ହେଡଲାଇନସ୍:

ଯନ୍ତ୍ରଣାରେ ଛଟପଟ ପାଂଚଟି ଜୀବନ : ଦୟା କରିବେ କି ସହୃଦ ଆଉ ପ୍ରଶାସନ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହାଟଡିହି(ଶାସକ ପ୍ରଶାସକ) : ମା ତିନିବର୍ଷ ହେଲା ଆଖି ବୁଜି ଦେଇଥିଲେ  | ଆଉ ବାପା କାମ କରିବାକୁ କଲିକତା ଯାଇଥିଲେ ଯେ ଏଯାଏ ଫେରିନାହାନ୍ତି | ଆଵୌ ବାପାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ପାଂଚ ଛୁଆ ଅକଥନୀୟ ଯନ୍ତ୍ରଣା ଭିତରେ | ସବୁ ଆଶା ଆଉ ସ୍ବପ୍ନ ହଜିଯାଇଛି | ଏବେ ବଂଚିବା ବି ଦୁର୍ବିସହ | 

ଆଜି ଆମେ କହୁଛୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା ପଞ୍ଚାୟତ ବାହାରିପୁର ଗ୍ରାମରେ ଗୋଟିଏ ପରିବାରର |  ବହୁତ  ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ମା ଛେଉଣ୍ଡ ଓ ବାପାଙ୍କ ପତ୍ତା ନଥିବା ପରିବାର  ।ପରିବାର କହିଲେ ବାପା ,ମା,ଚାରି ଝିଅ ଓ ଜଣେ ପୁଅ ମୋଟ ୭ ଜଣଙ୍କୁ ବୁଝାଏ l ମା ୩ ବର୍ଷ ହେଲା ଦେହାନ୍ତ ହୋଇ ସରିଛି l  ଆଉ ବାପା ହରିନାଥ ଜେନା ମୂଲ ମଜୁରୀ ଲାଗି ପରିବାର ଚଲେଇବା ପାଇଁ କଲିକତା ଯାଇଥିଲେ l କିନ୍ତୁ ୭ ମାସ ହେଲା ତାଙ୍କର ଆଉ କିଛି ଖୋଜ ଖବର ନାହିଁ କି ଘରକୁ ଫେରିଲେ ନାହିଁ। ବାପାର ଫେରିବା ବାଟକୁ ଚାରି ଭଉଣୀ ଓ ଭାଇ ଚାହିଁ ରହିଛନ୍ତି l ପାଠ ପଢା ବୟସରେ ଏମାନଙ୍କୁ ପେଟ ପାଇଁ ଦାନ ଓ ପିଠି ପାଇଁ କନା ଯୋଗାଡ଼ କରିବା ଚିନ୍ତା ଘାରିଛି l ଭଙ୍ଗା ଦଦରା ମାଟି ଝୁମ୍ପୁଡ଼ି ଘରେ ବହୁ ସମୟ ରେ ଭୋକ ଉପାସ ଦିନ କାଟୁଛନ୍ତି l ବର୍ଷା ହେଲେ ରାତି ସାରା ଅନିଦ୍ରା ହୋଇ ରହିବାକୁ ପଡୁଛି l ସରକାରୀ ଆବାସ ଯୋଜନାରେ ଘରେ ଖଣ୍ଡିଏ ବି ମିଳିପାରିନାହିଁ l ଅଭାବ ଅନଟନରେ ୫ ପ୍ରାଣୀ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି।ଏମାନଙ୍କ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି l

0
0
0
s2sdefault