ବୌଦ୍ଧ (ଶାସକ ପ୍ରଶାସକ): ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ନମ୍ବର୍ ୫୭ ର ଗମ୍ଭାରୀପଦର ଛକ ନିକଟରେ ଗୋଟିଏ ମାରୁତି ସ୍ୱିଫ୍ଟ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୧୦ ଟା ସମୟରେ ବୌଦ୍ଧ ଠାରୁ ମନମୁଣ୍ଡା ଦିଗକୁ ଯାଉଥିବା ଗୋଟିଏ ମାରୁତି ସ୍ୱିଫ୍ଟ କାର୍( ସିଜି ୨୨ ଏବି ୮୫୩୮ ) ଗମ୍ଭାରୀ ପଦର ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗୋଟିଏ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା । ବିଦ୍ୟୁତ୍ ଖୁଣ୍ଟ କୁ ଧକ୍କା ଦେବାରୁ ଗୋଟିଏ ବଡ଼ ଅଘଟଣରୁ ରକ୍ଷା ମିଳିଛି ଓ ନିକଟରେ ଥିବା ହୋଟେଲ ଭିତରକୁ କାର୍ ପଶି ପାରିନଥିଲା । କାର୍ ମଧ୍ୟରେ ଡ୍ରାଇଭର ବ୍ୟତିତ କୌଣସି ଯାତ୍ରୀ ନ ଥିଲେ ଓ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ବୌଦ୍ଧ ଥାନାର ପିସିଆର୍ ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।
ରାଜ୍ୟ
ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା ମାରୁତି ସ୍ୱିଫ୍ଟ କାର୍
- Hits: 230