ବରଗଡ :- କୋବିଡ଼ ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇବା ପାଇଁ ତଥା ଏହି ଘଡିସନ୍ଧି ମୁହୂର୍ତ୍ତରେ କୋବିଡ଼ ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତକାଲି , ରାଜ୍ୟବାସୀ ଙ୍କୁ ଆଜି ସନ୍ଧ୍ୟା ଛଅ ଘଣ୍ଟା ସମୟରେ ଏକ ମିନିଟ ପାଇଁ ମୌନ ରହିବା ସହିତ ଶପଥ ନେବାକୁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ନିଜେ ଆଜି ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବାସୀଙ୍କୁ ଶପଥ ପାଠ କରାଇଥିଲେ ।
ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ମୁଖ୍ୟମନ୍ତ୍ରୀ ଙ୍କର ଅପିଲର ପ୍ରଭାବ ଦେଖିବାକୁ ମିଳିଥିଲା । ପଦ୍ମପୁର ଉପାଖଣ୍ଡର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ଙ୍କର ନେତୃତ୍ୱରେ ପଦ୍ମପୁର ଉପଜିଲ୍ଲାପାଳ ଅଫିସରେ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ସହିଦ କୋବିଡ଼ ଯୋଦ୍ଧା ମାଙ୍କର ସ୍ମୃତିରେ ଏକ ମିନିଟ ମୌନ ରହିବା ସହିତ ଶପଥ ପାଠ କରିଥିଲେ । ସେହିଭଳି ଝାରବନ୍ଧ ବ୍ଲକ ରେ BDO ଶ୍ରୀ ରୁନୁ ଲାକ୍ରା , ଝାରବନ୍ଧ ଥାନାରେ ଇନ୍ସପେକ୍ଟର ଶ୍ରୀ ଠାକୁର ଦାଶ ମୁର୍ମୁ , ଜଗଦଳପୂର ଥାନାରେ ଇନ୍ସପେକ୍ଟର ଏଲ ଏଲ ବାର୍ଳା , ପାଇକମାଲ ବ୍ଲକ ରେ BDO ଶ୍ରୀ ସୁରେନ୍ଦ୍ର କୁମାର ମେହେର , ତହସିଲ ଅଫିସ ରେ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଓ ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା , ପାଇକମାଲ ଥାନାରେ DSP ଦିନେଶ କୁମାର ନାୟକ ଓ ଥାନା ଅଶିକାରୀ ଶ୍ରୀ ବୁଶ୍ୱଜିତ ମନବୋଧ ଙ୍କର ନେତୃତ୍ୱରେ ଏହି କାର୍ଯକ୍ରମ କୋବିଡ଼ 19 ର ସମସ୍ତ ନିୟମ ପାଳନ କରି ଆୟୋଜିତ ହେଇଥିଲା ।