ହେଡଲାଇନସ୍:

ହାଲ୍‌ଠାରୁ ବାୟୁସେନା ପାଇଁ କିଣାଯିବ 106ଟି ମୌଳିକ ତାଲିମ ପ୍ରଦାନକାରୀ ବିମାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଦ୍ୱାରା 8722.38 କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବ ଅନୁମୋଦିତ

ନୂଆଦିଲ୍ଲୀ : ଦେଶୀ କାରିଗରୀ ଜ୍ଞାନକୌଶଳରେ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବାକୁ ଭାରତୀୟ ସେନା ଗୁରୁତ୍ୱ ଦେଉଛି । ଏହି ଅନୁସାରେ ନୂଆ ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ଆଜି 8722 କୋଟି 38 ଲକ୍ଷ ଟଙ୍କା ମୂଲ୍ୟର ଦେଶୀ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର କ୍ରୟ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସ୍‌ଇ) ଅନୁମୋଦନ କରିଛି । ଏଥିରେ ବାୟୁସେନା ପାଇଁ 106ଟି ମୌଳିକ ତାଲିମ ପ୍ରଦାନକାରୀ ବିମାନ ବା ବେସିକ୍‌ ଟ୍ରେନର ଏୟାରକ୍ରାଫ୍ଟ ଅନ୍ତର୍ଭୁକ୍ତ । ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପରିଷଦର ବୈଠକରେ ଏସବୁ କ୍ରୟ ପାଇଁ ଅନୁମୋଦନ ପ୍ରଦାନ କରାଯାଇଛି । ଇତିମଧ୍ୟରେ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ହାଲ୍‌) ଏଚ୍‌ଟିଟି-04 ଶ୍ରେଣୀର ମୌଳିକ ତାଲିମ ପ୍ରଦାନକାରୀ ବିମାନର ପ୍ରତିରୂପ ବିକଶିତ କରିଛି । ଖୁବ୍‌ଶୀଘ୍ର ଏଥିପାଇଁ ହାଲ୍‌ ଏ ସଂକ୍ରାନ୍ତ ପ୍ରମାଣପତ୍ର ହାସଲ କରିବ । ଏହି ଶ୍ରେଣୀର 106ଟି ବିମାନ ହାଲ୍‌ଠାରୁ କିଣିବାକୁ ଆଜି ପରିଷଦ ଅନୁମତି ପ୍ରଦାନ କରିଛି । ପ୍ରାରମ୍ଭିକ ଅବସ୍ଥାରେ 70ଟି ଏଭଳି ବିମାନ କ୍ରୟ କରାଯିବ । ପରେ ଅବଶିଷ୍ଟ 36ଟିକୁ ବାୟୁସେନାରେ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି ।

ଭାରତୀୟ ନୌବାହିନୀର ଶକ୍ତି ବୃଦ୍ଧି ପାଇଁ ପରିଷଦ ଉନ୍ନତ ମାନର ସୁପର ରାପିଡ୍‌ ଗନ୍‌ ମାଉଣ୍ଟ ବା ଏସ୍‌ଆରଜିଏମ୍‌ କିଣିବ । ଏହା ନୌବାହିନୀ ଏବଂ ଭାରତୀୟ ତଟରକ୍ଷୀ ବାହିନୀର ମୁଖ୍ୟ ଯୁଦ୍ଧ ଜାହାଜରେ ମୁତୟନ ହେବ । ଏହି ଏସ୍‌ଆରଜିଏମ୍‌ ଭାରତ ହେଭି ଇଲେକ୍‌ଟ୍ରିକାଲ ବା ଭେଲରୁ କିଣାଯିବ । ଏସ୍‌ଆରଜିଏମ୍‌ ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ଓ ଦ୍ରୁତଗାମୀ ଯୁଦ୍ଧ ବିମାନର ଗତିପଥ ତୁରନ୍ତ ଠାବ କରି ନିମିଷକେ ତାର ପ୍ରତିରୋଧ କରିବାକୁ ସକ୍ଷମ । ଏଥିପାଇଁ ମଧ୍ୟ ଡିଏସ୍‌ଇର ଅନୁମୋଦନ ମିଳିଛି ।

ଭାରତରେ ଏବେ ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଉତ୍ପାଦନ ପ୍ରତିରକ୍ଷା ବାହିନୀର ଆବଶ୍ୟକତା ପୂରଣ କରିବାକୁ ସକ୍ଷମ । ଏଥିପାଇଁ ମଧ୍ୟ ଆବଶ୍ୟକ ଟେକ୍‌ନୋଲଜି ଭାରତରେ ରହିଛି । ତାହାକୁ ଦୃଷ୍ଟିରେ ରଖି ଡିଏସ୍‌ଇ 125 ଏମ୍‌ଏମ୍‌ ଆର୍ମର ପିୟରସିଂ ଫିନ୍‌ ଷ୍ଟାବିଲାଇଜଡ ଡିସ୍‌କାର୍ଡିଂ ସାବର୍ଟ ଗୋଳା ଭାରତୀୟ ସେନା ପାଇଁ କିଣିବାକୁ ଡିଏସ୍‌ଇ ଅନୁମୋଦନ ଦେଇଛି । ଏଥିରେ ପ୍ରାୟ 70 ଭାଗ ଦେଶୀ କାରଗରୀ ଜ୍ଞାନକୌଶଳ ନିୟୋଜିତ କରାଯାଇଛି ।

ସେହିଭଳି ଏକେ-203 ଏବଂ ମାନବ ବିହୀନ ଆକାଶ ଯାନ କ୍ରୟ କରିବା ସଂକ୍ରାନ୍ତ ଏକ ପ୍ରସ୍ତାବ ଡିଏସଇର ଅନୁମୋଦନ ଲାଭ କରିଛି ।

 

0
0
0
s2sdefault