ହେଡଲାଇନସ୍:

ସମଗ୍ର ପଶ୍ଚିମାଞ୍ଚଳରେ ନୂଆଖାଇ ଏବଂ ପୂର୍ବଦିନ ସଟଡାଉନକୁ କୋହଳ କରିବା ଦାବି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆର.ଡି.ସି ଙ୍କୁ ଦାବୀ ପତ୍ର ଦେଲା  ପଶ୍ଚିମାଞ୍ଚଳ ଏକତା ମଞ୍ଚ

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ପଶ୍ଚିମାଞ୍ଚଳ ର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇରେ ସମ୍ବଲପୁର ଜିଲ୍ଲା ସଟଡାଉନ ରଖିବା ପାଇଁ  ଜିଲ୍ଲା  ପ୍ରଶାସନ ପକ୍ଷରୁ  ନୋଟିସ ଜାରି କରାଯାଇଛି  । ଅଗଷ୍ଟ ମାସର ପ୍ରତେକ ସପ୍ତାହ ର ଶନିବାର ଓ  ରବିବାର ସଟଡାଉନ ରହିବ ବୋଲି ସମ୍ବଲପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ  ନୋଟିସ ଜାରି କରିସାରିଛନ୍ତି । ଗତ କିଛି ଦିନ ହେଲା ସାପ୍ତାହିକ ସଟଡାଉନ ଭଳି ଅନୁରୂପ ପରିସ୍ଥିତି ପଶ୍ଚିମାଞ୍ଚଳ ର ବିଭିନ୍ନ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳୁଛି । ଅଗଷ୍ଟ ମାସ ୨୨ ଓ ୨୩ ତାରିଖ ଶନିବାର ଓ ରଵିବାର ସଟଡାଉନ କରାଯିବ ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ।

        ପୁର୍ବରୁ  ଜୁନ ୧୪ ଅର୍ଥତ ରଜ ସଂକ୍ରାନ୍ତି ସମୟରେ କୋଭିଡ କଟକଣା ନିୟମ କୁ ତିନି ଦିନ ପାଇଁ  କୋହଳ କରି ରାଜ୍ୟ ସରକାର ପରମ୍ପରା ପାଳନ ଦିଗରେ  ସହଯୋଗ  କରିଥିଲେ । ନୂଆଁଖାଇ ଦୁଇ କୋଟି ରୁ ଉର୍ଦ୍ଧ୍ଵ ପଶ୍ଚିମାଞ୍ଚଳବାସୀ ଙ୍କ ଭାବାବେଗ ଜଡିତ ରହିଛି । ଏହି ଦିନ ପରିବାର ର ସମସ୍ତେ ଏକତ୍ରିତ ହୋଇ ନବାନ୍ନ ପ୍ରସାଦ ଗ୍ରହଣ କରିଥାନ୍ତି । ସେଥିପାଇଁ ପୂର୍ବ ପ୍ରସ୍ତୁତି ସ୍ୱରୂପ ପୂଜା ସାମଗ୍ରୀ ସହ ଘରର ଅନ୍ୟାନ୍ୟ ଅତ୍ୟାବଶକୀୟ ସାମଗ୍ରୀ ମଧ୍ୟ କିଣିବାକୁ ପଡିଥାଏ । ଏଣୁ ଏହି କୃଷିଭିତ୍ତିକ ମହାନ ଗଣପର୍ବ ର ମହତ୍ତ୍ୱ ଓ ଗୁରୁତ୍ୱ କୁ ବିଚାର କୁ ନେଇ ଅଗଷ୍ଟ ୨୨ ଓ ୨୩ ଦୁଇଦିନ ପଶ୍ଚିମାଞ୍ଚଳ ର ସମସ୍ତ ଜିଲ୍ଲା ଗୁଡିକୁ ସଟଡାଉନ ନକରି କରୋନା କଟକଣା ଅନୁସାରେ ନୂଆଁଖାଇ  ପାଲନ  କରିବା ପାଇଁ ସହଯୋଗ କରିବାକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି । ଏ ନେଇ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କୁ ଏକ ଦାବି ପ୍ରଦାନ କରାଯାଇଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ମାଁ ସମଲେଇ ଙ୍କ ମନ୍ଦିର କରୋନା କଟକଣା  ଯୋଗୁଁ  ବନ୍ଦ ରହିଛି, ଏଣୁ ଚଲିତ ବର୍ଷ ଭକ୍ତ ମାନେ ମଧ୍ୟ  ମନ୍ଦିର କୁ ଯାଇ ସମଲେଇ ଙ୍କୁ ଦର୍ଶନ କରିପାରିବେ ନାହିଁ । ତେଣୁ ଅନଲାଇନ ଜରିଆରେ ଇଷ୍ଟ ଦେବୀ ଙ୍କ ଦର୍ଶନ ପାଇଁ  ବ୍ୟବସ୍ଥା କରିବାକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ  ଦାବି କରାଯାଇଛି । ପଶ୍ଚିମାଞ୍ଚଳ ଏକତା ମଞ୍ଚ ସମ୍ବଲପୁର ଶାଖା କାର୍ଯ୍ୟକ୍ରମ ସଂଯୋଜକ ନିଶିକାନ୍ତ ବିଶ୍ବାଳ ଙ୍କ ନେତୃତ୍ଵରେ ହୋଇଥିବା ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ

ମଞ୍ଚ ର ଉପଦେଷ୍ଟା ଡ.ପ୍ରମୋଦ ରଥ, ରାହୁଲ ମୋଦକ, ଆଭାସ  ରଞ୍ଜନ ପଣ୍ଡା, ଦେବାଶିଷ ବେହେରା, ରାହୁଲ ଗୁପ୍ତା, ଭବାନୀଶ ଭୋଇ, ମାନସ ରଞ୍ଜନ ବକ୍ସି ପ୍ରମୁଖ ସାମିଲ ହୋଇ ଉତ୍ତରାଞ୍ଚଳ ଆର.ଡି.ସି ଙ୍କ ସଚିବ ଙ୍କୁ ଦାବିପତ୍ର  ପ୍ରଦାନ କରିଥିଲେ ।

 

0
0
0
s2sdefault