କରୋନା ସମୟରେ ଫନି କଥା ମନେ ପକାଇଦେଲେ ନବୀନ
ଭୁବନେଶ୍ୱର : ଏବେ କରୋନା ସମସ୍ତଙ୍କୁ ନୟାନ୍ତ କରିଛି | ସବୁ ଆଡେ ନିରାଶା | ୨୧ ଦିନର ଲଢେଇ ଏବେ ୨୧ ସପ୍ତାହ ଡେଇଁବ ଡେଇଁବ ହେଲାଣି | ଲୋକଙ୍କ ରୋଜଗାର ଗୋଲ, ସଂଚୟ ଗୋଲ | ବଂଚିବା ପାଇଁ ଗଣ୍ଡେ ଖାଇ ଚାଲିଛି ଲଢେଇ ଭୁତାଣୁ କରୋନା ବିରୋଧରେ | ମନୋବଳ ଦୁର୍ବଳ | ଯିଏ ଯେତେ ଭାଷଣ ମାରିଲେ ଆଉ ମନର କଥା କହିଲେ ବି ,ଯିଏ ଭୋଗୁଛି ସିଏ ଜାଣିଛି ଯନ୍ତ୍ରଣା | କାହା ଭାଷଣରେ ଉତ୍ସାହିତ ହୋଇ ନୁହେ, ଲୋକେ ଯନ୍ତ୍ରଣା ଭୋଗିବା ଭିତରେ ବଞ୍ଚିଛନ୍ତି ନିଜ ପରିବାର ପାଇଁ |
ଲୋକଙ୍କ ଭିତରେ ମନୋବଳ ଦୁର୍ବଳ ହୋଇପଡୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବ୍ୟକ୍ତିଗତ ଟୁଇଟର ହାଣ୍ଡଲରେ ପ୍ରେରଣାଦାୟୀ ବାର୍ତ୍ତା ଦେଇଛନ୍ତି | ଆଉ ସେଇ ବାର୍ତ୍ତାଟି ଫନି ସହିତ ସମ୍ପର୍କିତ | ଓଡ଼ିଆଙ୍କ ଅଦମ୍ୟ ଇଚ୍ଛାଶକ୍ତିକୁ ଜାଗୃତ କରିବା ପାଇଁ ଉଦାହରଣ ଭାବେ ରଖିଛନ୍ତ ଗୋଟାଏ ବର ଗଛ | ଫନିରେ ଖିନଭିନ ହୋଇଯାଇଥିବା ଗୋଟିଏ ବରଗଛ କେମିତି ପୁଣି ମୁଣ୍ଡ ଟେକି ସବୁଜିମାରେ ଛାଇଯାଇଛି ସେଭଳି ଏକ ଚିତ୍ର ରଖି ଉଲ୍ଲେଖ କରଛନ୍ତି " ଓଡ଼ିଆ ଜାତି ତାର ସୁଦୀର୍ଘ ଇତିହାସରେ ଅନେକ ବିପଦର ସାମ୍ନା କରିଛି। ଧୈର୍ଯ୍ୟ, ସାହସ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ପୁଣି ପୂର୍ବ ଗୌରବ ଫେରି ପାଇଛି। ବାସ୍ତବରେ ସାହସ ହିଁ ଏ ଜାତିର ଶ୍ରେଷ୍ଠ ସମ୍ପତ୍ତି। ଏହି ବରଗଛ ହେଉଛି ଓଡ଼ିଆଙ୍କ ଅଦମ୍ୟ ଇଚ୍ଛାଶକ୍ତିର ପ୍ରତୀକ। ଆମେ ଲଢିବା, ଆମେ ପୁଣି ଜିତିବା।"