ହେଡଲାଇନସ୍:

ଜାଣିବା ଶୁଣିବା ଲୋକ ଯଦି ଏମିତି କରିବେ ନଜାଣିବା ଲୋକ ବୁଝିବେ କଣ  ! 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜିଲ୍ଲା ପ୍ରଶାସନର କାର୍ଯ୍ୟକ୍ରମରେ ସାମାଜିକ ଦୂରତାକୁ ବେଖାତିର

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) - ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଦ୍ଵାରା ଶିଶୁଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ଆଜି ଶୁଭାରମ୍ଭ ହୋଇଥିବା ଦୁଇଟି ଅଭିନବ କାର୍ଯ୍ୟକ୍ରମରେ ସାମାଜିକ ଦୂରତାକୁ ବେଖାତିର କରାଯାଇଥିବା ଦୃଷ୍ଟିଗୋଚର ହୋଇଛି । ସବୁଠାରୁ ବେଶୀ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ରାଜ୍ୟର ଜଣେ ମନ୍ତ୍ରୀ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ଏଭଳି କୋଭିଡ ମାର୍ଗଦର୍ଶିକାର ଖୋଲା ଉଲଙ୍ଘନ ହୋଇଛି | ହେଲେ ଯେଉଁଠି ଜିଲ୍ଲା ପ୍ରଶାସନର କାର୍ଯ୍ୟକ୍ରମରେ ସାମାଜିକ ଦୂରତାକୁ ବେଖାତିର କରାଯାଉଛି, ସେଠି ସାଧାରଣ ଜନତା ଉକ୍ତ ନିୟମକୁ କେତେ ପାଳନ କରିବେ ଓ କାହିଁକି ପାଳନ କରିବେ ବୋଲି ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି | ଏଠାରେ ସୂଚନାଯୋଗ୍ୟ ଯେ, ହେମଗିରି ବ୍ଲକରେ ‘ମାଣ୍ଡିଆ ଲଡୁ’ ଏବଂ ଲେଫ୍ରିପଡ଼ା ବ୍ଲକରେ ‘ସ୍ପିରୁଲିନାଯୁକ୍ତ ଚିକି’ ବଣ୍ଟନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଭବନଠାରେ ଆଜି ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ତାସହିତ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ, ଏସପି ସାଗରୀକା ନାଥଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ହେଲେ ଜଣେ ମନ୍ତୀଙ୍କ ଉପସ୍ଥିତିରେ ତଥା ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ କୋଭିଡ ମାର୍ଗଦର୍ଶିକାର ଏଭଳି ଉଲଙ୍ଘନ କୋଭିଡ ପରିଚାଳନାରେ ସରକାର ଓ ପ୍ରଶାସନର ଆନ୍ତରିକତା ଓ ସମ୍ବେଦନଶୀଳତାକୁ ବୟାନ କରୁଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି |

0
0
0
s2sdefault