ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): କରୋନା ରୋଗ ର ସଂକ୍ରମଣ ଓ ଭୟାବହତା ବୃଦ୍ଧି ସଙ୍ଗେ ସଙ୍ଗେ ଏହାର ମୁକାବିଲା ପାଇଁ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଚାଲିଛି । ଗୋଟେ ପଟେ ସରକାରୀ ବେସରକାରୀ ସ୍ତରରେ ଏହାର ପ୍ରତିଷେଧକ ଔଷଧ ଓ ରୋଗରୁ ଆରୋଗ୍ୟ ଲାଭ କରିବାର ଔଷଧ ପାଇଁ ଗବେଷଣା ଚାଲିଥିବା ବେଳେ ଅନ୍ୟ ପଟରେ ସଂକ୍ରମଣ କୁ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରାଚାଲିଛି ।
ଏହି ମର୍ମରେ ଆଜି ସମ୍ବଲପୁର ଦେବେଇପାଲି ଠାରେ ଥିବା ଓଡିଶା ମେଡିକାଲ କଲେଜ ଅଫ ହୋମିଓପ୍ୟାଥିକ ଏଣ୍ଡ ରିସର୍ଚ୍ଚ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଧନକଉଡା ବ୍ଲକ ବିଶାଲଖିଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ରେଙ୍ଗାଲି ବିଧାୟକ ନାଉରି ନାଏକ ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ । ବିଶାଲଖିଣ୍ଡା ଗ୍ରାମ ପଞ୍ଚାୟତ ର ବହୁ ଗ୍ରାମ ର ଗ୍ରାମବାସୀ ଏହି ମାଗଣା ସ୍ୱାସ୍ଥ୍ୟ ଶିବିର ରେ ଯୋଗ ଦେଇଥିଲେ । ସାମାଜିକ ଦୂରତା କୁ ଗୁରୁତ୍ୱ ଦିଆଯାଇ କରାଯାଇଥିବା ଏହି କାର୍ଯ୍ୟକ୍ରମ ରେ ସାତ ଶହ ରୁ ଉର୍ଦ୍ଧ୍ବ ପରିବାର ପାଞ୍ଜିକୃତ କରିଥିବା ବେଳେ ତିନି ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ଔଷଧ ବଣ୍ଟନ କରାଯାଇଥିଲା ।
ମହାବିଦ୍ୟାଳୟ ର ଅଦ୍ଧକ୍ଷ ପ୍ରୋ.ଡ଼ା.ରାଜେନ୍ଦ୍ର କୁମାର ସିଂ ଙ୍କ ତତ୍ୱାବଧାନ ରେ ହୋଇଥିବା ଏହି ସ୍ୱାସ୍ଥ୍ୟ ଶିବିରରେ ଡା.ଫାଲଗୁଣି କୁମାର ବଢ଼େଇ, ଡା.ନିବେଦିତା ଶତପଥୀ, ଡା.ରାମ କୃଷ୍ଣ ନାଥ, ଡା.ଲଭଲି ସାହୁ ଛାତ୍ର ସଂସଦ ର ସଭାପତି ସନ୍ଦୀପ କୁମାର ଚକ୍ର, ସାଧାରଣ ସମ୍ପାଦକ ବିପ୍ଲୟ କୁମାର ବଳ, ଶେଷ ବର୍ଷର ଛାତ୍ର ଗୋପାଳ କୃଷ୍ଣ ତ୍ରିପାଠୀ, ରଞ୍ଜିତ କୁମାର ନାଏକ ପ୍ରମୁଖ ସେବା କାର୍ଯ୍ୟ ଯୋଗେଇ ଥିଲେ ।
ବିଶାଲଖିଣ୍ଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ସୁଶିଲ କୁମାର ବାବୁ, କିଲାସମା ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରଶାନ୍ତ କୁମାର ବାରିକ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସରଶ୍ବତୀ ମିର୍ଦ୍ଧା*, କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ସାଂସଦ ଧନକାଉଡା ବ୍ଲକ ପ୍ରତିନିଧି ଆଶିଷ ହୋତା, ବିଜେପି ଜିଲ୍ଲା ପ୍ରତିନିଧି ପ୍ରକାଶ ପ୍ରଧାନ, ମନୋରଞ୍ଜନ ଥପା, ସତ୍ୟ ନାରାୟଣ ପଧାନ, ଆଶିଷ ବଛା, ପ୍ରଶାନ୍ତ ବଗର୍ତ୍ତି, ଜୟ ନାରାୟଣ ସାହୁ, ଆଚାର୍ଯ୍ୟ ମାଝୀ ଗୋପାଳ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହାୟତାର ହାତ ବଢ଼େଇଥିଲେ ।