିଚେରୀର ସର୍ଜରୀ ବିଶେଷଜ୍ଞ ଡାକ୍ତର ବିଜୟାନନ୍ଦ ନାଏକଙ୍କ ପକ୍ଷରୁ ଅଗ୍ରଣୀ ଚାଷୀ ନାରାୟଣ ନାଏକ ସ୍ମାରକୀ ସମ୍ମାନରେ ସୋହନ ପଧାନଙ୍କୁ ପାଞ୍ଚ ହଜାର ଟଙ୍କାର ସହାୟତା ରାଶି ଦେଇ ପୁରସ୍କୃତ କରାଯାଇଥିଲା। କଣ୍ଠଶିଳ୍ପୀ ଦୁର୍ବାଦଳ ମେହେର ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ। ସହ ସଂପାଦକ ହ୍ରୁଦମଣି ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଉପସଭାପତି ଦିଲ୍ଲୀପ କୁମାର ଦେବତା। ତୁଳସୀରାମ ମେହେର, ଚିତ୍ତରଞ୍ଜନ ପଧାନ, ପରମେଶ୍ୱର ପଧାନ, ବାସୁଦେବ ପଧାନ, କ୍ଷିତିପତି ରଣା, ରାଜୁ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କବୟିତ୍ରୀ ଅହଲ୍ୟା ପଧାନ ଧନ୍ଯବାଦ ଅର୍ପଣ କରିଥିଲେ। ସେହିପରି ସମଲାଇପଦର ସ୍ଥିତ ପାର୍ବତୀ ଗିରି ଅନାଥା ବ୍ରୁଦ୍ଧାଶ୍ରମରେ ପାର୍ବତୀ ଗିରିଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇ ଯାଇଛି। ସୁବାସ ପଧାନ, ଲାଲସାହେବ ବାରିକ, ଅଶୋକ ବାରିକ, ଜନକୀ ପୁରି, ଅକ୍ଷୟ ବାରିକ ପ୍ରମୁଖ ଯୋଗଦେଇ ବହ୍ନିକନ୍ୟାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସଂପାଦକ ଜଳନ୍ଧର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault