ନୂଆପଡା(ଅମିତ ପୁରୋହିତ) : କରୋନା ଯୋଦ୍ଧା ସାଜିଥିବା ନୁଆପଡା ପୋଲିସ ଆଜି କରୋନା କବଳରୁ ନିଜକୁ ରକ୍ଷା କରିପାରି ନାହିଁ । ୪୦ ଜଣ ପୋଲିସ କର୍ମୀଙ୍କ ଶରୀରରେ କରୋନା ସଂକ୍ରମଣର ସୂଚନା ମିଳିଛି । ସୂଚନା ମିଳିବା ପରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ତଥା ଥାନାକୁ କଣ୍ଟେନମେଣ୍ଟ ଜୋନ ମହିସାବରେ ଘୋଷଣା କରାଯାଇଛି । ଜିଲ୍ଲାରେ ଧିରେ ଧିରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଗତ ମେ ମାସ ୩୧ତାରିଖ ସୁଦ୍ଧା ଜିଲ୍ଲାରେ ମାତ୍ର ୧୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲାବେଳେ ଜୁଲାଇ ୩୧ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ କରୋନା ପଜିଟିଭ ସଂଖ୍ୟା ୧୬୨ରେ ପହଞ୍ଚିଛି । କେବଳ ଜୁଲାଇମାସରେ ଜିଲାରେ ୯୦ ରୁ ଅଧିକ ପଜିଟିଭ ଚିହ୍ନଟ ହେବା ଜିଲ୍ଲାପ୍ରଶାସନର ନିଦ ହଜାଇଦେଇଛି । ପ୍ରାପ୍ତ ସୂଚନା ମୁତାବକ ନୁଆପଡା ଜିଲାରେ ଜୁଲାଇ ୩୧ତାରିଖ ସୁଦ୍ଧା ୬୪୩୦ ଜଣଙ୍କର ସ୍ୱାବ ସାମ୍ପଲ ସଂଗ୍ରହ କରାଯାଇଥିଲା ସେଥି ମଧ୍ୟରୁ ୫୭୪୬ଜଣଙ୍କର ରିପୋର୍ଟ ପ୍ରାପ୍ତ ହୋଇଥିଲାବେଳେ ୭୧୩ଜଣଙ୍କର ରିପୋର୍ଟ ଆସିବା ବାକି ରହିଛି । ପ୍ରାପ୍ତ ରିପୋର୍ଟରୁ ୫୬୩୯ ଜଣଙ୍କର ନେଗେଟିଭ ରିପୋର୍ଟ ଆସିଥିଲାବେଳେ ୧୦୭ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଜିଲ୍ଲାରେ ରାପିଡ ଆଣ୍ଟିଜେନ ଟେଷ୍ଟ ମାଧ୍ୟମରେ ମୋଟ ୧୦୮୦ ଜଣଙ୍କର କରୋନା ପରୀକ୍ଷଣ କରାଯାଇଛି । ସେଥିମଧ୍ୟରୁ ୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୧୦୨୪ଜଣ ନେଗେଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୧୬ ଜଣ ଆକ୍୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ଆକ୍ଟିଭ ଆକାନ୍ତ ଙ୍କ ସଂଖ୍ୟା ୪୭ ରହିଛି । ପୁଲିସ ବାହିନୀ ଓ ତାଙ୍କ ପରିବାର ବର୍ଗଙ୍କ ମଧ୍ୟରୁ ୪୦ ରୁ ଉର୍ଦ୍ଧ କରୋନା ପଜିଟିଭ ଚିହ୍ନଟ ହେବା ଜିଲ୍ଲାପ୍ରଶାସନ ପାଇଁ ସବୁଠାରୁ ମୁଣ୍ଡ ବିନ୍ଧାର କାରଣ ହେଇଛି । ୩୧ଜୁଲାଇ ଶୁକ୍ରବାର ଦିନ ରାପିଡ ଆଣ୍ଟିଜେନ ଟେଷ୍ଟରେ ମୋଟ୭ଜଣ ପଜିଟିଭ ଙ୍କ ମଧ୍ୟରୁ କେବଳ ଜଣେ ପୁଲିସ ପରିବାର ର ୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ସ୍ଥିତି ନେଇ ଜିଲ୍ଲାପାଳ ମଧୁସ୍ମିତା ସାହୁ ଙ୍କ ସହ ଆଲୋଚନା କରିବାରୁ କରୋନା ସ୍ଥିତି ରାଜ୍ୟ ତୁଳନାରେ ସନ୍ତୋଷଜନକ ଥିଲେ ମଧ୍ୟ ଜିଲ୍ଲା ସ୍ଥିତି ଉପରେ ଲଗାତାର ନଜର ରଖାଉଛି ବୋଲି ଜିଲ୍ଲାପାଳ କହିଥିଲେ । ଏବେବି ୧୫୭୦ ରାପିଡ ଆଣ୍ଟିଜେନ ଟେଷ୍ଟ କିଟ ରହିଛି ଆମେ ପ୍ରତିଦିନ ଅଧିକରୁ ଅଧିକ ଟେଷ୍ଟ କରିବାପାଇଁ ସ୍ୱାସ୍ଥ୍ୟ ବିଭାଗ କୁ ନିଦେ୍ର୍ଧଶଦେବା ସହ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ଉପରେ ମଧ୍ୟ ନଜର ରଖିଛୁବୋଲି କହିଥିଲେ ଓ ଜିଲ୍ଲାବାସୀ ଭୟଭୀତ ନହୋଇ ମାସ୍କ ବ୍ୟବହାର କରିବା ସହିତ ନିଜ ନିଜ ଭିତରେ ସାମାଜିକ ଦୁରତା ବଜାୟ ରଖିବାପାଇଁ ନିବେଦନ କରିଛନ୍ତି ।