ହେଡଲାଇନସ୍:

ନୂଆ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କର, ପୁରୁଣା ପ୍ରକଳ୍ପ ପୁନରୁଦ୍ଧାର ଜଲଦି ସାର: ଓଏଲଏଇସି ଅଧ୍ୟକ୍ଷ ଶ୍ରୀ ପତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଂଝାରପୁର ନିର୍ବାଚନ ମଣ୍ଡଳୀର ଉଠାଜଳସେଚନ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା

ଭୁବନେଶ୍ୱର (ଶାସକ ପ୍ରଶାସକ): ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶକୁ ପ୍ରାଥମିକତା ଦେଉଥିବା ବେଳେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି | ସମ୍ପ୍ରତି କରୋନା ଭଳି ସଙ୍କଟମୟ ଚାଷୀ ଓ ଚାଷ ଯେପରି କ୍ଷତିଗ୍ରସ୍ତ  ନ ହୁଅନ୍ତି ସେଥିପାଇଁ ଯତ୍ପରୋନାସ୍ତି ପ୍ରଚେଷ୍ଟା ଜାରି ରଖିଛନ୍ତି | ତେଣୁ କୃଷି ଓ କୃଷକଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରହିଥିବା ଆଭିମୁଖ୍ୟ ସାକାର ଦିଗରେ ଜଳସେଚନର ପ୍ରମୁଖ ଭୂମିକା ରହିଥିବା କାରଣରୁ ଉଠା ଜଳସେଚନ ପଏଣ୍ଟ ଗୁଡିକ ଯେପରି ଚାଷୀଙ୍କ କାମରେ ଲାଗିପାରିବ ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଅଧକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ |

ଉଠା ଜଳସେଚନ ନିଗମର କାର୍ଯ୍ୟାଳୟଠାରେ ଓଡ଼ିଶା ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ  ପତ୍ରୀ ଏବଂ ସରକାରୀ ମୁଖ୍ୟ ସଚେତକ ତଥା ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଉପସ୍ଥିତିରେ ବିଂଝାରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଉଠାଜଳସେଚନ ପଏଣ୍ଟ ଗୁଡିକର ସ୍ଥିତି ସମୀକ୍ଷା କରିବା ଅବସରରେ ଶ୍ରୀ ପତ୍ରୀ ଉପରୋକ୍ତ ନିର୍ଦେଶ ଦେଇଥିଲେ |  କୋଭିଡ୍ ସ୍ଥିତିରେ ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୃଷିର ଉନ୍ନତିଓ କୃଷକଙ୍କ କଲ୍ୟାଣ ପାଇଁ ଜଳସେଚନ ଉପରେ ଗୁରୁତ୍ୱ ଦେଉଥିବା ବେଳେ ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ଜଳସେଚନ ସୁବିଧା ତ୍ୱରାନ୍ୱିତ କରିବା ନିମନ୍ତେ ସମସ୍ତ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତିନିଆଯାଇଥିଲାା ନୂତନ ପ୍ରକଳ୍ପଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବା ସହିତ ପୁରାତନ ପ୍ରକଳ୍ପଗୁଡ଼ିକର ପୁନରୁଦ୍ଧାର ପ୍ରକ୍ରିୟାକୁ ଅବିଳମ୍ବେ ସମାପ୍ତ କରି ଚାଷୀଙ୍କ ସେବାରେ ସମ୍ପୂର୍ଣ କରାଇବା ପାଇଁ ଶ୍ରୀ ପତ୍ରୀ ନିଗମର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ |  ଏହି ବୈଠକରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ବୈଷୟିକ) ଇଂ. ବିକ୍ରମ କେଶରୀ ସ୍ୱାଇଁ, କଟକ ସର୍କଲର ଅଧୀକ୍ଷଣ ଯନ୍ତ୍ରୀ ମାନସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲୋ 

0
0
0
s2sdefault