କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ପଡ଼ାବାସୀଙ୍କ ଦାବି
କୁଚିଣ୍ଡା-ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ଲାଡ଼ ଗ୍ରାମର ହରିଜନ ପଡ଼ା ଠାରୁ କିସାନ ପଡ଼ା ରାସ୍ତା ସାମାନ୍ୟ ବର୍ଷାରେ ଶୋଚନୀୟ ହୋଇପଡୁଛି l ରାସ୍ତାଟି ପାଣି କାଦୁଅରେ ପରିପୂର୍ଣ୍ଣ ହୋଇଯିବା ଫଳରେ ଯିବାଆସିବା ଅନୁପଯୋଗୀ ହୋଇପଡୁଛି l ଏହି ରାସ୍ତା ଦେଇ ଗୋରୁଗାଈ,ଛେଳି,ବାଇକ,ଟ୍ରାକ୍ଟର, ପାୱାର ଟେଲର,ସାଇକେଲ ଏବଂ ଲୋକମାନେ ଖର୍ଲା ନଦୀକୁ ପ୍ରତ୍ୟେକ ଦିନ ଗାଧୋଇବା ପାଇଁ ଓ ଅନ୍ୟାନ୍ୟ କାମରେ ଯିବା ଆସିବା କରିଥାନ୍ତି l ବର୍ଷା ଦିନରେ ଉକ୍ତ ରାସ୍ତାରେ ଯାନବାହନ ତ ଦୂରର କଥା ପାଦରେ ଚାଲିକି ଯିବା ବହୁ କଷ୍ଟକର ହୋଇପଡୁଛି l ଓ ଅନେକ ଥର ଗ୍ରାମ ପଞ୍ଚାୟତରେ ଏହି ରାସ୍ତା ପାଇଁ ଦରଖାସ୍ତ ଦିଆଯାଇଥିଲେ ମଧ୍ୟ ତାଙ୍କ କଥା କେହି କର୍ଣ୍ଣପାତ କରୁନାହାନ୍ତି, ବୋଲି ହରିଜନ ପଡ଼ା ଓ କିସାନ ପଡ଼ାର ପଡ଼ାବାସୀ କହିଛନ୍ତି l ତୁରନ୍ତ ପଦକ୍ଷେପ ନେଇ ପଡ଼ାର ରାସ୍ତାକୁ କଂକ୍ରିଟ ରାସ୍ତା ନିର୍ମାଣ କରିବାକୁ ପଡ଼ାବାସୀ ଦାବୀ କରିଛନ୍ତି l