'ସାର୍, ସେହି ଗାଈ ମାନେ ଭାଗ୍ୟବାନ, ଆଇଆଇଟିରେ ପହଞ୍ଚିବା ପାଇଁ ଆମକୁ କଠିନ ପରୀକ୍ଷା କରିବାକୁ ପଡିଥାଏ | ହେଲେ ଏ ଗାଈ ମାନେ ଏମିତି ବୁଲି ବୁଲି ଆଇଆଇଟିରେ ପ୍ରବେଶ ପାଇଯାନ୍ତି ।'
ଭୁବନେଶ୍ୱର(ଶାସକ ପ୍ରଶାସକ) : ଏହି ବର୍ଷର ଯୋଗ୍ୟ ସର୍ବ କନିଷ୍ଠ ଆଇଏଏସ୍ ଅଧିକାରୀ ହୋଇଛନ୍ତି ସିମି କରଣ | ରହନ୍ତି ଭିଲାଇରେ , ବୟସ ମାତ୍ର ୨୨ ବର୍ଷ | ୟୁପିଏସସି କୃତକାର୍ଯ୍ୟ ତାଲିକାରେ ଅଛନ୍ତି ୩୧ ତମ ସ୍ଥାନରେ | ମୁମ୍ବାଇର ଆଇଆଇଟିର ପ୍ରଥମ ପ୍ରୟାସରେ ସଫଳତା ହାତେଇ ଥିବା ସିନି ମୁମ୍ବାଇ ଆଇଆଇଟିରୁ ବିଟେକ ସମାପ୍ତ କରିଛନ୍ତି | ସୋମିଙ୍କ ସଫଳତା ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଶୁଭେଚ୍ଛା ଜଣାଇଛନ୍ତି | ସିମୀଙ୍କ ବାପା ଡି.ଏନ୍ କରଣ ଭିଲାଇ ଇସ୍ପାତ କାରଖାନାର ଅର୍ଥ ବିଭାଗର ଜିଏମ୍ ଭାବେ କାର୍ଯ୍ୟରତ | ମାତା ସୁଜାତା କରଣ ଡିପିଏସରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ | ସବୁଠାରୁ ବଡ଼କଥା ହେଲା ଭିଲାଇରେ ରହୁଥିବା କରଣ ପରିବାରଙ୍କ ମୂଳ ହେଉଛି ଓଡିଶା |ମାନେ ଛତିଶଗଡ଼ରୁ ଆଇଏଏସ ପାଇଥିଲେ ବି ସିମି ଓଡ଼ିଆ ଝିଅ | ତାଙ୍କ ଘର ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ବସନ୍ତପୁରରେ | ବାପା ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ଚାକିରୀ କରିଥିବା ଯୋଗୁ ସେଠାରେ ଅବସ୍ଥାନ କରୁଛନ୍ତି ଓ ପଢାପଢି ବି ସେଠି | ମା ବି ସେଠାରେ ଦୁର୍ଗରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି |
ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରୀ ଭାବେ ଜଣାଶୁଣା ସିମି କରଣ କିଛି ବର୍ଷ ପୂର୍ବେ ଅର୍ଥାତ ୨୦୧୫ରେ ନିଜ ରାଜ୍ୟ ଛତିଶଗଡରେ ସିବିଏସ୍ଇ ଶ୍ରେଣୀ ଦ୍ୱାଦଶ ବୋର୍ଡ ପରୀକ୍ଷାର ଟପ୍ପର ହୋଇ ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ଆଇଆଇଟି - ମୁମ୍ବାଇରେ ଆଡମିଶନ ନେଇଥିଲେ | ବିଟେକ ସାରିବା ପରେ କର୍ପୋରେଟ୍ ଚାକିରି ପ୍ରତି ମନ ବଳାଇବା ପରିବର୍ତ୍ତେ ସିଭିଲ୍ ସର୍ଭିସେସରେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ମନସ୍ଥ କରି ଲାଗି ପଡ଼ିଥିଲେ ! ସିମି ପିଲାଦିନୁ ଭାରି ସୋସିଆଲ | ଆଇଆଇଟିରେ ମୁମ୍ବାଇରେ ପଢିବା ସମୟରେ ସିମି ଗରିବ ପିଲାମାନଙ୍କୁ ଶିକ୍ଷା ଦେଉଥିଲେ | ଆଉ ସଫଳତାର ଶ୍ରେୟ ବାପା ମାଙ୍କ ପ୍ରେରଣାକୁ ଦେଇଛନ୍ତି ସିମି |
ଆଇଆଇଟିରେ ଗାଈ ପଶିବାକୁ ନେଇ ଗୋଟିଏ ପ୍ରଶ୍ନ ପାଇଁ ସିମି ସେତେବେଲେ ଚର୍ଚାକୁ ଆସିଥିଲେ | ସାକ୍ଷାତକାର ପରୀକ୍ଷାରେ ଆଇଆଇଟି ମୁମ୍ବାଇରୁ ବିଟେକ ପାସ କରିଥିବା ସିମି କରଣଙ୍କୁ ପଚରାଯାଇଥିଲା ଯେ ଆଇଆଇଟି ମୁମ୍ବାଇରେ ଗାଈ କାହିଁକି କ୍ଲାସ ରୁମରେ ପଶୁଛନ୍ତି | ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ବହୁତ ସୁନ୍ଦର ଉତ୍ତର ଦେଇଥିଲେ | ସିମି ତାଙ୍କ ଉତ୍ତରରେ କହିଥିଲେ ଯେ 'ସାର୍, ସେହି ଗାଈ ମାନେ ଭାଗ୍ୟବାନ, ଆଇଆଇଟିରେ ପହଞ୍ଚିବା ପାଇଁ ଆମକୁ କଠିନ ପରୀକ୍ଷା କରିବାକୁ ପଡିଥାଏ | ହେଲେ ଏ ଗାଈ ମାନେ ଏମିତି ବୁଲି ବୁଲି ଆଇଆଇଟିରେ ପ୍ରବେଶ ପାଇଯାନ୍ତି ।' ସିମିଙ୍କ ଉତ୍ତରରେ ସାକ୍ଷାତକାର ନେଉଥିବା ପ୍ୟାନେଲିଷ୍ଟମାନେ ସେମାନଙ୍କ ହସକୁ ରୋକିପାରିନଥିଲେ | ଅବଶ୍ୟ ସିମିଙ୍କୁ ଏ ପ୍ରଶ୍ନ ପଚାରିବା ପଛରେ ଏକ କାରଣ ଥିଲା | ତାହା ହେଲା ସାକ୍ଷାତକାର ପରୀକ୍ଷା ପୂର୍ବରୁ ସୋସିଆଲ ମେଡିଆରେ ଗୋଟାଏ ଫୋଟୋ ଭାଇରଏଲ ହୋଇଥିଲା, ଯେଉଁଥିରେ ଗୋଟିଏ ଗାଈ ଆଇଆଇଟି କ୍ଳାସରୁମ ଭତରେ ପଶିଯାଇଥିବା ଦୃଶ୍ୟ ରହିଥିଲା |