ଚୋରି ସାମଗ୍ରୀ ରଖିଥିବା ଅଭିଯୋଗ ରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗିରଫ
ବରଗଡ :- ଗତ 12 ତାରିଖ ଦିନ ବିଜେପୁର ଥାନାରେ ବୁଢ଼ାପଲି ସୋଲାର ପ୍ଲାଣ୍ଟ ରୁ କିଛି ଦୁର୍ବୃତ୍ତ ସେଠାରେ କାର୍ଯ୍ୟ ରତ ସିକୁରୀଟି ଗାର୍ଡ ମାନଙ୍କୁ ଆକ୍ରମଣ କରି ଷୋହଳ ଗୋଟି ସୋଲାର ପ୍ଲେଟ ଡକାୟତି କରି ନେଇଥିବା ଅଭିଯୋଗ , ଘଟଣା ଘଟିବାର କିଛି ସମୟ ଭିତରେ ବିଜେପୁର ଥାନା ରେ ହୋଇଥିଲା । ଥାନା ଅଧିକାରୀ ଶ୍ରୀ ରାଜେନ୍ଦ୍ର ସିଆଲ ତୁରନ୍ତ ତତ୍ପର ହୋଇ ଅନୁସନ୍ଧାନରେ ଲାଗିପଡିଲେ । ଥାନା ଅଧିକାରୀ ଙ୍କର ନିର୍ଦେଶ କ୍ରମେ ବିଜେପୁର ପୋଲିସ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରିବା ସହିତ ଚଢ଼ାଉ କରିଥିଲେ । ପୁଞ୍ଜିପଥର ଲାଉମୁଣ୍ଡା ରାସ୍ତା ରେ ପୋଲିସ କୁ ମିଳିଥିଲା ବଡ଼ ସଫଳତା । ଏହି ରାସ୍ତା ରୁ ଏକ ପିକଅପ ଭେନରେ ସୋଲାର ପ୍ଲେଟ ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା ବିଜେପୁର ପୋଲିସ । ବିଜେପୁର ଥାନାରେ ରୁଜୁ ହେଇଥିବା କେଶ ନମ୍ବର 167/ 20 ଧାରା 395 ର ତଦନ୍ତ ସମୟରେ ଅଭିଯୁକ୍ତ ମାନେ ପୋଲିସ ଆଗରେ ସ୍ୱୀକାର କରିଥିଲେ ଯେ ଏହାପୂର୍ବରୁ ମଧ୍ୟ ସେମାନେ ପଦ୍ମପୁର ନିକଟସ୍ଥ ଗଡଭାଟି ସୋଲାର ପ୍ଲାଣ୍ଟ ରୁ ଏହିଭଳି ଭାବରେ ସୋଲାର ପ୍ଲେଟ ଡକାୟତି କରି ନେଇଛନ୍ତି । ଅଭିଯୁକ୍ତ ମାନଙ୍କ କହିବା ମୁତାବକ ସେମାନେ ସୋଲାର ପ୍ଲେଟ ବିକ୍ରି କରିଥିବା , ବିକେପୁର ର ମୋତିଲାଲ ମେହେର ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜମଲାର ଉତ୍ତମ ତାଣ୍ଡି ପାଖରୁ ସମୁଦାୟ 59ଗୋଟି ସୋଲାର ପ୍ଲେଟ ପୋଲିସ ଜବତ କରି ମୋତିଲାଲ ଓ ଉତ୍ତମ କୁ ଗିରଫ କରିଛି । ଏହି ଦୁଇଟି କେଶରେ ସଂପୃକ୍ତ ଥିବା ଡକାୟତି ଅଭିଯୁକ୍ତ ମାନେହେଲେ ,ପୁଢ଼େରଖାଏର ଗ୍ରାମର ଉପେଦ୍ର ବାଙ୍କ (20), ସୁରସେନ ପ୍ରଧାନ(22)ପଥୁରି ଗ୍ରାମର, ଅଜିତ ସାହୁ(30)ବନମାଲ ଗ୍ରାମର, ନନ୍ଦଲାଲ ପଟେଲ( 22)ପଥୁରି ଗ୍ରାମର, ସୁଜିତ ରଣା(19) ଡଙ୍ଗାଘାଟ ଗ୍ରାମର , ଯଶୋବନ୍ତ ସାହୁ(25)ବିଜାଦିହି ଗ୍ରାମର , ଆକାଶ ବଗର୍ତ୍ତି(19)ଡଙ୍ଗାଘାଟ ଗ୍ରାମର, ସଚିନ ରଣା(19)ଡଙ୍ଗାଘାଟ ଗ୍ରାମର, ପ୍ରଶାନ୍ତ ବାଙ୍କ, (22)ପୁଢ଼େରଖାଏର ଗ୍ରାମର , ରୁଦ୍ର ପାଣ୍ଡେ (27) କଂସିଙ୍ଗା ଗ୍ରାମର ବୋଲି ପୋଲିସ ସୂତ୍ରରୁ ଜଣା ପଡ଼ିଛି । ଆଜି ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସାହୁ ବିଜେପୁର ଥାନା ଅଧିକାରୀ ଶ୍ରୀ ରାଜେନ୍ଦ୍ର ସିଆଲ ଓ ପଦ୍ମପୁର ଥାନା ଅଧିକାରୀ ଶ୍ରୀ ମାନସ ରଞ୍ଜନ ପ୍ରଧାନ ଙ୍କର ଉପସ୍ଥିତ ରେ ଗଣମାଧ୍ୟମ କୁ ଏହି ସୂଚନା ପ୍ରଦାନ କରିଛନ୍ତି । ଅଭିଯୁକ୍ତ ମାନଙ୍କର ଠାରୁ ଆହୁରି ତଥ୍ୟ ଆଦାୟ କରିବା ପାଇଁ ପୋଲିସର ଉଦ୍ୟମ ଜାରି ରହିଛି ।