ହେଡଲାଇନସ୍:

ଜିଲ୍ଲାରେ ଆଣ୍ଟିଜେନ ସ୍ୱାବ ଟେଷ୍ଟିଙ୍ଗ ପାଇଁ ଅଧିକ ସଂଖ୍ୟକ ଲୋକ କରୁଛନ୍ତି ସ୍ବେଚ୍ଛାକୃତ ପରୀକ୍ଷା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି  ସହରରେ କରୋନା ଜନିତ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନିୟନ୍ତ୍ରଣରେ ଆଣି କରୋନା ଜନିତ ସଂଖ୍ୟା ହ୍ରାସ କରିବା ପାଇଁ ସହର ବାସୀ ଏବଂ ବିଭିନ୍ନ ପ୍ରକାରର ଦୋକାନ ମାଲିକ ଓ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ଆଣ୍ଟିଜେନ ପରୀକ୍ଷା କରାଇ ନେବାକୁ ଅନୁରୋଧ କରାଯାଇଥିଲା ଜିଲ୍ଲା ପ୍ରଶାସନ ପକ୍ଷରୁ। ଅନ୍ୟପକ୍ଷରେ କରୋନା ଜନିତ ଲକ୍ଷଣ କିଛି ଦେଖାଦେଲେ କି କୌଣସି  କରୋନା ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ ହେଲେ ସେମାନେ ପାରଳାଖେମୁଣ୍ଡି ସହରର ୨ଟି ସ୍ଥାନ ଆରଏମସିର କଟନ ମାର୍କେଟ ୟାର୍ଡ ଓ ବିଜୁ କଲ୍ୟାଣ ମଣ୍ଡପ ଠାରେ ପ୍ରତିଦିନ ସକାଳ ୮ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଆଣ୍ଟିଜେନ ସ୍ୱାବ ଟେଷ୍ଟିଙ୍ଗ ଚାଲିଛି । ଏଠାକୁ ଆସି ସେମାନେ ସେମାନଙ୍କ ଟେଷ୍ଟିଙ୍ଗ କରାଇନେବାକୁ  ଅନୁରୋଧ କରିଥିଲେ ।

ତାହାକୁ ଭିତ୍ତି କରି ଆଣ୍ଟିଜେନ ଟେଷ୍ଟ କରାଇ ନେବାପାଇଁ ଲୋକଙ୍କ ଏବଂ ବିଭିନ୍ନ ଦୋକାନ ମାଲିକ ଓ ଦୋକାନ କର୍ମଚାରୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିବା ଜଣାଯାଇଛି । ସେମାନେ ସମସ୍ତେ ସ୍ବେଚ୍ଛାକୃତ ଭାବେ ଶତାଧିକ ସଂଖ୍ୟାରେ ଆଣ୍ଟିଜେନ ସ୍ୱାବ ଟେଷ୍ଟିଙ୍ଗ କେନ୍ଦ୍ରକୁ ଯାଇ ଦୀର୍ଘ ସମୟ ଧରି ସାମାଜିକ ଦୂରତା ରକ୍ଷା କରି ଲମ୍ବା ଲାଇନରେ ଠିଆ ହୋଇ ନିଜ ନିଜର ଆଣ୍ଟିଜେନ ଟେଷ୍ଟିଙ୍ଗ କରାଇ ନେଉଛନ୍ତି ।

ଏ ସମ୍ପର୍କରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ମଧ୍ୟ କହିଛନ୍ତି ଯେ , ପାରଳାଖେମୁଣ୍ଡି ସହରରେ ଆଣ୍ଟିଜେନ ସ୍ୱାବ ଟେଷ୍ଟିଙ୍ଗ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରାଯାଇଛି ଏବଂ ସେହି ପ୍ରକାରେ ବହୁ ମାତ୍ରାରେ ଟେଷ୍ଟିଙ୍ଗ ପ୍ରକ୍ରିୟା ଆଗେଇ ଚାଲିଛି । କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ସହ ଏହି ସଂଖ୍ୟା ହ୍ରାସ କରିବା ପାଇଁ ସମସ୍ତେ ଆଣ୍ଟିଜେନ ଟେଷ୍ଟ କରାଇ ନେଇ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା । ପ୍ରକ୍ରିୟାରେ ମଧ୍ୟ ସମସ୍ତଙ୍କ ସହଯୋଗ ଦେଖିବାକୁ ମିଳୁଛି , ଯାହାକି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବିଷୟ ବୋଲି ଜିଲ୍ଲାପାଳ ଶ୍ରୀ ସାହା କହିଛନ୍ତି ।

0
0
0
s2sdefault