ଭୁବନେଶ୍ୱର : ଆଜି ସୁସ୍ଥ ହେଲେ ୧୨୫୫ଜଣ | ଏହାସହିତ କରୋନା ଯୋଦ୍ଧାଙ୍କ ଅକ୍ଲାନ୍ତ ଓ ତ୍ୟାଗପୂତ ସେବା କାରଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଅତିକ୍ରମ କରିଛି ୨୫୦୦୦| ଓଡିଶାର ମୋଟ ସୁସ୍ଥଙ୍କ ସଂଖ୍ୟା ବର୍ତ୍ତମାନ ୨୫୭୩୭ ରେ ପହଞ୍ଚିଛି | ଆଜି ସର୍ବାଧିକ ୪୯୫ ଜଣ ଗଂଜାମ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି | ସେହିପରି ଖୋର୍ଦ୍ଧାରୁ ୧୨୫ ଜଣ , ୧୨୨ ଜଣ ସୁନ୍ଦରଗଡରୁ, ୧୦୭ଜଣ ସମ୍ବଲପୁରରୁ, ୭୫ଜଣ ପୁରୀରୁସୁସ୍ଥ ହୋଇଛନ୍ତି | ସେହିପରି ୪୩ଜଣ ମୟୁରଭଞ୍ଜରୁ, ୪୦ଜଣ କଟକରୁ, ୨୯ଜଣ ଜଗତସିଂହପୁର, ୨୮ଜଣ କନ୍ଧମାଳ, ୨୭ଜଣ ବାଲେଶ୍ୱର, ୨୪ଜଣ ବଲାଙ୍ଗୀର, ୨୨ଜଣ କୋରାପୁଟ, ୨୦ଜଣ ଅନୁଗୁଳ, ୧୮ଜଣ ନବରଙ୍ଗପୁର, ୧୬ଜଣ ଗଜପତି, ୧୪ଜଣ ନୟାଗଡ, ୧୨ଜଣ କେନ୍ଦ୍ରାପଡ଼ା, ୧୧ଜଣ ମାଲକାନଗିର, ୧୦ଜଣ ଭଦ୍ରକ, ୮ଜଣ କଳାହାଣ୍ଡି, ୬ଜଣ ନୂଆପଡା, ୫ଜଣ ଯାଜପୁର, ୪ଜଣ ଢେଙ୍କାନାଳ, ୩ଜଣ ଝାରସୁଗୁଡା ଓ ସର୍ବୋପରି କେନ୍ଦୁଝରରୁ ଜଣେ ସୁସ୍ଥ ହୋଇଛନ୍ତି |
ରାଜ୍ୟ
ସୁସ୍ଥଙ୍କ ସଂଖ୍ୟା ଟପିଲା ୨୫୦୦୦
- Hits: 741