ହେଡଲାଇନସ୍:

ମହାନଗର ନିଗମରେ କରୋନା ସ୍ଥିତି ସଂଗୀନ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଜି ଦିନକରେ ୯୩ , ୬ ଦିନରେ ୩୦୦  ଚି଼ହ୍ନଟ

ସମୁଦାୟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୫୮୧  

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ):  ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଜ଼ିଲ୍ଲା ର ତୃତୀୟ ସ୍ଥାନ ରେ  ସମ୍ବଲପୁର ଜ଼ିଲ୍ଲା ରହିବା ସହିତ ୯୩  ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ଏହା ଫଳରେ  ସମ୍ବଲପୁର ଜିଲ୍ଲାରେ ସମୁଦାୟ  କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଆଜି ୫୮୧ ରେ ପହଞ୍ଚିଛି । ଗତ ୬ ଦିନ ରେ ଜ଼ିଲ୍ଲା ରେ ୩00 ଜଣ ଚି଼ହ୍ନଟ ହୋଇଛନ୍ତି l 

       ଗତ ୬ ଦିନରେ ସମୁଦାୟ ଚି଼ହ୍ନଟ ୩00 ଜଣଙ୍କ ମଧ୍ୟରେ ୭ ଜଣ କରୋନା ଯୋଦ୍ଧା ରହିଛନ୍ତି l ସେମାନଙ୍କ ମଧ୍ୟରେ ୧୬୬ ପୁରୁଷ ଓ ୧୩୪ ମହିଳା ରହିଛନ୍ତି l ସେମାନଙ୍କ ମଧ୍ୟରେ ମହାନଗର ନିଗମ ଅଂଚଳ ରୁ ସର୍ବାଧିକ ୨୭୨ ଜଣ,  ରେଢ଼ାଖୋଲ ରୁ ୨ ଜଣ, କୁଚିଣ୍ଡା ରୁ ୭ ଜଣ ମାନେଶ୍ଵର ରୁ ୮  ଜଣ, ଧନକଉଡା ରୁ ୬ ଜଣ, ରେଙ୍ଗାଲି  ବ୍ଲକ ରୁ  ୭ ଜଣ ଏବଂ ଜଣେ ପ୍ରଧାନପାଲି ଓଏସଏପି ବାଟାଲିୟନ  ରୁ  ରହିଛନ୍ତି l  

      ଆଜି ଚି଼ହ୍ନଟ ୯୩ ଜଣଙ୍କ  ମଧ୍ୟରେ ମହାନଗର ନିଗମ ଅଂଚଳ ରୁ ସର୍ବାଧିକ  ୭୩  ଜଣ ରହିଥିବା ବେଳେ କୁଚିଣ୍ଡା ରୁ ୨ ଜଣ, ମାନେଶ୍ଵର ରୁ ୭ ଜଣ, ରେଙ୍ଗାଲି ରୁ ୭ ଜଣ, ଧନଉକଡା ବ୍ଲକ ରୁ ୨ ଜଣ,  ପ୍ରଧାନପାଲି ଓଏସଏପି ବାଟାଲିୟନ  ରୁ ଜଣେ ଏବଂ ଜଣେ ସ୍ୱାସ୍ଥ୍ୟ କର୍ମୀ ରହିଛନ୍ତି ରହିଛନ୍ତି l ଆଜି ଚି଼ହ୍ନଟ ମଧ୍ୟରେ ୫୫ ଜଣ ପୁରୁଷ ଏବଂ ୩୮ ଜଣ ମହିଳା ରହିଛନ୍ତି l ସେମାନଙ୍କ ମଧ୍ୟରୁ ୬୧ ଜଣଙ୍କୁ ଆକ୍ଟିବ ସର୍ବିଲାନ୍ସ ସମୟରେ ଚି଼ହ୍ନଟ କରାଯାଇ ଥିବା ବେଳେ ୩୨ ଟି ସଂକ୍ରମଣ କେଶ ରହିଥିବା ପ୍ରଶାସନ ସୂଚନା ଦେଇଛି l  ଆଜି ର ଚି଼ହ୍ନଟ ମଧ୍ୟରେ  ମହାନଗର ନିଗମ ଅଂଚଳରୁ  ସର୍ବାଧିକ ଷ୍ଟେସନପଡା ରୁ ୧୮ ଜଣ ରହିଛନ୍ତି l ଏହା ସହିତ ଭତରା ରୁ ୨ ଜଣ, ତlଳଭାଟାପଡ଼ା ରୁ ୫ ଜଣ, ବୁର୍ଲା ରୁ ୩ ଜଣ, ତଂଅଲାପଡା ରୁ ଜଣେ, ବଡ଼ବଜ଼ାର ରୁ ୩ ଜଣ, ସାକ୍ଷୀପଡା ରୁ ୭ ଜଣ, କୁଲୁଥକାନି ରୁ ୧ ଜଣ, ଗୋଲବଜ଼ାର ରୁ ୧ ଜଣ, ହୀରାକୁଦ ରୁ ୪ ଜଣ, ଚେରୁଆପଡା ରୁ ୩ ଜଣ, ବରେଇପାଲି ରୁ ୧ ଜଣ, କ୍ଷେତରାଜପୁର ରୁ ୪ ଜଣ, କଲ୍ୟାଣ ନଗର, ସହଯୋଗନଗର, କମଳିବଜ଼ାର, ଠାକୁରପଡା, ଗୋପାଳମାଳ, ବରେଇପାଲି, ରେମେଡ଼, ସିଟି ଷ୍ଟେସନ ପେନସନପଡା ରୁ ଜଣେ ଲେଖାଏଁ, ଶାନ୍ତିନଗର ରୁ ୨ ଜଣ, ସ୍ପର୍ଶି ନର୍ସିଂ ହୋମ ଅଂଚଳରୁ ୪ ଜଣ ଏବଂ ଗିରିଶ କଲୋନୀ ରୁ ୫ ଜଣ ଚି଼ହ୍ନଟ ହୋଇଛନ୍ତି l

      ତେବେ ଆଜିର ସମସ୍ତ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି  ଏବଂ ସମସ୍ତ  ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

0
0
0
s2sdefault