ହେଡଲାଇନସ୍:

ନୟାଗଡ଼ର ଦୁଇ ପ୍ଲାଜମା ଦାତାଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ ଡ଼ ଅରୁଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ରାଜ୍ୟରେ ପ୍ଲାଜମା ଦାତାଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ନୟାଗଡ଼ ଜିଲ୍ଲାରୁ ପ୍ଲାଜମା ଦାନ କରିଛନ୍ତି ଦୁଇଜଣ । ମନ୍ତ୍ରୀ ଡ଼ ସାହୁଙ୍କ ପ୍ରୋତ୍ସାହନକ୍ରମେ  ଗତକାଲି ଦୁଇଜଣ ପ୍ଲାଜମା ଦେଇଥିବା ବେଳେ ଆଜି ଦେଇଛନ୍ତି କୋଭିଡ-୧୯ ରୁ ସୁସ୍ଥ ହୋଇ ଫେରିଥିବା ନୟାଗଡ଼ ମୁନିସିପାଲିଟିର ରାହୁଲ କୁମାର ସୁବୁଦ୍ଧି ଏବଂ ସୁନାମୁହିଁର ମହେନ୍ଦ୍ର କୁମାର ସାହୁ ପ୍ଲାଜମା ଦାନ କରିଛନ୍ତି ।

ମନ୍ତ୍ରୀ ଡ଼ ସାହୁ ଆଜି ଶ୍ରୀ ଶୁବୁଦ୍ଧି ଓ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସେମାନଙ୍କ ଏହି କାର୍ଯ୍ୟ ଦ୍ୱାରା 4 ଜଣଙ୍କ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ ବୋଲି କହିଛନ୍ତି । ସେମାନେ ପ୍ଲାଜମା ଦାନ କରି ଗର୍ବିତ ଏବଂ ଏହାଦ୍ୱାରା ଅନ୍ୟମାନେ ଉତ୍ସାହିତ ହେବେ ବୋଲି ଡ଼ ସାହୁ କହିଛନ୍ତି ।  ସୂଚନାଯୋଗ୍ୟ, ଜିଲ୍ଲାରେ କୋଭିଡରୁ ମୁକ୍ତି ପାଇଥିବା ବ୍ୟକ୍ତିମାନେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ କେମିତି ଅଧିକରୁ ଅଧିକ ପ୍ଲାଜମା ଦାନ କରିବେ ସେଥିପାଇଁ ସେଥିପାଇଁ ମନ୍ତ୍ରୀ ଡ଼ ସାହୁ ଲଗାତାର ଉଦ୍ୟମ ଜାରି ରଖି ଆସିଛନ୍ତି ।

0
0
0
s2sdefault