ହେଡଲାଇନସ୍:

ୟୁପିଏସସି ପରୀକ୍ଷାରେ  ଦଶମ ସ୍ଥାନରେ ଓଡ଼ିଆ ଝିଅ ସଞ୍ଜିତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ:   ୟୁପିଏସସି  ସିଭିଲ ସର୍ଭିସେସ୍ ୨୦୧୯ ଚୂଡାନ୍ତ  ଫଳାଫଳ upsc.gov.in ରେ ଘୋଷିତ | ଦଶମ ସ୍ଥାନରେ ରହିଛନ୍ତି ଓଡ଼ିଆ ଝିଅ ସଞ୍ଜିତା | ଭୁବନେଶ୍ୱରର ସଞ୍ଜିତା ମହାପାତ୍ର ଓଏଏସ ପରୀକ୍ଷାରେ ସମଗ୍ର ରାଜ୍ୟରେ  ଦ୍ୱିତୀୟ ସ୍ଥାନ ଅଧିକାର  କରିଥିଲେ | ପୂର୍ବରୁ  ରାଉରକେଲାସ୍ଥିତ ସେଲରେ କାର୍ଯ୍ୟ କରୁଥିବା ସଞ୍ଜିତା ସିଭିଲ ସର୍ଭିସ ପରୀକ୍ଷ ସକାଶେ ପ୍ରସ୍ତୁତି ପାଇଁ  ମୋତେ ଚାକିରି ଛାଡିଥିଲେ  | ଆଉ ସେ ରାଜ୍ୟ ଲୋକ ସେବା ଆୟୋଗ ପରୀକ୍ଷାରେ ନିଜର ଦକ୍ଷତା ପ୍ରତିପାଦିତ କରିବା ସହ ଆଜି ସାରା ଦେଶରେ ଦଶମ ସ୍ଥାନରେ ରହି ଓଡିଶାକୁ ଗର୍ବିତ କରଛନ୍ତି | 

ସେପ୍ଟେମ୍ବର 2019 ରେ କେନ୍ଦ୍ର ଲୋକସେବା ଆୟୋଗ ଦ୍ୱାରା  ଆୟୋଜିତ ହୋଇଥିବା ଏକ ଲିଖିତ ପରୀକ୍ଷା ଏବଂ ବ୍ୟକ୍ତିତ୍ୱ ପରୀକ୍ଷା ଆଧାରରେ ଘୋଷିତ ହୋଇଛି ଏହି ତାଲିକା ପ୍ରକାଶ ପାଇଛି। ବ୍ୟକ୍ତିଗତ ପରୀକ୍ଷା ପାଇଁ ସାକ୍ଷାତକାର ଫେବୃଆରୀ-ଅଗଷ୍ଟ 2020 ରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ସ୍ଥାନରେ ପ୍ରଦୀପ  ସିଂ ଥିବା ବେଲେ ଦ୍ବିତୀୟ ସ୍ଥାନରେ ଅଛନ୍ତି  | ଯତୀନ  କିଶୋର | ସେହିପରି ତୃତୀୟ ସ୍ଥାନରେ  ପ୍ରତିଭା  ବର୍ମା, ଚତୁର୍ଥରେ  ହିମାଂଶୁ  ଜୈନ, ପଂଚମରେ  ଜେୟଦେବ  ସି ଏସ, ଷଷ୍ଠରେ ବିଶାଖା  ଯାଦବ , ସପ୍ତମରେ ଗଣେଶ  କୁମାର  ବାଷ୍କର , ଅଷ୍ଟମରେ  ଅଭିଷେକ  ସରାଫ , ନବମରେ  ରବି ଜୈନ, ଦଶମରେ ସଞ୍ଜିତା  ମହାପାତ୍ର ରହିଥିବା ଜଣାପଡିଛି |

0
0
0
s2sdefault