ଓଡିଶାରୁ ଟପ ଟେନରେ ଦି ଜଣ, ୮୨୯ ଜଣିଆ ତାଲିକାରେ ୨୧ ଜଣ
ନୂଆଦିଲ୍ଲୀ: ୟୁପିଏସସି ସିଭିଲ ସର୍ଭିସେସ୍ ୨୦୧୯ ଚୂଡାନ୍ତ ଫଳାଫଳ upsc.gov.in ରେ ଘୋଷିତ | ସେପ୍ଟେମ୍ବର 2019 ରେ କେନ୍ଦ୍ର ଲୋକସେବା ଆୟୋଗ ଦ୍ୱାରା ଆୟୋଜିତ ହୋଇଥିବା ଏକ ଲିଖିତ ପରୀକ୍ଷା ଏବଂ ବ୍ୟକ୍ତିତ୍ୱ ପରୀକ୍ଷା ଆଧାରରେ ଘୋଷିତ ହୋଇଛି ଏହି ତାଲିକା ପ୍ରକାଶ ପାଇଛି। ବ୍ୟକ୍ତିଗତ ପରୀକ୍ଷା ପାଇଁ ସାକ୍ଷାତକାର ଫେବୃଆରୀ-ଅଗଷ୍ଟ 2020 ରେ ଅନୁଷ୍ଠିତ ହୋଇଥିଲା। ପ୍ରାର୍ଥୀଙ୍କୁ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ବୈଦେଶିକ ସେବା, ଭାରତୀୟ ପୋଲିସ ସେବା ଏବଂ କେନ୍ଦ୍ରୀୟ ସେବା, ଗ୍ରୁପ୍ ଏ ଏବଂ ବି ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି। ଏଥିରେ ସାଧାରଣ ବର୍ଗରୁ ୩୦୪. ଆର୍ଥିକ ଅନଗ୍ରସର ବର୍ଗରୁ ୭୮, ଓ ବି ସି ବର୍ଗରୁ ୨୫୧, ଏସସି ବର୍ଗରୁ ୧୨୯ ଓ ଏସ୍ଟି ବର୍ଗରୁ ୬୭ ଜଣ ସ୍ଥାନ ପାଇଛନ୍ତି |
ପ୍ରଥମ ସ୍ଥାନରେ ପ୍ରଦୀପ ସିଂ ଥିବା ବେଲେ ଦ୍ବିତୀୟ ସ୍ଥାନରେ ଅଛନ୍ତି ଯତୀନ କିଶୋର | ସେହିପରି ତୃତୀୟ ସ୍ଥାନରେ ପ୍ରତିଭା ବର୍ମା, ଚତୁର୍ଥରେ ହିମାଂଶୁ ଜୈନ, ପଂଚମରେ ଜେୟଦେବ ସି ଏସ, ଷଷ୍ଠରେ ବିଶାଖା ଯାଦବ , ସପ୍ତମରେ ଗଣେଶ କୁମାର ବାଷ୍କର , ଅଷ୍ଟମରେ ଅଭିଷେକ ସରାଫ , ନବମରେ ରବି ଜୈନ, ଦଶମରେ ସଞ୍ଜିତା ମହାପାତ୍ର ରହିଥିବା ଜଣାପଡିଛି |
IAS ଟପ୍ ଟେନ୍ ରେ ଦୁଇଜଣ ଓଡିଆ ଅଭିଷେକ ସରାଫ( ଅଷ୍ଟମ ସ୍ଥାନ) ଓ ସଂଜିତା ମହାପାତ୍ର( ଦଶମ ସ୍ଥାନ) ରହିଥିବା ବେଳେ ଅଂଶୁମାନ ରାଜ (୧୦୭), ଅନୁପ ଦାସ (୧୨୦), ନବଲ କୁମାର ଜୈନ(୧୨୫), ଶୈଳଜା ଦାସ(୧୯୦), ରାହୁଲ ମିଶ୍ର(୨୦୨), ହେମା ନାୟକ(୨୨୫), ଆଋଷି ମିଶ୍ର (୨୨୯), ଆଶିଷ ଦାସ (୨୯୧), ଅଙ୍କିତ ଶଙ୍କର ମିଶ୍ର(୨୯୪), ସୋନାଲି ମିଶ୍ର (୩୦୦), ଦିବ୍ୟା ମିଶ୍ର (୩୧୨), ଅର୍ଘ୍ୟ ପଟ୍ଟନାୟକ (୩୬୧), ଜୁବିନ ମହାପାତ୍ର(୩୭୯), ସମୀର କୁମାର ଜେନା(୪୪୧), ମାନସ ରଞ୍ଜନ ସାହୁ (୫୬୭), ଅଙ୍କିତ ମିଶ୍ର (୬୫୦), ଶିବମ ମିଶ୍ର(୭୧୨), ଓମ ପ୍ରସାଦ ମହାନ୍ତି (୭୧୫) ଓ ବିଭୁତି ଭୂଷଣ ନାୟକ (୮୧୯)
ରେଜଲ୍ଟ ଦେଖିବାକୁ ଏଠି କ୍ଲିକ କରନ୍ତୁ :
https://static-nic.akamaized.net/civilservices/FR-CSE-2019-040820-ENG.pdf