ହେଡଲାଇନସ୍:

ବିଜେଡ଼ି କାର୍ଯ୍ୟାଳୟରେ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ନୀରବ ପ୍ରାର୍ଥନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କୋଭିଡ଼୍ ନିୟମ ଅନୁପାଳନ ନିମନ୍ତେ ମିଳିତ ଶପଥ ଗ୍ରହଣ।

ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ମହାମାରୀର ଘଡିସନ୍ଧି ମୁହୂର୍ତ୍ତରେ ନିଜ ଘର ପରିବାରକୁ ଭୁଲି ତ୍ୟାଗ  ଓ ସମର୍ପଣ ମନୋଭାବ ଘେନି ଦିନ ରାତି ଅନବରତ ଭାବେ ଡ଼ାକ୍ତର, ପାରାମେଡ଼ିକାଲ୍ କର୍ମଚାରୀ, ପୋଲିସ୍, ଅଙ୍ଗନବାଡ଼ି ଓ ଆଶା କର୍ମୀ ଆଦି କୋଭିଡ୍ ଯୋଦ୍ଧାମାନେ ନିଜ ଶ୍ରମ ଦାନ କରିଚାଲିଛନ୍ତି । ସେମାନଙ୍କ ଏହି ନିଃସ୍ୱାର୍ଥପର ମହତକାର୍ଯ୍ୟ ପାଇଁ ସମଗ୍ର ଓଡ଼ିଶା ଏବଂ ଓଡ଼ିଶାବାସୀ ଚିରଋଣୀ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିବା ସହ ୫ତାରିଖ ସଂଧ୍ୟା ୬ଘଟିକାରେ ନିଜ ଘରେ ତଥା ଯିଏ ଯେଉଁଠାରେ ବି ଥାନ୍ତୁ ସେହିଠାରେ ଠିଆ ହୋଇ କୋଭିଡ଼ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ ନୀରବ ପ୍ରାର୍ଥନା ସହ କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଶପଥ କାର୍ଯ୍ୟକ୍ରମ ରେ ଭାଗ ନେବାକୁ ସାଢ଼େ୪ କୋଟି ଓଡିଶାବାସୀଙ୍କୁ ନିବେଦନ କରିଥିଲେ।

 ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଆହ୍ନାନକ୍ରମେ ଆଜି ସନ୍ଧ୍ୟା  ୬ ଘଣ୍ଟିକାରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ  ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ରାଜ୍ୟ  କାର୍ଯ୍ୟାଳୟରେ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ୧ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ, ସତ୍ୟବ୍ରତ ପାତ୍ର, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ଜନ୍ମଜୟ ଲେଙ୍କା, ଛାତ୍ର ଜନତା ଦଳ ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର, ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ,ମହିଳା ଜନତା ଦଳର ସାଧାରଣ ସମ୍ପାଦକ ସୁଲତ ଦେଓ,ଭାରତୀ ସିଂ, ସଂଯୁକ୍ତା ମହାନ୍ତି, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଯୁବ ବିଜେଡିର ଦୁର୍ଗା ସାମନ୍ତରାୟ,ମଳୟ ପତି, ଧୃତି ମାର୍ଥ।,ସୁନୀଲ ନାୟକ,ତାରିଣୀ ନାୟକଙ୍କ ସହ ଛାତ୍ର ବିଜେଡି ର ମନୋଜ ସେନାପତି, ସୁଜିତ ପାଲଟାସିଂହ,ପ୍ରମୋଦ ପାତ୍ର,ଧର୍ମେନ୍ଦ୍ର ଧଳ,ସଂଜୟ ବିଶୋଇ ଆଦି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ ॥

0
0
0
s2sdefault