-
କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଭରପୂର ସୁଯୋଗ ରହିଛି
-
ବ୍ୟାଙ୍କ ଋଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହିତ ସମନ୍ୱୟ ରକ୍ଷା କରନ୍ତୁ ଅଧିକାରୀ
-
"ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା'କୁ ଅଧିକ ଲୋକପ୍ରିୟ କରାଇବା ଦିଗରେ ସମସ୍ତେ ଯତ୍ନବାନ ରୁହନ୍ତୁ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ଭରପୂର ସୁଯୋଗ ରହିଛିା ଯୁବ ଉଦ୍ୟୋଗୀମାନେ ସଂପ୍ରତି କୃଷି କ୍ଷେତ୍ରରେ ପ୍ରକଳ୍ପ ପ୍ରତିଷ୍ଠା କରିବା ଦିଗରେ ଆଗ୍ରହ ପ୍ରକାଶ କରୁଥିବାରୁ ଆପିକଲ୍ ମାଧ୍ୟମରେ ପ୍ରତି ବ୍ଲକରେ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତିା
ଆଜି ଆୟୋଜିତ ଭର୍ଚୁଆଲ୍ ବୈଠକରେ ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜିଲଗାଣ ଲିଃ (ଆପିକଲ) ଓ "ଓଡ଼ିଶା କୃଷି ଶିଳ୍ପ ନିଗମ' ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ଆପିକଲରେ ପ୍ରତି ଜିଲ୍ଲାରେ ଦାୟିତ୍ୱରେ ଥିବା ଡିଷ୍ଟ୍ରିକ୍ଟ ମ୍ୟାନେଜରମାନେ ଅଧିକ କ୍ରିୟାଶୀଳ ହୋଇ ସେମାନଙ୍କ ଜିଲ୍ଲାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ରହିଥିବା ସୁଯୋଗ ଓ ସୁବିଧା ସଂପର୍କରେ ତର୍ଜମା କରିବା ଆବଶ୍ୟକା କୋଭିଡ୍-୧୯ ପରି ଏକ ଅସ୍ୱାଭାବିକ ସ୍ଥିତି ଦେଇ ସାରା ବିଶ୍ୱ ଗତି କରୁଥିବାବେଳେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଖାଦ୍ୟ ନିରାପତ୍ତା ସହିତ ରୋଜଗାର ଯୋଗାଣରେ ଏକ ଉତ୍ତମ ବିକଳ୍ପ ଭାବରେ ଉଭା ହୋଇଥିବାରୁ ଯୁବଗୋଷ୍ଠୀମାନଙ୍କୁ ଏଥି ପ୍ରତି ଆଗ୍ରହୀ କରାଇବା ଦିଗରେ ଜନସଚେତନତା ସୃଷ୍ଟି ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲୋ ଏଥିସହିତ "ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା'କୁ ଅଧିକ ଲୋକପ୍ରିୟ କରାଇବା ଦିଗରେ ଏହାର ପ୍ରଚାରପ୍ରସାର ଦିଗରେ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ କହିଥିଲୋ କୃଷି ଓ ଉଦ୍ୟାନ କୃଷି ସମେତ ମତ୍ସ୍ୟ ଓ ପ୍ରାଣୀପାଳନ, କୁକୁଡ଼ା ଚାଷ, ଡାଏରୀ ଓ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୀ ସୃଷ୍ଟି ଦିଗରେ ଜିଲ୍ଲାସ୍ତରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଆଦି ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ନିୟମିତ ବୈଠକ କରିବା ଦିଗରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲୋ ଏଥି ସହିତ ଉଦ୍ୟୋଗୀମାନେ ଯେପରି ସହଜରେ ବ୍ୟାଙ୍କ ଋଣ ପାଇପାରିବେ ସେଥିନିମନ୍ତେ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହିତ ସମନ୍ୱୟ ରକ୍ଷା କରିବା ପାଇଁ ମନ୍ତ୍ରୀ କହିଥିଲୋ ବୈଠକରେ କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା ଚାଷୀମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଯେଉଁସବୁ ଯୋଜନା ପ୍ରଣୟନ କରିଛନ୍ତି ତାହା ଚାଷୀମାନଙ୍କ ନିକଟରେ ଯେପରି ସହଜରେ ପହଂଚିପାରିବ ସେ ଦିଗରେ ସଂପୃକ୍ତ ଅଧିକାରୀମାନେ ପଦକ୍ଷେପ ନେବା ପାଇଁ କହିଥିଲୋ
ଏଥି ସହିତ ବୈଠକରେ ଓଡ଼ିଶା କୃଷି ଶିଳ୍ପ ନିଗମ ପକ୍ଷରୁ ସାର, କୀଟନାଶକ ଔଷଧ ଯୋଗାଣ ସମେତ ବିଭିନ୍ନ କୃଷି ଉପକରଣ ଯୋଗାଣ ଏବଂ ଜଳନିଧି (୨) ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିବାବେଳେ କୋଭିଡ୍-୧୯ ସ୍ଥିତିରେ ଜିଲ୍ଲା ଦାୟିତ୍ୱରେ ଥିବା ଅଧିକାରୀମାନେ ସେମାନଙ୍କର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଦିଗରେ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲୋ ବୈଠକରେ ଆପିକଲ ଅଧ୍ୟକ୍ଷ ଶ୍ରୀ ପ୍ରଭାଦିତ୍ୟ ମିଶ୍ର, ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତି, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ଆପିକଲର ପରିଚାଳନା ନିର୍ଦ୍ଦେଶକ ଡ. ପ୍ରଭାତ କୁମାର ରାଉଳ, ଓଡ଼ିଶା କୃଷି ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଦାନନ୍ଦ ନାୟକଙ୍କ ସମେତ ସମସ୍ତ ଜିଲ୍ଲାର ଜିଲ୍ଲା ମ୍ୟାନେଜରମାନେ ଯୋଗଦେଇଥିଲୋ