ହେଡଲାଇନସ୍:

ମୟୂରଭଞ୍ଜ ଜିଲ୍ଲାର ୨ ବ୍ଲକର ୬୬ ହଜାରରୁ ଅଧିକ ଜନାସାଧାରଣଙ୍କ ଜଳ କଷ୍ଟ ଦୂର ହେବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲା ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ କୃତଜ୍ଞତା ପ୍ରଦାନ କଲେ ସାଂସଦ ମମତା ମହାନ୍ତ

ବାରିପଦା(ଶାସକ ପ୍ରଶାସକ)- ଗତ ଅଗଷ୍ଟ ୧୨ ଭୂବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁÂିତ କ୍ୟାବିନେଟ ବୈଠକରେ ୪ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଏବଂ ଗୋପବନ୍ଧୁ ନଗର ବ୍ଲକ ଅଞ୍ଚଳରେ ୨ଟି ମେଗା ପାନୀୟ ଜଳ ପ୍ରକଳ୍ପ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଜିଲ୍ଲା ବିଜେଡ଼ି ପକ୍ଷରୁ କୃତଜ୍ଞତା ଓ ସାଧୁବାଦ ଜଣାଇଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ । ବାରିପଦାସ୍ଥିତ ବିଜେଡ଼ିର ଜିଲ୍ଲା କାର୍ଯ୍ୟାଳୟ ବିଜୁ ଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରମତୀ ମହାନ୍ତ ଏହି ସୂଚନାପ୍ରଦାନ କରିଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ମୟୂରଭଞ୍ଜ ଜିଲ୍ଲା ନିମନ୍ତେ ଉଦଘାନ କରିଥିବା ଦୁଇ ପ୍ରକଳ୍ପ ମଧ୍ୟରୁ ସାରସକଣା ବ୍ଲକ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ୩ ଗୋଟି ଗ୍ରାମ ପଞ୍ଚାୟତ ଅଧୀନରେ ରହିଥିବା ୨୯ଟି ରାଜସ୍ୱ ଗ୍ରାମରେ ବସବାସ କରୁଥିବା ପ୍ରାୟ ୨୦ ହଜାରରୁ ଅଧିକ ଜନସାଧାରଣ ଉପକୃତ ହେବେ । ସେହିପରି ଗୋପବନ୍ଧୁ ନଗର ବ୍ଲକ ଅଞ୍ଚଳରେ ୭ଟି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ୭୧ଟି ରାଜସ୍ୱ ଗ୍ରାମରେ ବସବାସ କରୁଥିବା ୪୬ ହଜାରରୁ ଅଧିକ ଗ୍ରାମବାସୀମାନଙ୍କୁ ଜଳ ଜୀବନ ମିଶନ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ଏହି ଦୁଇ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ୮୦ କୋଟି ଟଙ୍କା ମଞ୍ଜୁରୀ ପ୍ରଦାନକୁ କ୍ୟାବିନେଟ ବୈଠକରେ ମୋହର ବାଜିଛି । ଫଳରେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଏହି ଦୁଇ ବ୍ଲକର ୧୦ଟି ପଞ୍ଚାୟତ ଅଧୀନରେ ଥିବା ୧୦୦ଟି ରାଜସ୍ୱ ଗ୍ରାମରେ ବସବାସ କରୁଥିବା ପ୍ରାୟ ୬୬ ହଜାରରୁ ଅଧିକ ଗ୍ରାମବାସୀମାନେ ବିଶେଷ ଭାବେ ଜଳ ଜୀବନ ମିଶନ ଜରିଆରେ ଉପକୃତ ହେବେ ବୋଲି ରାଜ୍ୟସଭା ସାଂସଦ ଶ୍ରମତୀ ମହାନ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଥିବା ସମୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହୋଇ ସରିବ ପ୍ରଶ୍ନର ଉତ୍ତରରେ ଖୁବ ଶୀଘ୍ର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ସମାପ୍ତ ହେବ ବୋଲି ପ୍ରକାଶ କରିଥିଲେ । ତେବେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକଗୁଡ଼ିକରେ ପାନୀୟ ଜଳ ଯୋଗାଣ ସରକାର ଓ ପ୍ରଶାସନ ନିମନ୍ତେ ଏକ ମୁଖ୍ୟ ସମସ୍ୟା ଭାବେ  ଦେଖାଦେଇଛି । ଏହି ଦୁଇ ପ୍ରକଳ୍ପ ମାଧ୍ୟମରେ ଦୁଇଟି ବ୍ଲକରେ ଜଳକ୍ଳିଷ୍ଟ ଗ୍ରାମଗୁଡ଼ିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଏହି ପ୍ରକାରର ସୁଦୂର ପ୍ରସାରୀ ପଦକ୍ଷେପକୁ ଜିଲ୍ଲା ବିଜେଡ଼ି ପକ୍ଷରୁ ପ୍ରଶଂସା କରାଯିବା ସାଙ୍ଗକୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ରାଜ୍ୟ କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ତଥା ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ଦେବାଶିଷ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି,  ଯୁବ ବିଜେଡ଼ିର ଜୋନାଲ ସଭାପତି ସୁବ୍ରମଣ୍ୟମ୍ ମହାନ୍ତି, ଯୁବ ବିଜେଡ଼ିର ଜିଲ୍ଲା ସଭାପତି ଜିତେନ୍ଦ୍ର ମହାନ୍ତି, ସରୋଜ ମଗାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।  

 

 

 

 

 

 

 

0
0
0
s2sdefault