ହେଡଲାଇନସ୍:

ରୋଟାରିଆନଙ୍କ ପକ୍ଷରୁ ଏବିପିଏସ୍ ଛାତ୍ରଛାତ୍ରୀଙ୍କୁ ୪୦ ଆଇ-ପ୍ୟାଡ୍ ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିକିରି/ଭୁବନେଶ୍ୱର: ସାରା ବିଶ୍ୱ କୋଭିଡ୍ ମହାମାରୀର ବୁଢ଼ିଆଣୀ ଜାଲ ଭିତରେ ଛନ୍ଦି ହୋଇପଡ଼ିଥିବା ବେଳେ ସ୍କୁଲ ପିଲାଙ୍କ ପାଠପଢ଼ାକୁ ମଧ୍ୟ ଗୁୁରୁତର ଭାବେ ପ୍ରଭାବିତ କରୁଛି । ଏଭଳି ଏକ ସମୟରେ ଏବିପିଏସ୍ ଦୋରାଗୁଡ଼ାର ଛାତ୍ରଛାତ୍ରୀମାନଙ୍କୁ ସହାୟତା କରିବା ଲାଗି ଦୁଇ ସହୃଦୟ ରୋଟାରିଆନ୍ ଶ୍ରୀ ସୂର୍ଯ୍ୟକାନ୍ତ ମିଶ୍ର ଓ ତାଙ୍କ ପତ୍ନୀ ରୋଟାରିଆନ୍ ସୁଜାତା ମିଶ୍ର ଆଗେଇ ଆସିବା ସହ ୪୦ଟି ସାମସଙ୍ଗ୍ ଆଇପ୍ୟାଡ୍ ପ୍ରଦାନ କରିଛନ୍ତି । ସେମାନଙ୍କ ତରଫରୁ ୟୁଏଆଇଏଲର  ୟୁନିଟ୍ ମୁଖ୍ୟ ଶ୍ରୀ ଏନ୍ ନାଗେଶ ଏହି ଆଇପ୍ୟାଡଗୁଡିକୁ  ଛାତ୍ରଛାତ୍ରୀଙ୍କୁ ବଂଟନ କରିଛନ୍ତି ।

ଏହି ଅବସରରେ ରୋଟାରିଆନ୍ ଶ୍ରୀ ଏସ୍ କେ ମିଶ୍ର କହିଛନ୍ତି ଯେ, ଆମେ ଜାଣିଛୁ ଯେ ଏହି ମହାମାରୀ କାରଣରୁ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ଥିବା ଏକମାତ୍ର ମାଧ୍ୟମ ହେଉଛି ଅନଲାଇନ୍ ଶିକ୍ଷା । ତେଣୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଆମେ ନିଷ୍ପତି ନେଇଛୁ । ଆଗାମୀ ବୋର୍ଡ ପରୀକ୍ଷା ଦୃଷ୍ଟିରୁ ସେମାନଙ୍କ ପାଇଁ ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି । ଏହି ପଦକ୍ଷେପ ସେମାନଙ୍କୁ ଉତମ ଶିକ୍ଷା ଗ୍ରହଣ କରିବାରେ ସହାୟକ ହେବ ବୋଲି ରୋଟାରିଆନ୍ ମିଶ୍ର ଆଶାବ୍ୟକ୍ତ କରିଛନ୍ତି  ।

ଏହି ଡିଭାଇସ୍ (ଉପକରଣ) ପାଇଥିବା ଛାତ୍ରଛାତ୍ରୀମାନେ ହେଉଛନ୍ତି ସ୍ଥାନୀୟ ଅଂଚଳର ଏବଂ ସେମାନେ ଆର୍ଥିକ ଦୁର୍ବଳ ଶ୍ରେଣୀ ପରିବାରର ଯେଉଁମାନଙ୍କ ପାଇଁ ଆଇପ୍ୟାଡ୍ ପାଇବା ଏକ ଖୁସିର ବିଷୟ | ଉଭୟ ରୋଟାରିଆନନ୍କ  ଏହି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୋଭିଡ୍-୧୯ ଲଢେ଼ଇରେ ସରକାରଙ୍କୁ ସାହାଯ୍ୟ କରିବା ଲାଗି ଉଭୟ ରୋଟାରିଆନ୍ ଏସ୍ କେ ମିଶ୍ର ଓ ରୋଟାରିଆନ୍ ସୁଜାତା ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି । ଓଡ଼ିଶାରେ ବିଭିନ୍ନ ପ୍ରକାର କଲ୍ୟାଣମୂଳକ ଓ ଦାତବ୍ୟ କାର୍ଯ୍ୟରେ ଉଭୟ ରୋଟାରିଆନ୍ ଜଡ଼ିତ ଅଛନ୍ତି । ରୋଟାରିଆନ୍ ଏସ୍ କେ ମିଶ୍ର ୟୁଏଆଇଏଲର  ଅଧ୍ୟକ୍ଷ ହୋଇଥିବା ବେଳେ ରୋଟାରିଆନ୍ ସୁଜାତା ମିଶ୍ର ହେଉଛନ୍ତି ଇନର ହ୍ୱିଲ୍ ଅଫ୍ ରୋଟାରି କ୍ଲବ୍ ଭୁବନେଶ୍ୱର ମେଟ୍ରୋର ସମ୍ପାଦିକା । 

 

 

0
0
0
s2sdefault