ଝାରସୁଗୁଡ଼ା (ସୁଭାଷ ସହାରେ) : ଝାରସୁଗୁଡ଼ାରେ ଆଜି ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ସୂଚନା ମିଳିଛି । ହେଲେ ସରକାରଙ୍କ ପକ୍ଷରୁ ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୬ ଜଣ ଚିହ୍ନଟ ହୋଇଥିବା କୁହାଯାଇଛି |
ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ଝାରସୁଗୁଡ଼ାରେ ଥିବା କାର୍ଯ୍ୟାଳୟ କର୍ମଚାରୀ ଜଣେ ଆଣ୍ଟିଜେନ ଟେଷ୍ଟରେ ପଜିଟିଭ ବାହାରିଥିବା ସୂଚନା ଗତ କାଲି କେତେକ ଗଣ ମଧ୍ୟରେ ପ୍ରକାଶ ପାଇଛି ଯୁବକ ବୟସ (୪୫)ବର୍ଷ ଥିବାବେଳେ ଅନ୍ୟ ୬ ଜଣ ମଧ୍ୟରୁ ଦୁଇ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ଏବଂ ଆଉ ଚାରିଜଣ ବିହାର ରୁ ଫେରନ୍ତା ଓ ବ୍ରଜରାଜନଗର ଓରିଏଣ୍ଟ ହାଇସ୍କୁଲ କୋରାଣ୍ଟଇଂ ରେ( ୧୯) ବର୍ଷ ଯୁବତୀ ,ସେହିପରି ଗତ ୧୯ ତାରିଖରୁ ଆନ୍ଧ୍ରପ୍ରଦେଶ ରୁ ଫେରି ଲାଖନପୁର କୋଡାଲୋଇ ବିଜିଆର କେମ୍ପ ର ଯୁବକ (୨୭)ବର୍ଷ, ତେଲେଙ୍ଗାନା ରୁ ୧୭ ତାରିଖ ଆସିଥିବା ଝାରସୁଗୁଡା ସରବାହାଲ ହାଇସ୍କୁଲ ଟି ଏମ ସି ଥିବା ଯୁବକ(୨୬)ବର୍ଷ, ଝାରଖଣ୍ଡ ରୁ ଗତ ୨୦ ତାରିଖ ଆସି ହୋଟେଲ ମେଘଦୂତ ରେ ଥିବା (୩୫)ବର୍ଷ ପଜିଟିଭ ଥିବା ବେଳେ ବ୍ରଜରାଜନଗର ବ୍ଲାକ ଡାଇମଣ୍ଡ ଅଂଚଳ କଣ୍ଟେନମେଣ୍ଟ ଯୋନରେ (୨୫)ଯୁବତୀ ଏବଂ ଅନ୍ୟ ଜଣେ ସରବାହଲ ଅଞ୍ଚଳ ର (୪୭) ବର୍ଷ ପୁରୁଷ ପଜିଟିଭ ଥିବା ଜଣା ପଡ଼ିଛି ।