ହେଡଲାଇନସ୍:

ମୟୁରଭଞ୍ଜ ଜିଲ୍ଲା ଚାଲିଛି ଲଘୁ ଖଣିଜ ମାଫିଆଙ୍କର ଗୁଣ୍ଡାଗର୍ଦ୍ଦି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ମୟୁରଭଞ୍ଜ ଜିଲ୍ଲା ଚାଲିଛି ଲଘୁ ଖଣିଜ ମାଫିଆଙ୍କର ଗୁଣ୍ଡାଗର୍ଦ୍ଦି । ତେବେ କିଛି ଦିନ ପୂର୍ବରୁ ବେତନଟୀ ତାହାଡ଼ିଲର ପୂର୍ବତନ ତହସିଲଦାରଙ୍କ ବାଲି ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ନିଲମ୍ବିତ ହୋଇଥିବା ବେଳେ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତରେ ରହିଛି। ପୁଣି ଏହି ପରି ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି ସାରସକଣା ତହସିଲ ଅଧୀନରେ। ବେଆଇନ ବାଲି ଉତ୍ତୋଳନକୁ ବିରୋଧ କରିବାରୁ ବାଲି ମାଫିଆ ସ୍ଥାନୀୟ ଲଳିତ ଦାସ ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାର ଝରପୋଖରିଆ ଥାନାରେ ଲିଖିତ ଅଭିଯୋଗ ହୋଇଛି ।ତେବେ ଦୀର୍ଘଦିନ ଧରି ବିନା ପରମିଟରେ  ବାଲି ପରିବହନକୁ ବିରୋଧ କରି ଗ୍ରାମବାସୀ ଚାରୋଟି ଗାଡିକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ।

ତେବେ ବାଲି ମାଫିଆଙ୍କ ଦ୍ୱାରା ମେସିନ ସାହାଯ୍ୟରେ ସୁବର୍ଣ୍ଣରେଖା ନଦୀର ଆଡିକୁ ଖୋଳାଯିବା ଓ ଗ୍ରାମରାସ୍ତା  ସହ କେନାଲ ରାସ୍ତାରେ ଦୈନିକ ଶତାଧିକ ଓଭର ଲୋଡିଙ୍ଗ  ବାଲିଗାଡି ଯାତାୟାତ ଦ୍ୱାରା ରାସ୍ତାର ଅବସ୍ଥା ଶୋଚନୀୟ ହେବାକୁ ବିରୋଧ କରିଥିଲେ ଗ୍ରାମବାସୀ। ଏହି ସମ୍ବନ୍ଧରେ ତହସିଲଦାରଙ୍କ ସହ ଯୋଗାଯୋଗ କରିବାରୁ ସେ ଫୋନ ଉଠାଇ ନ ଥିଲେ।ସ୍ଥାନୀୟ ବିଧାୟକ ଡ଼ା ବୁଢ଼ାନ ମୁର୍ମୁଙ୍କ କହିବା ଅନୁଯାୟୀ ବାଲି ମାଫିଆଙ୍କ ଏହି କାର୍ଯ୍ୟକଳାପରେ ସମ୍ପୃକ୍ତ ତହସିଲଦାର ଓ ପୋଲିସ ପ୍ରଶାସନ ପୂର୍ଣ୍ଣ ମାତ୍ରାରେ ସହଯୋଗ ରହିଛି,  ଅନ୍ୟଥା ବେଆଇନ ଭାବେ ଖୋଲମଖୋଲା ଏପରି ବାଲି ଚୋରା ଚାଲାଣ କରିବାକୁ କେହି କେବେ ସାହାସ କରିପାରିବ ନାହିଁ ବୋଲି ପ୍ରକାଶ କରିଥିଲେ ।

0
0
0
s2sdefault