ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ କିଛି ଦିନ ହେଲା ପାରଳାଖେମୁଣ୍ଡି ପୌରାଞ୍ଚଳ , ପ୍ରତି ପଞ୍ଚାୟତ ସମିତିର ମୁଖ୍ୟାଳୟ ତଥା କିଛି ପଞ୍ଚାୟତ ମାନଙ୍କରେ କରୋନା ପଜିଟିଭ୍ ସଂଖ୍ୟା ମାତ୍ରାଧିକ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଏହି ଅଞ୍ଚଳରେ contact tracing , ଜ୍ଵର ପରୀକ୍ଷଣ କେନ୍ଦ୍ର,ଆଣ୍ଟିଜେନ ଟେଷ୍ଟ, କଣ୍ଟେନମେଣ୍ଟ ତଥା ଅନ୍ୟାନ୍ୟ activities ସବୁ ଚାଲିଛି।
ଏହାକୁ ଦୃଷ୍ଟି ଆଗରେ ରଖି ଆସନ୍ତା ୩୦-୭-୨୦୨୦(ଗୁରୁବାର ) ଠାରୁ ୨-୮-୨୦୨୦(ରବିବାର) ୪ଦିନ ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ସହର , କାଶୀନଗର ବିଜ୍ଞାପିତ ଅଞ୍ଚଳ , ପ୍ରତି ପଞ୍ଚାୟତ ସମିତି ମୁଖ୍ୟାଳୟ ଗୋଷାଣୀ ବ୍ଳକର କେରାଣ୍ଡି ଓ କତଲକଇଠା ପଞ୍ଚାୟତ , କାଶୀନଗର ବ୍ଳକର ରାଣିପେଣ୍ଠ , ଗୁମ୍ମା ବ୍ଳକର ଝାମି ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା। ଏହା ଆଗାମୀ ଦିନ ରେ ମଧ୍ୟ ଲାଗୁ ରହିବ। ସପ୍ତାହର ପ୍ରଥମ ୩ ଦିନ (ସୋମବାର , ମଙ୍ଗଳବାର , ବୁଧବାର ) ଲକ୍ ଡାଉନ୍ ଏବଂ ପରବର୍ତ୍ତୀ ୪ ଦିନ ( ଗୁରୁବାର , ଶୁକ୍ରବାର , ଶନିବାର , ରବିବାର ) ସଟ୍ ଡାଉନ୍।
ଏହି ସଟ୍ ଡାଉନ୍ ଅବଧି ସମୟରେ କେବଳ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯଥା - ଔଷଧ ଦୋକାନ ଏବଂ କ୍ଷୀର ଦୋକାନ ହିଁ ଖୋଲାରହିବ। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନବାହନ କେବଳ ଜିଲ୍ଲାର ମୁଖ୍ୟ ରାସ୍ତାରେ ଯିବା ଆସିବା କରିବ।ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଯଥା ଦୋକାନ ବଜାର ବନ୍ଦ ରହିବ। ବ୍ୟବସାୟିକ ପ୍ରତିଷ୍ଠାନ ମାନେ ଦୋକାନ ଆଗରେ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବେ , କେବଳ ମାସ୍କ ପିନ୍ଧି ଥିବା ବ୍ୟକ୍ତିଙ୍କୁ ହିଁ ଜିନିଷ ଦେବେ , ଦୋକାନ ଆଗରେ ଡବଲ ବ୍ୟାରିକେଡିଙ୍ଗ୍ କରିବେ , ନଗଦ ବିହିନ ଦେଣ ନେଣକୁ ଗୁରୁତ୍ୱ ଦେବେ , ଦୋକାନରେ କାମ କରୁଥିବା କର୍ମଚାରୀ ଏବଂ ଗ୍ରାହକ ମାନଙ୍କର କରୋନା ଲକ୍ଷଣ ଦେଖାଗଲେ ତାଙ୍କୁ ଦୋକାନ ମଧ୍ୟରେ ପ୍ରବେଶ ନ କରିବା ସହ ଜ୍ଵର ପରୀକ୍ଷଣ କେନ୍ଦ୍ରକୁ ଯିବାଲାଗି ପରାମର୍ଶ ଦେବେ ଏବଂ ତାଙ୍କ ନାମ ଯଥା ଠିକଣା ପଞ୍ଜିକରଣ କରିବେ।
ପାରଳାଖେମୁଣ୍ଡି ସ୍ଥିତ ପନିପରିବା ବଜାର ବର୍ତ୍ତମାନ ଥିବା ବଜାର ଛକରୁ ହାଟପଦାକୁ ସ୍ଥାନାନ୍ତରଣ ହେବ। କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ମୁଖ୍ୟାଳୟ ଛାଡି ଯାଇପାରିବେ ନାହିଁ। ସମସ୍ତ ସରକାରୀ କାର୍ଯ୍ୟାଳୟ ଆବଶ୍ୟକ କରୁଥିବା ଅତି କମ୍ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ । ଉପରୋକ୍ତ ଅଞ୍ଚଳରୁ କୌଣସି ବ୍ୟକ୍ତି ସହର ବାହାରକୁ ଯାଇପାରିବେ ନାହିଁ ଏବଂ ବାହାରର କୌଣସି ବ୍ୟକ୍ତି ଏହି ଅଞ୍ଚଳ ଭିତରକୁ ଆସିପାରିବେ ନାହିଁ। ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ନିଷେଧ କରାଯାଇଛି।
ଏହି ସବୁ ଅଞ୍ଚଳରେ ରାପିଡ୍ ରେସ୍ପୋନ୍ସେ ଟିମ୍ (RRT) ଘରକୁ ଘର ବୁଲି ଠେର୍ମମେଟର , ପୋଲସ୍ ଓକ୍ସି ମେଟର , antigen କିଟ୍ ମାଧ୍ୟମରେ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଆବଶ୍ୟକ ସ୍ଥଳେ symptom ଥିବା ବ୍ୟକ୍ତିଙ୍କୁ lsolation ନିମନ୍ତେ କୋଭିଡ୍ କେର୍ ହୋମ୍ କୁ ସ୍ଥାନାନ୍ତରଣ କରାଯିବାର ବ୍ୟବସ୍ଥା କରାଯାଇଛି। ତହସିଲଦାର ଏବଂ ସରପଞ୍ଚ ତାଙ୍କ ଅଞ୍ଚଳରେ ଆବଶ୍ୟକ ସ୍ଥଳେ ସଂପୃକ୍ତ ଗ୍ରାମପଞ୍ଚାୟତ / ଗ୍ରାମକୁ ସଟ୍ ଡାଉନ୍ ଏବଂ ଲକ୍ ଡାଉନ୍ ଘୋଷଣା କରିବେ । ସଟ୍ ଡାଉନ୍ ସମୟରେ ଉପରୋକ୍ତ ଅଞ୍ଚଳର ସମସ୍ତ ଜନସାଧାରଣ ଘରେ ରହିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।