ହେଡଲାଇନସ୍:

ବାଲିଗୁଡା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରାଦେଶୀ ମଦ କାରବାର ବୃଦ୍ଧି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କନ୍ଧମାଳ/ ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରାଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି I ବାଲିଗୁଡା ସହର  ସମେତ  ମହାସିଙ୍ଗ,  ବୁଡଗୁଡା, ତିଲୋରୀ, ବୁରଙ୍ଗିଆ, ବାରଖମା, ସୁଡ୍ରା,  ଖମନଖୋଲ, ମିଡ଼ିଆକିଆ, ରେବୀଙ୍ଗିଆ, କୁଟିକିଆ, ବୁଦୃକିଆ, ଆଡ଼ିମାହା ଆଦି ଅଞ୍ଚଳରେ ବହୁଳ ମଦ ପ୍ରଚଳନ ହେଉଥିବାରୁ ଘରେ ଘରେ ପାରିବାରିକ ହିଂସା ଓ ଅଞ୍ଚଳରେ  ସାମାଜିକ ଅସ୍ଥିରତା  ବୃଦ୍ଧି ପାଉଛି l ଲକ ଡାଉନ  ଓ  ସଟଡାଉନର  ସୁଯୋଗନେଇ ଅନେକ  ମଦ କାରଖାନା ତିଆରି ହୋଇଛି ଓ ଅଞ୍ଚଳରୁ ଚୋରା ମହୁଲିମଦ ବାଲିଗୁଡାର  ବିଭିନ୍ନ ଅଞ୍ଚଳକୁ ରପ୍ତାନି ହେଉଛି l ମଦ୍ୟପମାନେ ମଦ ପିଇ ଘରେ  କଳିଝଗଡା ଓ  ଅଶାନ୍ତି  ସୃଷ୍ଟି କରୁଛନ୍ତି l କିନ୍ତୁ  ଅବକାରୀ  ବିଭାଗ  ହାତ ଗୁଞ୍ଜାନେଇ ଚୁପ ବସିଛି  ପୁଲିସକୁ  ଅଭିଯୋଗ କଲେ ବି  ପୁଲିସ ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରୁନଥିବା ମହିଳା ସଂଘ ଅଭିଯୋଗ କରିଛି l କିଛି ଦିନ ତଳେ ମଦ ଚାଲାଣ ଓ  ବିକ୍ରୟ  ହେଉଥିବାର  ଖବର ବାଲିଗୁଡା ପୁଲିସକୁ ଡୁଡୁଗୁମ, ସିଟୁପାଜୁ ସମେତ ମହିଳା ସଂଘ ଅଭିଯୋଗ କରିଥିଲେ ପୁଲିସ ପହଂଚି ମଦ ଓ  ପୋଚ  ଜବତ  କରିଥିଲେ  ସତ କିନ୍ତୁ  ମଦ  ବ୍ୟବସାୟୀଙ୍କ  ଉପରେ  କୌଣସି  କାର୍ଯ୍ୟାନୁଷ୍ଠାନ  ନେଇ ନ ଥିଲେ I ଏଥିରେ ଅତିଷ୍ଠ ହୋଇ  ଆଡ଼ିମାହା ପଂଚାୟତର  ସମସ୍ତ ମହିଳା  ସଂଗଠନ ଏକତ୍ରିତ ହୋଇ ଅଞ୍ଚଳକୁ  ମଦମୁକ୍ତ ଅଞ୍ଚଳ ଭାବେ ଗଠନ କରିବାକୁ  ନିଷ୍ପତି ନେଇଛନ୍ତି l ଗାଁ ଗାଁରେ ରାଲି ଓ  ବୈଠକ  କରି  ସଚେତନ କରୁଛନ୍ତି l ଏନେଇ ବାଲିଗୁଡା ପୁଲିସକୁ ଖବର ଦିଆଯାଇଥିଲେ ବି କୌଣସି ଆଖିଦୃଷ୍ଟିଆ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନ ଥିବାରୁ ଅଞ୍ଚଳରେ  ଅସନ୍ତୋଷ ପ୍ରକାଶ ପାଉଛି I ଏନେଇ ଆଡିମାହା ଗ୍ରାମପାୟତର ଜନସାଧାରଣ ବାଳିଗୁଡ଼ା ଥାନାରେ ଜଣାଇବା ସହ ଉପ ଜ଼ିଲ୍ଲାପାଳଙ୍କୁ  ଲିଖିତ ଅଭିଯୋଗ କରିଛନ୍ତି l

0
0
0
s2sdefault