ହେଡଲାଇନସ୍:

ପଶ୍ଚିମବଙ୍ଗରେ ଲକ୍ ଡାଉନ : କିଛି ଟ୍ରେନ ହେବ ପ୍ରତ୍ୟାହାର ଆଉ କିଛି ଟ୍ରେନର ବାତିଲ ହେବ ରହଣି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଗଷ୍ଟ ମାସରେ ପଶ୍ଚିମବଙ୍ଗର କିଛି ସ୍ଥାନ ରେ ସମ୍ପୂର୍ଣ୍ଣ ସଟ୍ ଡାଉନ ହେଉଥିବାରୁ ଟ୍ରେନ ସେବା ବାତିଲ, ଆଂଶିକ ବାତିଲ  ଓ  ରହଣି ପ୍ରତ୍ୟାହାର କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି  l

ଭୁବନେଶ୍ୱର (ଶାସକ ପ୍ରଶାସକ ) ପଶ୍ଚିମବଙ୍ଗ ରାଜ୍ୟରେ  ଅଗଷ୍ଟ 2020 ର ୨୦, ୨୧, ଓ ୨୭ ତାରିଖରେ ସମ୍ପୂର୍ଣ୍ଣ  ଲକ୍ ଡାଉନ ହେଉଥିବାରୁ ଟ୍ରେନ ସେବା ନିମ୍ନ ମତେ  ପ୍ରଭାବିତ ହେବ -

ବାତିଲ ହେଉଥିବା ଟ୍ରେନ  :

 A. ହାଓଡ଼ାରୁ ଛାଡୁଥିବା 02245 ହାଓଡ଼ା-ଯଶୋବନ୍ତପୁର  ଦୁରନ୍ତ ସ୍ପେସିଆଲକୁ   ୨୧ ଅଗଷ୍ଟ , 2020 ତାରିଖ ଦିନ ବାତିଲ କରାଯିବ l

B. ଯଶୋବନ୍ତପୁରରୁ  ଛାଡୁଥିବା 02246 ଯଶୋବନ୍ତପୁର -ହାଓଡ଼ା ଦୁରନ୍ତ ସ୍ପେସିଆଲକୁ ୨୦ ଅଗଷ୍ଟ  2020  ତାରିଖ ଦିନ ବାତିଲ କରାଯିବ l

C. ସିଆଲଦାରୁ  ଛାଡୁଥିବା 02201 ସିଆଲଦା -ଭୁବନେଶ୍ୱର ଦୁରନ୍ତ ସ୍ପେସିଆଲକୁ  ୨୧, ୨୮ ଓ ୩୧ ଅଗଷ୍ଟ  2020 ତାରିଖ  ଦିନ  ବାତିଲ କରାଯିବ  l

D. ଭୁବନେଶ୍ୱରରୁ ଛାଡୁଥିବା 02202 ଭୁବନେଶ୍ୱର -ସିଆଲଦା ଦୁରନ୍ତ ସ୍ପେସିଆଲକୁ  ୨୨, 29 ଅଗଷ୍ଟ ଏବଂ ସେପ୍ଟେମ୍ବର ପହିଲା 2020 ତାରିଖ  ଦିନ ବାତିଲ କରାଯିବ l

E. 02074/02073 ଭୁବନେଶ୍ୱର -ହାଓଡ଼ା -ଭୁବନେଶ୍ୱର ଜନ ଶତାବ୍ଦୀ ସ୍ପେସିଆଲକୁ ୨୦, ୨୧ ଓ ୨୭ ଅଗଷ୍ଟ , 2020  ତାରିଖ ଗୁଡିକରେ ଉଭୟ ଭୁବନେଶ୍ୱର ଓ ହାଓଡ଼ା ଦିଗରୁ ବାତିଲ କରାଯିବ l

 ଆଂଶିକ ବାତିଲ ହେଉଥିବା ଟ୍ରେନ :

A. ୧୯, ୨୦ ଓ ୨୬ ଅଗଷ୍ଟ , 2020 ତାରିଖ ମାନଙ୍କରେ  ସିକନ୍ଦରାବାଦରୁ ଛାଡୁଥିବା 02704 ସିକନ୍ଦରାବାଦ -ହାଓଡ଼ା ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ ଏହାର  ଯାତ୍ରା ଭୁବନେଶ୍ୱର ଠାରେ ସମାପ୍ତ କରିବ ଏବଂ ହାଓଡ଼ା ପର୍ଯ୍ୟନ୍ତ ଯିବ ନାହିଁ l

B. ୨୦, ୨୧ ଓ ୨୭ ଅଗଷ୍ଟ 2020 ତାରିଖ ମାନଙ୍କରେ ହାଓଡ଼ା ରୁ ଛାଡୁଥିବା 02703 ହାଓଡ଼ା -ସିକନ୍ଦରାବାଦ ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ  ହାଓଡ଼ା ପରିବର୍ତ୍ତେ  ଭୁବନେଶ୍ୱରରୁ ଛାଡିବ ଏବଂ ଏହି ତାରିଖ ଗୁଡିକରେ ଏହା  ହାଓଡ଼ାଠାରୁ  ଭୁବନେଶ୍ୱର ପର୍ଯ୍ୟନ୍ତ  ବାତିଲ ରହିବ l

ପ୍ରତ୍ୟାହାର କରାଯାଉଥିବା ରହଣି :

A.ଭୁବନେଶ୍ୱରରୁ ଛାଡୁଥିବା 02801 ଭୁବନେଶ୍ୱର -ନୂଆଦିଲ୍ଲୀ ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ଓ  ନୂଆଦିଲ୍ଲୀରୁ ଆସୁଥିବା  02802 ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ୧୯, ୨୦ ଓ ୨୬ ଅଗଷ୍ଟ , 2020 ରେ  ଉଭୟ ଦିଗରୁ ପୁରୁଲିଆ ଓ ହିଜଲୀ ଠାରେ ରହଣି କରିବ ନାହିଁ  l

B. ଭୁବନେଶ୍ୱରରୁ ଛାଡୁଥିବା 02823 ଭୁବନେଶ୍ୱର-ନୂଆଦିଲ୍ଲୀ  ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ  ୨୦, ୨୧ ଓ ୨୭ ଅଗଷ୍ଟ , 2020 ରେ ଏବଂ  ନୂଆଦିଲ୍ଲୀରୁ  ଆସୁଥିବା 02824 ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ  ୧୯, ୨୦ ଓ ୨୬ ଅଗଷ୍ଟ , 2020ରେ  ଉଭୟ ଦିଗରୁ ହିଜଲୀ ଠାରେ ରହଣି  କରିବ ନାହିଁ ଲ

ଉପରୋକ୍ତ ଟ୍ରେନ ଗୁଡିକର ଯାତ୍ରୀମାନେ  ଏଥି ପ୍ରତି ଧ୍ୟାନ ଦେବା ଉଚିତ ଏବଂ  ସେହି ଅନୁଯାୟୀ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆ ଯାଉଛି l

 

0
0
0
s2sdefault