ବାପାମାଙ୍କ ପାଇଁ ଖୁସି ଆଉ ଅଞ୍ଚଳବାସୀଙ୍କ ପାଇଁ ଗୌରବ
ବଲାଙ୍ଗୀର/ କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଡଲୁରାମ ଜୈନଙ୍କ ପୁଅ ନବଲ କୁମାର ଜୈନ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୧୨୫ ର୍ୟାଙ୍କ ରଖି ସଫଳତାର ସହ ଉତ୍ତୀର୍ଣ ହୋଇଛନ୍ତି । ଏହି ଖବର ପ୍ରସାରଣ ପରେ କଣ୍ଟାବାଞ୍ଜି ଓ ଆଖପାଖ ଅଂଚଳ ସହ ଜିଲ୍ଲା ରେ ଏକ ଖୁସୀର ଲହର ଦେଖିବାକୁ ମିଳିଛି । ୮ ବର୍ଷ ପରେ ପ୍ରଥମ ଥର ପାଇଁ ନବଲଙ୍କ ଦୁଇ ଭଉଣୀ ଭାଇକୁ ଘରେ ରାଖୀ ବାନ୍ଧି ଖୁସି ଥିଲେ ମଧ୍ୟ ରାଖୀର ଦିନେ ପରେ ଭାଇଙ୍କ ଏହି ସଫଳତା ଭଉଣୀଙ୍କ ସହ ସାରା ପରିବାରକୁ ଆନନ୍ଦିତ କରିଦେଇଛି । ଆଣି ଦେଇଛି ରାକ୍ଷୀରେ ସର୍ବଶ୍ରେଷ୍ଠ ଉପହାର | ନବଲ ପରିବାର ସହ ରହି ଏହି ଖୁସି ଖବର ପାଇଥିଲେ | ଗତ ବର୍ଷ ଏହି ପରୀକ୍ଷାରେ ନବଲ ୩୫୦ ର୍ୟାଙ୍କ ଆଇଆରଟିଏସରେ ସଫଳତା ପାଇଥିଲେ ସେଥିରେ ସନ୍ତୁଷ୍ଟ ନ ରହି ଆହୁରି ଭଲ କରିବାର ଦୃଢ଼ ନିଷ୍ପତି ରଖି ପୁନର୍ବାର ପାଠ ପଢି ଏହି ବର୍ଷ ପରୀକ୍ଷା ଦେଇଥିଲେ ଉଦ୍ୟମ | ଆଉ ଏଥର ରଖିଛନ୍ତି ୧୨୫ତମ ରାଙ୍କ | ଲୋକଙ୍କ ସେବା ପ୍ରଥମ କାର୍ଯ୍ୟ ରହିବା ବୋଲି ନବଲ ପ୍ରକାଶ କରିଛନ୍ତି । ଏହି ସଫଳତା ପଛରେ ପରିବାର ଲୋକଙ୍କ ସହଯୋଗ ସହ କଠିନ ପରିଶ୍ରମ ରହିଛି ନବଲ କହିଛନ୍ତି ।