ବରଗଡ :- ବର୍ତ୍ତମାନ ଚାଷର ସମୟ । ଚାଷୀ ସମାଜ ମୁଣ୍ଡ ଝାଳ ତୁଣ୍ଡରେ ମାରି ସମଗ୍ର ବିଶ୍ୱକୁ ଆହାର ଯୋଗାଉଛି । ରାଜ୍ୟ ସରକାର ଚାଷ ଓ ଚାଷୀର ସୁବିଧା ପାଇଁ ତଥା ଚାଷୀର ଆର୍ଥିକ ପରିସ୍ଥିତି କୁ ସୁଧାରିବା ପାଇଁ ଅନେକ ଯୋଜନା କରିଛନ୍ତି । ଚାଷ କରିବା ପାଇଁ ଚାଷୀ ର ଆବଶ୍ୟକତା ଅନୁସାରେ ସମସ୍ତ ସାମଗ୍ରୀ ଯଥା ବିହନ , ସାର , ରାସାୟନିକ ଔଷଧ , ଇତ୍ୟାଦି ଚାଷୀ କେମିତି ସୁବିଧାରେ ତଥା ନିର୍ଧାରିତ ମୁଲ୍ୟ ରେ ପାଇ ପାରିବ ସରକାର ସେଥିପ୍ରତି ସଜାଗ ରହିଛନ୍ତି । ହେଲେ କିଛି ଖଳ ପ୍ରକୃତିର ମୁନଫଖୋର ବ୍ୟବସାୟୀ ଚାଷୀର ଆବଶ୍ୟକତା ର ସୁଯୋଗ ନେଇ ବର୍ତ୍ତମାନ ସାର ର କଲାବଜାରୀ କରୁଥିବାର ଅଭିଯୋଗ ଅସୁଛି । ଇତିମଧ୍ୟରେ ମାନ୍ୟବର କୃଷିମନ୍ତ୍ରୀ ଶ୍ରୀ ଅରୁଣ କୁମାର ସାହୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ କୋଣସି ଲୋକ ସାର ତଥା ଅନ୍ୟାନ୍ୟ ସାମଗ୍ରୀ ନିର୍ଧାରିତ ମୁଲ୍ୟ ଠାରୁ ଅଧିକ ଦରରେ ବିକ୍ରି କରି ପାରିବେ ନାହିଁ । ଆଜି ସକାଳେ ଉପଜିଲ୍ଲାପାଳ ଙ୍କର ନିକଟକୁ ପାଇକମାଲ ର ଜଣେ ବ୍ୟବସାୟୀ ୟୁରିଆ ସାର ଯାହାର ମୁଲ୍ୟ 266ଟଙ୍କା ଅଟେ ତାକୁ ବ୍ୟବସାୟୀ ଜଣକ 460 ଟଙ୍କାରେ ବିକ୍ରି କରୁଥିବାର ଅଭିଯୋଗ ହୋଇଥିଲା । ଅଭିଯୋଗ ହେବା ପରେ ଉକ୍ତ ବ୍ୟବସାୟୀ ଙ୍କର ଉପରେ ଚଢ଼ାଉ କରାଯାଇଥିଲା ।
ଏପଟେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ଆଜି ସକାଳୁ ପଦ୍ମପୁର ତଥା ଆଖପାଖରେ ଥିବା ସମସ୍ତ ବେସରକାରୀ ସାର ଦୋକାନ ବୁଲିବା ସହିତ ଦୋକାନୀ ମାନଙ୍କୁ କୋଣସି ପ୍ରକାର ବେଆଇନ ଗତିବିଧି ନ କରିବା ପାଇଁ କଡା ଚେତାବନୀ ଦେଇଥିଲେ । ଏହା ସହିତ ପ୍ରତ୍ୟେକ ଦୋକାନ ରେ ଉପଲବ୍ଧ ସାର ର ମାତ୍ରା , ନିର୍ଧାରିତ ମୁଲ୍ୟ ଆଦି ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ପାଇଁ କଡା ନିର୍ଦେଶ ଦେଇଛନ୍ତି । ଉପଜିଲ୍ଲାପାଳ ଙ୍କର ଆଜିର ଆକ୍ସନ ଚାଷୀ ମାନଙ୍କୁ ନିଶ୍ଚିତ ଭାବରେ କିଛି ଲାଭ ଦବ । ଉପଜିଲ୍ଲାପାଳ ଙ୍କର ଆଜିର ଆକ୍ସନ ଓ ପାଇକମାଲ ରେ ହେଇଥିବା କିଶୋର ଅଗ୍ରୱାଲ ଙ୍କର ଦୁଇ ଗୋଟି ଗୋଦାମରେ କୃଷି ବିଭାଗ ର ରେଡ଼ , ଅଂଚଳର ଖଳ ପ୍ରକୃତିର ସାର ବ୍ୟବସାୟୀ ଙ୍କର ପାଇଁ ଚିନ୍ତା ର କାରଣ ପାଲଟିଛି ।