ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଗଜପତି ଓ ରାୟଗଡା ଜିଲ୍ଲାରେ ଅନ୍ ଲାଇନ୍ ବିଭାଗ ଆଭ୍ୟାସ ବର୍ଗ ଓ ଛାତ୍ର ଛାତ୍ରୀ ମାନଙ୍କୁ ଦାୟିତ୍ୱ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଜପତି ବିଭାଗ ତରଫରୁ ଅଗଷ୍ଟ ୮ ଓ ୯ ତାରିଖ ଦୁଇ ଦିନ ଧରି ଅନ୍ ଲାଇନ୍ virtual ବିଭାଗ ଅଭ୍ୟାସ ବର୍ଗ , ୪ ଟି ପର୍ଯ୍ୟାୟରେ  ହୋଇଯାଇଛି।

ପ୍ରଥମ ପର୍ଯ୍ୟାୟରେ ପରିଷଦର କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଶ୍ରୀ ଗୋବିନ୍ଦ ନାୟକ ଯୋଗ ଦେଇ ପରିଷଦର ଲକ୍ଷ ଏବଂ ଆଦର୍ଶ ବିଷୟରେ ଆଲୋକପାତ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟ ଉପ- ସଭାପତି ଅଧ୍ୟାପକ ଶ୍ରୀ ପ୍ରସାଦ ତ୍ରିପାଠୀ ଯୋଗ ଦେଇ କିଭଳି ବିଦ୍ୟାର୍ଥୀ ବ୍ୟକ୍ତିତ୍ବ ବିକାଶ ଓ ରାଷ୍ଟ୍ର ନିର୍ମାଣ ହୋଇପାରିବ ଏହି ବିଷୟରେ ଆଲୋଚନା କରିଥିଲେ। ତୃତୀୟ ପର୍ଯ୍ୟାୟରେ ପ୍ରାନ୍ତ ସଂଗଠନ ସମ୍ପାଦକ ଅଭିଳାଷ ପଣ୍ଡା ଯୋଗଦେଇ ବର୍ତ୍ତମାନ ସମୟରେ ଛାତ୍ର ସମାଜର ଭୂମିକା ଓ ପରିଷଦର କାର୍ଯ୍ୟକ୍ରମ ଗତିବିଧି ମାଧ୍ୟମରେ ଛାତ୍ର ମାନେ ରାଷ୍ଟ୍ର କାମ କରିପାରିବେ ଓ ବିଦ୍ୟାର୍ଥୀ ମାନଙ୍କର ଭୂମିକା ବିଷୟରେ କହିଥିଲେ।

ଚତୁର୍ଥ ପର୍ଯ୍ୟାୟରେ ଗଜପତି ବିଭାଗ ପ୍ରମୁଖ ଉମାଶଙ୍କର ଦାଶ ଓ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ଓ ବିଭାଗ ସଂଗଠକ ସମ୍ପାଦକ ଦେବାଶିଷ ଦାଶ ଯୋଗଦେଇ ପରିଷଦ ଦୀର୍ଘ ୭୨ ବର୍ଷ ଧରି ଅବିରତ କାର୍ଯ୍ୟ କରି ତାର ସମାଜ ଓ ରାଷ୍ଟ୍ରକୁ ପୁନଃନିର୍ମାଣ କରିବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋଚନା କରିଥିଲେ।ଏହି ଅଭ୍ୟାସ ବର୍ଗରେ ଅଧ୍ୟାପକ ପ୍ରଦୀପ୍ତ ଷଡ଼ଙ୍ଗୀ , ଶେଷସାହି ସେନାପତି ଓ ସୁଜିତ ସେନାପତି ଯୋଗଦାନ କରିଥିଲେ। ଶେଷରେ ପରିଷଦର ଛାତ୍ର ଛାତ୍ରୀ ମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା। 

ଗଜପତି ଜିଲ୍ଲାର ପାଠ୍ୟଚକ୍ର-CDD ପ୍ରମୁଖ ବିଘ୍ନେଶ୍ୱର ପଣ୍ଡା ସହ ପ୍ରମୁଖ ସୁମିତ ପଣ୍ଡା ଓ ମଧୁପାତ୍ର ଜିଲ୍ଲା ରାଷ୍ଟ୍ରୀୟ କଳା ମଞ୍ଚ ପ୍ରମୁଖ ସମିର ମଣ୍ଡଳ ଓ ସହ ପ୍ରମୁଖ ଶ୍ରୀଧର ପାଣିଗ୍ରାହୀ ଓ ଜିଲ୍ଲା SFS ପ୍ରମୁଖ ସୁମନ୍ତ ଗମାଙ୍ଗ ଓ ସମିର ଭାଇ ଜିଲ୍ଲା SFD ପ୍ରମୁଖ କେଦାର ନାୟକ ସୋସିଆଲ୍ ମିଡ଼ିଆ ପ୍ରମୁଖ ଶ୍ରୀଧର ପାଣିଗ୍ରାହୀ ଓ  ଛାତ୍ରୀ ପ୍ରମୁଖ ଶୁମି ଜେନା ଓ ସହ ଛାତ୍ରୀ ପ୍ରମୁଖ ମଧୁଛନ୍ଦା ପାତ୍ର ସହ ବ୍ୟବସ୍ଥା ଓ ମିଡ଼ିଆ ପ୍ରମୁଖ କେଦାର ନାୟକ ଓ ଅନ୍ୟାନ୍ୟ ଦାୟିତ୍ୱ ବଣ୍ଟନ କରାଯାଇଥିଲା।

ଶେଷରେ ଗଜପତି ବିଭାଗ ପରିଷଦର କାର୍ଯ୍ୟ କିଭଳି ଆଗକୁ ବଢିବ ସେହି ବିଷୟରେ ଆଲୋଚନା ହୋଇଥିଲା

0
0
0
s2sdefault