ହେଡଲାଇନସ୍:

କୋରୋନାର ମୁକାବିଲା ପାଇଁ ବ୍ଲକ ପ୍ରଶାସନକୁ ଚିଠି ଲେଖିଲେ ସରପଞ୍ଚ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମ ରାମପୁରରୁ ଜଗତରାମ ସାହୁ : ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଶାସନ ତରଫରୁ ଏହାକୁ ପ୍ରତିହତ କରିବା ପାଇଁ ବିହିତ ପଦକ୍ଷେପମାନ ଗ୍ରହଣ କରାଯାଉଛି କିନ୍ତୁ କେତେକ ସ୍ଥାନରେ ଲୋକେ ଏହାକୁ ଖାମଖିଆଲି ଭାବେ ନେଉଥିବା ଦେଖାଯାଉଛି । ଜିଲ୍ଲାର ମ. ରାମପୁର ବ୍ଲକ ଅନ୍ତର୍ଗତ ମୁଡିଂ ଗ୍ରାମ ପଞ୍ଚାୟତ ର  ସାପ୍ତାହିକ ବଜ଼ାରରେ କରୋନା ନିୟମକୁ ଫୁ’ କରିଦେଇଛନ୍ତି ଲୋକେ । ନା ରହୁଛି ସାମାଜିକ ଦୁରତ୍ବ ନା ଅଛି ଲୋକଙ୍କ ମୁହଁରେ ମାସ୍କ । ଠେଳାପେଳା ହୋଇ ଲୋକେ କିଣା ବିକା କରୁଛନ୍ତି।  ସାମାଜିକ ଦ୍ୱରତା ରକ୍ଷା କରିବା, ଅତି ଆବଶ୍ୟକ ନଥିଲେ ଘରୁ ନ ବାହାରିବା  ଏବଂ ମସ୍କ ସାନି ଟାଇଯାର ବ୍ୟବହାର କରିବା ସହିତ ସଚେତନ ରହିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି ସ୍ଥାନୀୟ  କର୍ଲାବହାଲି ଗ୍ରାମର ଯୁବ ସମାଜସେବୀ ଭୈରବ ସାହୁ ।

 ଏ ନେଇ ପ୍ରଶାସନ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ କରୋନା ମହାମାରୀକୁ ଏଡାଇ ଦିଆଯାଇ ପାରିବ ନାହିଁ  ବୋଲି  | ପ୍ରତେକ୍ ମଙ୍ଗଳବାର  ସନ୍ଧ୍ୟା ୬:ଘଟିକା ରୁ ଗୁରୁବାର ସକାଳ ୬: ଘଟିକା ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳକୁ ସର୍ଟ୍ ଡାଉନ୍ କରିବା ପାଇଁ  ମୁଡ଼ିଂ ଗ୍ରାମ ପଞ୍ଚାୟତ  ର ସରପଞ୍ଚ ଟଙ୍କଧର ନାଏକ ବ୍ଲକ ପ୍ରଶାସନ  ଙ୍କୁ ଏକ  ଚିଠି ଲେଖିଛନ୍ତି।

  

 

 

 

 

0
0
0
s2sdefault