ଭିଡିଓ କନଫରେନସିଂ ବୈଠକରେ କୃଷିମନ୍ତ୍ରୀ ଡ. ଅରୁଣ ସାହୁ କେନ୍ଦ୍ରକୁ କଲେ ଅନୁରୋଧ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ଚଳିତ ଖରିଫ ଚାଷ ନିମନ୍ତେ ରାଜ୍ୟକୁ ଅଧିକ ୟୁରିଆ ସାର ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଜି ପୂର୍ବାହ୍ନରେ କେନ୍ଦ୍ର ସରକାରଙ୍କ ରାଜ୍ୟ ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ମନସୁଖଭାଇ ମାଣ୍ଡଭିୟ ଭିଡିଓ କନଫରେନସିଂ ଯୋଗେ ରାଜ୍ୟ କୃଷି ମନ୍ତ୍ରୀମାନଙ୍କର ବୈଠକରେ ସାର ଯୋଗାଣର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ ।
ଏଥିରେ ମନ୍ତ୍ରୀ ଡଃ ସାହୁ ଯୋଗଦେଇ ଅଗଷ୍ଟ ମାସରେ ବାକିୟୁରିଆ ସାର ତୁରନ୍ତ ଯୋଗାଇ ଦେବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଜୁଲାଇ ଦ୍ୱିତୀୟ ସପ୍ତାହଠାରୁ ସେପେଫମ୍ବର ଶେଷ ପର୍ଯ୍ୟନ୍ତୟୁରିଆ ସାରର ସର୍ବୋଚ୍ଚ ଚାହିଦା ରହିଥାଏା ଖରିଫ୍ ଚାଷର ୬୦ ପ୍ରତିଶତ ୟୁରିଆ ଏହି ସମୟରେ ବ୍ୟବହାର ହୋଇଥାଏା ଭାରତର ପୂର୍ବାଞ୍ଚଳରେ କୌଣସିୟୁରିଆ ଉତ୍ପାଦନ କାରଖାନା ନାହିାଁ ତେଣୁ ଓଡ଼ିଶାକୁ ଉତ୍ତରାଞ୍ଚଳ ଏବଂ ପଶ୍ଚିମାଞ୍ଚଳର କାରଖାନାରୁୟୁରିଆ ନିମନ୍ତେ ନିର୍ଭର କରିବାକୁ ପଡ଼ିଥାଏା
୨୦୨୦ ଜୁନ୍ ମାସରେ ରାଜ୍ୟରୟୁରିଆ ସାର ଚାହିଦା ୭୦ ହଜାର ମେଟ୍ରିକ ଟନ୍ ଥିବାବେଳେ ୫୬ ହଜାର ୨୨୮ ମେଟି୍ରକ୍ ଟନ୍ ସାର ଯୋଗାଣ ହୋଇଥିଲା ଯାହା ଚାହିଦାଠାରୁ ୧୩ ହଜାର ୭୭୨ ମେଟି୍ରକ୍ ଟନ୍ କମ୍ ଥିଲାା ସେହିପରି ଜୁଲାଇ ମାସରେ ୧୯ ହଜାର ୬୧୯ ମେଟି୍ରକ୍ ଟନ୍ କମ୍ ସାର ଓଡ଼ିଶାକୁ ଯୋଗାଣ ହୋଇଥିଲାା
ଅଗଷ୍ଟ ମାସରେ ରାଜ୍ୟରେ ଏକ ଲକ୍ଷ ମେଟି୍ରକ୍ ଟନ୍ୟୁରିଆ ସାରର ଆବଶ୍ୟକତା ଥିବାବେଳେ ଅଗଷ୍ଟ ୧୭ ତାରିଖ ସୁଦ୍ଧା ରାଜ୍ୟକୁ ମାତ୍ର ୩୪ ହଜାର ୧୫୦ ମେଟି୍ରକ୍ ଟନ୍ ଯୋଗାଣ ହୋଇଛିା ଜୁନ୍ ଓ ଜୁଲାଇ ମାସର ନିଅଣ୍ଟିଆ ସାର ଯୋଗାଣ ଏବଂ ଅଗଷ୍ଟ ମାସର ବାକି ଅବଧି ପାଇଁ ରାଜ୍ୟରେ ୧ ଲକ୍ଷ ୩ ହଜାର ମେଟି୍ରକ୍ ଟନ୍ୟୁରିଆ ସାରର ଆବଶ୍ୟକତା ରହିଛିା
ଓଡ଼ିଶାରେ ଖରିଫରେ ମୁଖ୍ୟତଃ ଧାନଚାଷ କରାଯାଉଥିବା ବେଳେ ଅଧିକ ୟୁରିଆ ସାରର ଆବଶ୍ୟକତା ରହିଛି । ରାଜ୍ୟ ସରକାରଙ୍କ ତରଫରୁ ଇଫକୋ, ଆରସିଏଫ, ଏନ୍ଏଲଏଫ ଆଦି ସାର କମ୍ପାନୀଗୁଡ଼ିକ ନିଜସ୍ୱ ଉତ୍ପାଦିତ ସାର ଯୋଗାଇଦେବା ପାଇଁ ଅନୁରୋଧ କରାଯାଇଥିବା ବେଳେ ରାଜ୍ୟକୁ ବିଦେଶରୁ ଆମଦାନୀ ହେଉଥିବା ୟୁରିଆ ସାର ଉପଲବ୍ଧ ହୋଇନାହିଁ ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ ।
ଏହି ପରିପ୍ରେକ୍ଷୀରେ ରାଜ୍ୟକୁ ଇଣ୍ଡିଆନ ପଟାସ ଲିମିଟେଡ ପକ୍ଷରୁ ବିଦେଶରୁ ଆମଦାନୀ ହେଉଥିବା ୟୁରିଆ ସାର ଯୋଗାଇଦେବା ପାଇଁ ମନ୍ତ୍ରୀ ଡଃ ସାହୁ ଅନୁରୋଧ କରିଥିଲେ । ରାଜ୍ୟରେ ୟୁରିଆ ସାର ଖୁଚୁରା ବିକ୍ରୟକୁ କ୍ୟାସ୍ଲେସ୍ ଓ ଡିଜିଟାଲ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଅଦ୍ୟାବଧି ୧୦୦୦ଟି ଖୁଚୁରା ସାର ବିକ୍ରୟ କେନ୍ଦ୍ରକୁ ଡ଼ିଜିଟାଲ କରାଯାଇଛି ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ । ବୈଠକରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ବିଭାଗର ପ୍ରମୁଖ ଶାସନ ସଚିବ ଡଃ ସୌରଭ ଗର୍ଗ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡଃ ଏମ୍. ମୁଥୁକୁମାର ଯୋଗଦେଇଥିଲେ ।